ପରିସ୍ରା କରିବା ଉପରେ ମଧ୍ୟ ଦେବାକୁ ପଡ଼ୁଛି ୧୨ ପ୍ରତିଶତ ଜିଏସଟି! ରେଟ୍ ନ ପଚାରି ଶୌଚାଳୟକୁ ଯିବା ଆପଣଙ୍କୁ ପଡ଼ିପାରେ ମହଙ୍ଗା
Advertisement
Article Detail0/zeeodisha/odisha1332934

ପରିସ୍ରା କରିବା ଉପରେ ମଧ୍ୟ ଦେବାକୁ ପଡ଼ୁଛି ୧୨ ପ୍ରତିଶତ ଜିଏସଟି! ରେଟ୍ ନ ପଚାରି ଶୌଚାଳୟକୁ ଯିବା ଆପଣଙ୍କୁ ପଡ଼ିପାରେ ମହଙ୍ଗା

GST on Toilet: ପରିଷ୍କାର ପରିଚ୍ଛନ୍ନତା ଉପରେ ଖର୍ଚ୍ଚ କରିବା ପରେ ବର୍ତ୍ତମାନ ସରକାର ଅଧିକ ରୋଜଗାର କରିବାକୁ ଚିନ୍ତା କରିଛନ୍ତି । ଏହା ନିଶ୍ଚୟ ହୋଇଥାଇପାରେ ଯେ ଆଗ୍ରା ଷ୍ଟେସନ (Agra Railway Station) ର ଲାଉଞ୍ଜରେ ଥିବା ୱାଶରୁମ ବା ସୁବିଧା ଘର ବ୍ୟବହାର ପାଇଁ ଜିଏସଟି ଯୋଡି ଶୁଳ୍କ ଆଦାୟ କରାଯାଉଛି । 

ପରିସ୍ରା କରିବା ଉପରେ ମଧ୍ୟ ଦେବାକୁ ପଡ଼ୁଛି ୧୨ ପ୍ରତିଶତ ଜିଏସଟି! ରେଟ୍ ନ ପଚାରି ଶୌଚାଳୟକୁ ଯିବା ଆପଣଙ୍କୁ ପଡ଼ିପାରେ ମହଙ୍ଗା

ଆଗ୍ରା: GST on Toilet: ପରିସ୍ରା କରିବା ପରେ ଯଦି ସରକାର ଆପଣଙ୍କ ଠାରୁ ଜିଏସଟି (GST) ମାଗନ୍ତି, ତେବେ ଆପଣଙ୍କର ପ୍ରତିକ୍ରିୟା କ’ଣ ହେବ? ଆପଣ ନିଶ୍ଚୟ ହିଁ ବିରକ୍ତ ହେବେ । କିନ୍ତୁ ରେଳ ଷ୍ଟେସନରେ ଶୌଚାଳୟ (Railway Station Toilet) କୁ ଯିବା ପୂର୍ବରୁ ରେଟ୍ କାର୍ଡ ପଢ଼ି ନିଅନ୍ତୁ । କାରଣ ବର୍ତ୍ତମାନ ପରିସ୍ରା କରିବା ପାଇଁ ଜିଏସଟି ମଧ୍ୟ ଆଦାୟ କରାଯାଉଛି । ଆଗ୍ରା ରେଳ ଷ୍ଟେସନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ୱାଶରୁମ୍ ବ୍ୟବହାର ପାଇଁ ପର୍ଯ୍ୟଟକଙ୍କ ଠାରୁ ୧୨ ପ୍ରତିଶତ ଜିଏସଟି ଯୋଗ କରି ସମୁଦାୟ ୧୧୨ ଟଙ୍କା ଆଦାୟ କରାଯାଇଛି ।

ପରିଷ୍କାର ପରିଚ୍ଛନ୍ନତା ଉପରେ ଖର୍ଚ୍ଚ କରିବା ପରେ ବର୍ତ୍ତମାନ ସରକାର ଅଧିକ ରୋଜଗାର କରିବାକୁ ଚିନ୍ତା କରିଛନ୍ତି । ଏହା ନିଶ୍ଚୟ ହୋଇଥାଇପାରେ ଯେ ଆଗ୍ରା ଷ୍ଟେସନ (Agra Railway Station) ର ଲାଉଞ୍ଜରେ ଥିବା ୱାଶରୁମ ବା ସୁବିଧା ଘର ବ୍ୟବହାର ପାଇଁ ଜିଏସଟି ଯୋଡି ଶୁଳ୍କ ଆଦାୟ କରାଯାଉଛି । ଏପରି ପରିସ୍ଥିତିରେ ଷ୍ଟେସନରେ ୱାଶ୍ ରୁମ୍ ଇତ୍ୟାଦି ବ୍ୟବହାର କରିବା ପୂର୍ବରୁ ଏହାର ଫି ବିଷୟରେ ପଚରାନେବା ଆବଶ୍ୟକ ହୋଇପଡ଼ିଛି । ଏହାପୂର୍ବରୁ ୨୦୧୮ ମସିହାରେ ତାମିଲନାଡୁର ଏରୋଡ ଜିଲ୍ଲାରେ ମଧ୍ୟ ସମାନ ମାମଲାର ଶୁଣିବାକୁ ମିଳିଥିଲା ।

