Haryana INLD Chief: ନାଫେ ସିଂ ରାଠି ହତ୍ୟା ମାମଲା, ୨ ହତ୍ୟାକାରୀକୁ ଗୋଆରୁ ଗିରଫ କଲା ପୋଲିସ
Advertisement
Article Detail0/zeeodisha/odisha2139971

Haryana INLD Chief: ନାଫେ ସିଂ ରାଠି ହତ୍ୟା ମାମଲା, ୨ ହତ୍ୟାକାରୀକୁ ଗୋଆରୁ ଗିରଫ କଲା ପୋଲିସ

Haryana INLD Chief: ଇଣ୍ତିଆନ ନ୍ୟାସନାଲ ଲୋକଦଳ (INLD) ର ହରିୟାଣାର ମୁଖ୍ୟ ନାଫେ ସିଂ ରାଠିଙ୍କ (Nafe Singh Rathee) ହତ୍ୟା ମାମଲାରେ ଦୁଇ ସୁରଟଙ୍କୁ ଗିରଫ କରିଛି ପୋଲିସ । ଏହି ଦୁଇ ଅଭିଯୁକ୍ତ ରାଜଧାନୀ ଦିଲ୍ଲୀର ନଙ୍ଗଲୋଈ ଅଞ୍ଚଳ ବାସିନ୍ଦା ବୋଲି ଜଣାପଡ଼ିଛି । ଦୁଇ ହତ୍ୟାକାରୀଙ୍କୁ ଝଚ୍ଚର ଓ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଓ ଏସଟିଏଫ ଜଏଣ୍ଟ ଅପରେସନ କରି ଗୋଆରୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ନାଫେ ସିଂ ରାଠିଙ୍କୁ ବାହାଦୂରଗଡ଼ଠାରେ ଗୁଳି କରି ହତ୍ୟା କରାଯାଇଛି । ନାଫେ ସିଂ ଫେବୃଆରୀ ୨୫ରେ କାରରେ ଯାଉଥିବା ସମୟରେ ତାଙ୍କ କାର ଉପରକୁ ପ୍ରାୟ ୪୦ ରାଉଣ୍ଡ ଗୁଳିମାଡ କରାଯାଇଥିଲା । ଏଥିରେ ନଫେ ସିଂ ରାଠିଙ୍କ ସହ ଜଣେ କର୍ମୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । କିଛି ଦୁର୍ବୃତ୍ତ ଝଜ୍ଜର ଜିଲ୍ଲାରେ ବାହାଦୂରଗଡ଼ର ବରାହି ଫାଟକ ନିକଟରେ ନାଫେ ସିଂଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ରାଠି ତାଙ୍କ ଫର୍ଚୁନର ଗାଡ଼ିରେ ନିଜ ୩  ସଶସ୍ତ୍ର ସୁରକ୍ଷାକର୍ମୀଙ୍କ ଓ ଡ୍ରାଇଭରଙ୍କ ସହ ଯାଉଥିଲେ । କାରର ପଛ ସିଟରେ ସୁରକ୍ଷାକର୍ମୀ ଥିଲେ । ତାଙ୍କ କାରକେଡ଼ରେ ଆଉ ୨ କାର ମଧ୍ଯ ଥିଲା । ସନ୍ଧ୍ୟା ପ୍ରାୟ ୫ଟାରେ ରାଠି ବରାହି ରେଳ ଫାଟକ ନିକଟରେ ପହଁଞ୍ଚିବା ପରେ ଏକ ଆଇ-୧୦ କାରରେ ଆସିଥିବା ଦୁର୍ବୃତ୍ତମାନେ ପ୍ରାୟ ୪୦ ରାଉଣ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ରାଠି କାରର ଆଗ ସିଟ୍ ରେ ବସିଥିଲେ । ତାଙ୍କ ବେକ ଓ ଅଣ୍ଟାରେ ଗୁଳି ବାଜିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଦୁଇ ଦିନ ପୂର୍ବର ଝଚ୍ଚର ପୋଲିସ ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ଅର୍ଥରାଶି ଘୋଷଣା କରିଥିଲେ । ଅଭିଯୁକ୍ତ ନରେଶ କୌଶିକ, ରମେଶ ରାଠୀ, ସତିଶ ରାଠୀ ଓ ରାହୁଲ ବୋଲି ପୋଲିସ ଚିହ୍ନଟ କରିଥିଲା । ଅଭିଯୁକ୍ତଙ୍କ ମୁଣ୍ତ ପିଛା ଏକ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ନାଫେ ସିଂ ରାଠିଙ୍କ ଦୁଇ ପୁଅଙ୍କ କହିବା ଅନୁଯାୟୀ, ଏକ ଅଜ୍ଞାତ ନମ୍ବରରୁ ପ୍ରାୟ ୧୮ ଥର ଧମକପୂର୍ଣ୍ଣ କଲ୍ ଆସିଥିଲା । ପରେ ଫେବୃୟାରୀ ୨୫ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା ।

ପ୍ରକାଶ ଥାଉ କି, ନାଫେ ସିଂ ରାଠି ବାହାରଦୂରଗଡ଼ରେ ଆଇଏନଏଲଡ଼ିର ବିଧାୟକ ରହିଥିବା ବେଳେ ୨ ଥର ବାହାରଦୂରଗଡ଼ ନଗର ପରିଷଦର ଅଧ୍ଯକ୍ଷ ମଧ୍ଯ ରହିଥିଲେ । ଏହାସହ ସେ କୁସ୍ତି ସଂଘର ଜାତୀୟ ଅଧ୍ଯକ୍ଷ ଥିଲେ ।