Haryana INLD Chief: ହରିୟାଣାର INLD ମୁଖ୍ୟ ନାଫେ ସିଂ ରାଠିଙ୍କୁ ହତ୍ୟା
Advertisement
Article Detail0/zeeodisha/odisha2128425

Haryana INLD Chief: ହରିୟାଣାର INLD ମୁଖ୍ୟ ନାଫେ ସିଂ ରାଠିଙ୍କୁ ହତ୍ୟା

Haryana INLD Chief: ଇଣ୍ତିଆନ ନ୍ୟାସନାଲ ଲୋକଦଳ (INLD) ର ହରିୟାଣାର ମୁଖ୍ୟ ନାଫେ ସିଂ ରାଠିଙ୍କୁ (Nafe Singh Rathee) ଗୁଳି କରି ହତ୍ୟା କରାଯାଇଛି । ରବିବାର ସନ୍ଧ୍ୟାରେ କାରରେ ଯାଉଥିବା ସମୟରେ ତାଙ୍କ କାର ଉପରକୁ ପ୍ରାୟ ୪୦ ରାଉଣ୍ଡ ଗୁଳିମାଡ କରାଯାଇଥିବା ସୂଚନା ମିଳିଛି । 

Haryana INLD Chief: ହରିୟାଣାର INLD ମୁଖ୍ୟ ନାଫେ ସିଂ ରାଠିଙ୍କୁ ହତ୍ୟା

Haryana INLD Chief: ଇଣ୍ତିଆନ ନ୍ୟାସନାଲ ଲୋକଦଳ (INLD) ର ହରିୟାଣାର ମୁଖ୍ୟ ନାଫେ ସିଂ ରାଠିଙ୍କୁ (Nafe Singh Rathee) ଗୁଳି କରି ହତ୍ୟା କରାଯାଇଛି । ରବିବାର ସନ୍ଧ୍ୟାରେ କାରରେ ଯାଉଥିବା ସମୟରେ ତାଙ୍କ କାର ଉପରକୁ ପ୍ରାୟ ୪୦ ରାଉଣ୍ଡ ଗୁଳିମାଡ କରାଯାଇଥିବା ସୂଚନା ମିଳିଛି । ଏଥିରେ ନଫେ ସିଂ ରାଠିଙ୍କ ସହ ଜଣେ କର୍ମୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ନାଫେ ସିଂ ରାଠିଙ୍କୁ ବାହାଦୂରଗଡ଼ଠାରେ ଗୁଳି କରି ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ଝଜ୍ଜର ଜିଲ୍ଲାରେ ବାହାଦୂରଗଡ଼ର ବରାହି ଫାଟକ ନିକଟରେ ନାଫେ ସିଂଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ରାଠି ତାଙ୍କ ଫର୍ଚୁନର ଗାଡ଼ିରେ ନିଜ ୩  ସଶସ୍ତ୍ର ସୁରକ୍ଷାକର୍ମୀଙ୍କ ଓ ଡ୍ରାଇଭରଙ୍କ ସହ ଯାଉଥିଲେ । କାରର ପଛ ସିଟରେ ସୁରକ୍ଷାକର୍ମୀ ଥିଲେ । ତାଙ୍କ କାରକେଡ଼ରେ ଆଉ ୨ କାର ମଧ୍ଯ ଥିଲା । ସନ୍ଧ୍ୟା ପ୍ରାୟ ୫ଟାରେ ରାଠି ବରାହି ରେଳ ଫାଟକ ନିକଟରେ ପହଁଞ୍ଚିବା ପରେ ଏକ ଆଇ-୧୦ କାରରେ ଆସିଥିବା ଦୁର୍ବୃତ୍ତମାନେ ପ୍ରାୟ ୪୦ ରାଉଣ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ରାଠି କାରର ଆଗ ସିଟ୍ ରେ ବସିଥିଲେ । ତାଙ୍କ ବେକ ଓ ଅଣ୍ଟାରେ ଗୁଳି ବାଜିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମ୍ ଇନଭେଷ୍ଟିଗେସନ୍ ଏଜେନ୍ସି  (ସିଆଇଏ) ଓ ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ)କୁ ଦିଆଯାଇଥିବା ଝଜ୍ଜର ଏସପି ଅର୍ପିତ ଜୈନ କହିଛନ୍ତି । ଏହି ଘଟଣା ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତା ସହଯୋଗୀ କାଲା ଜଠେଡ଼ିର ହାତ ଥିବା ସନ୍ଦେହ କରାଯାଉଛି । ଜମିଜମା ସମ୍ପତ୍ତି ବିବାଦ କାରଣରୁ ଏହା ହୋଇଥାଆପାରେ ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ।

ନାଫେ ସିଂ ରାଠି ବାହାରଦୂରଗଡ଼ରେ ଆଇଏନଏଲଡ଼ିର ବିଧାୟକ ରହିଥିବା ବେଳେ ୨ ଥର ବାହାରଦୂରଗଡ଼ ନଗର ପରିଷଦର ଅଧ୍ଯକ୍ଷ ମଧ୍ଯ ରହିଥିଲେ । ଏହାସହ ସେ କୁସ୍ତି ସଂଘର ଜାତୀୟ ଅଧ୍ଯକ୍ଷ ଥିଲେ ।

Also Read- WTO: ଆଜିଠାରୁ WTO ମନ୍ତ୍ରୀସ୍ତରୀୟ ବୈଠକ, ଭାରତ ସମେତ ୧୬୪ଟି ଦେଶର ପ୍ରତିନିଧି ହେବେ ସାମିଲ୍