ହିନ୍ଦୀ ଖବରକାଗଜ ହିନ୍ଦୁସ୍ତାନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦୁଇ ବ୍ରିଟିଶ ନାଗରିକ ଆଗ୍ରା ପରିଦର୍ଶନ କରିବା ପାଇଁ ଦିଲ୍ଲୀରୁ ଗତିମାନ ଏକ୍ସପ୍ରେସ ଟ୍ରେନ୍ ଯୋଗେ ଆଗ୍ରା କ୍ୟାଣ୍ଟ ରେଳ ଷ୍ଟେସନରେ ପହଞ୍ଚିଥିଲେ । ଟୁରିଷ୍ଟ ଗାଇଡ୍ ଆଇସି ଶ୍ରୀବାସ୍ତବ ତାଙ୍କୁ ଆଗ୍ରା କ୍ୟାଣ୍ଟ ରେଳ ଷ୍ଟେସନରେ ରିସିବ୍ କରିଥିଲେ । ଟ୍ରେନରୁ ଓହ୍ଲାଇବାର କିଛି ସମୟ ପରେ ଉଭୟ ପର୍ଯ୍ୟଟକ ୱାଶରୁମକୁ ପରିସ୍ରା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ଯାହା ପରେ ଗାଇଡ୍ ଆଇସି ଶ୍ରୀବାସ୍ତବ ସେମାନଙ୍କୁ ପ୍ଲାଟଫର୍ମ ନମ୍ବରମ ୧ରେ ଏକଜିକ୍ୟୁଟିଭ୍ ଲାଉଞ୍ଜକୁ ନେଇଯାଇଥିଲେ । ପାଞ୍ଚ ମିନିଟ୍ ପରେ ଯେତେବେଳେ ଉଭୟ ପର୍ଯ୍ୟଟକ ୱାଶରୁମରୁ ବାହାରକୁ ଆସିଲେ, ସେମାନଙ୍କୁ କୁହାଯାଇଥିଲା ଯେ ସେମାନଙ୍କୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୦୦ ଟଙ୍କା ଓ ଜିଏସଟି ୧୨ ଟଙ୍କା ଅର୍ଥାତ୍ ମୋଟ ୧୧୨ ଟଙ୍କା ଦେବାକୁ ପଡିବ । ଯେତେବେଳେ ଲାଉଞ୍ଜରେ ବସିଥିବା କର୍ମଚାରୀ ଦୁଇ ଜଣଙ୍କ ପାଖରୁ ୨୨୪ ଟଙ୍କା ମାଗିଥିଲେ, ଗାଇଡ୍ ଏହାକୁ ବିରୋଧ କରିଥିଲେ । ବହୁ ବିତର୍କ ପରେ ମଧ୍ୟ ଯେତେବେଳେ କର୍ମଚାରୀ ରାଜି ହୋଇନଥିଲେ, ଗାଇଡ୍ ତାଙ୍କ ତରଫରୁ ୨୨୪ ଟଙ୍କା ପ୍ରଦାନ କରିଥିଲେ ।

ଏହା ବି ପଢ଼ନ୍ତୁ:-ନୀତିଶ କୁମାରଙ୍କୁ ଲାଗିଲା ଜୋରଦାର ଝଟକା, ବିଜେପିରେ ଯୋଗଦେଲେ ଜେଡିୟୁର ୫ ବିଧାୟକ

ଏହା ବି ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଯିବାର ଭବିଷ୍ୟବାଣୀ କଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ

ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ବର୍ବାଦ କଲା ଚୀନ! ବାକି କାମ କରୁଛି ପାଣିପାଗ...

 

ଆଇସି ଶ୍ରୀବାସ୍ତବ ଏହି ବିଷୟରେ କହିଛନ୍ତି ଯେ, ରେଳବାଇର ଏଭଳି ନିୟମ ଆଗ୍ରା ଷ୍ଟେସନରେ ଓହ୍ଲାଇଥିବା ପର୍ଯ୍ୟଟକଙ୍କ ମନରେ ଆଗ୍ରା ବିଷୟରେ ଭୁଲ ଚିତ୍ର ସୃଷ୍ଟି କରିଥାଏ । ପର୍ଯ୍ୟଟକ ବିଭାଗକୁ ଏହି ବିଷୟରେ ଗାଇଡ୍ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ଆଇଆରସିଟିସି (IRCTC) ର ସ୍ଥାନୀୟ ପ୍ରତିନିଧୀ ବ୍ରଜେଶ କୁମାର କହିଛନ୍ତି ଯେ, ଏକଜିକ୍ୟୁଟିଭ୍ ଲାଉଞ୍ଜରେ ଦୁଇ ଘଣ୍ଟା ବିତାଇବା ପାଇଁ ପ୍ରତି ବ୍ୟକ୍ତିଙ୍କୁ ପାଇଁ ୨୦୦ ଟଙ୍କା ଦେବାକୁ ପଡ଼ିଥାଏ । ପର୍ଯ୍ୟଟକମାନେ ସେଠାରେ କିଛି ସମୟ ଅତିବାହିତ କରିଥିବେ ତେଣୁ ସେମାନଙ୍କୁ ଚାର୍ଜ ଦେବାକୁ ପଡ଼ିଛି ।