World Population: ୮୦୦ କୋଟି ଅତିକ୍ରମ କରିଗଲା ବିଶ୍ୱ ଜନସଂଖ୍ୟା, ଆସିପାରେ ଏହି ୪ ସମସ୍ୟା
Advertisement

World Population: ୮୦୦ କୋଟି ଅତିକ୍ରମ କରିଗଲା ବିଶ୍ୱ ଜନସଂଖ୍ୟା, ଆସିପାରେ ଏହି ୪ ସମସ୍ୟା

Global Population: ଦିନକୁ ଦିନ ବଢି ଚାଲିଥିବା ବିଶ୍ୱ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଜନସଂଖ୍ୟା ଏବଂ ପରିବେଶ-ସ୍ୱାସ୍ଥ୍ୟ ବୈଜ୍ଞାନିକମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ବଢୁଥିବା ମରୁଡ଼ି ଲାଗି କ'ଣ ପାଇଁ ଲଢେଇ ହେବ? ଜନସଂଖ୍ୟା ବିସ୍ଫୋରଣ ପାଇଁ ଆଗାମୀ ଦିନରେ ବିଶ୍ୱକୁ ଏହି ଚାରୋଟି ସମସ୍ୟାର ସାମ୍ମା କରିବାକୁ ପଡ଼ିପାରେ।

World Population: ୮୦୦ କୋଟି ଅତିକ୍ରମ କରିଗଲା ବିଶ୍ୱ ଜନସଂଖ୍ୟା, ଆସିପାରେ ଏହି ୪ ସମସ୍ୟା

World Population cross 8 Billion: ୨୦୨୨ ନଭେମ୍ବର ୧୫ ତାରିଖରେ ୮୦୦ କୋଟି ଅତିକ୍ରମ କରାଯାଇଛି ବିଶ୍ୱ ଜନସଂଖ୍ୟା। ଏନେଇ ମିଳିତ ଜାତିସଂଘ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଯାହା ଅନୁଯାୟୀ ଆଜି ବିଶ୍ୱର ଜନସଂଖ୍ୟା ୮ ବିଲିୟନରେ ପହଞ୍ଚିଯାଇଛି। ଏହି ରିପୋର୍ଟ ଅନୁଯାୟୀ ଆସନ୍ତା ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ପ୍ରାୟ ୮.୫  ବିଲିୟନ ଏବଂ ୨୦୫୦ ସୁଦ୍ଧା ୯.୭ ବିଲିୟନରେ ପହଞ୍ଚିବ।

ଦିନକୁ ଦିନ ବଢି ଚାଲିଥିବା ବିଶ୍ୱ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଜନସଂଖ୍ୟା ଏବଂ ପରିବେଶ-ସ୍ୱାସ୍ଥ୍ୟ ବୈଜ୍ଞାନିକମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜନସଂଖ୍ୟା ବିସ୍ଫୋରଣ ଉପରେ ପ୍ରତିକ୍ରିୟା ରଖି ବୈଜ୍ଞାନିକ କହିଛନ୍ତି ଯେ କ'ଣ ଆଗାମୀ ସମୟରେ ହୁହୁ ହୋଇ ବଢୁଥିବା ବିଶ୍ୱ ଜନସଂଖ୍ୟା ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ହେବ? ପରବର୍ତ୍ତୀ ମହାମାରୀ ସମୟରେ କିପରି ଲୋକଙ୍କ ଯତ୍ନ ନିଆଯିବ? ଗ୍ରୀଷ୍ମ ଋତୁରେ ଉଚ୍ଚ ରକ୍ତଚାପ ରହିଥିବା ଲକ୍ଷ ଲକ୍ଷ ଲୋକଙ୍କ ସହିତ କ’ଣ ହେବ? ବଢୁଥିବା ମରୁଡ଼ି ଲାଗି କ'ଣ ପାଇଁ ଲଢେଇ ହେବ? ଜନସଂଖ୍ୟା ବିସ୍ଫୋରଣ ପାଇଁ ଆଗାମୀ ଦିନରେ ବିଶ୍ୱକୁ ଏହି ଚାରୋଟି ସମସ୍ୟାର ସାମ୍ମା କରିବାକୁ ପଡ଼ିପାରେ।

ବଢୁଥିବା ଜନସଂଖ୍ୟାରେ ସଂକ୍ରାମକ ରୋଗ ବଢାଇବ ସମସ୍ୟା 
ବଢୁଥିବା ଜନସଂଖ୍ୟା କାରଣରୁ  ଜଳବାୟୁ ପରିବର୍ତ୍ତନ ହେବ। ଏନେଇ କରାଯଇଥିବା ଅନୁସନ୍ଧାନରୁ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମସ୍ତ ମାନବ ସଂକ୍ରାମକ ରୋଗର ଅଧାରୁ ଅଧିକ ଖରାପ ହୋଇପାରେ। ଉଦାହରଣ ସ୍ୱରୂପ, ବନ୍ୟା ଜଳ କାରଣରୁ ବିପଜ୍ଜନକ ବ୍ୟାକ୍ଟେରିଆ ଏବଂ ମଶା ବୃଦ୍ଧି ପାଇବେ। ଏହା ଦ୍ୱାରା ଲୋକଙ୍କ ମଧ୍ୟରେ ସଂକ୍ରାମକ ରୋଗ ବିସ୍ତାର ହେବାର ସମ୍ଭାବନା ବଢିବ। ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୧୦ କୋଟି ଲୋକ ଡେଙ୍ଗୁରେ ପୀଡିତ ହୋଇଥାନ୍ତି। ଏହି ରୋଗ ଗରମ ଏବଂ ଆର୍ଦ୍ର ପରିବେଶରେ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। ବନ୍ୟା ଦ୍ୱାରା ଜଳ ଜୀବାଣୁ ବିସ୍ତାର କରିପାରନ୍ତି। ଯାହା କଲେରା, ହେପାଟାଇଟିସ୍ ଏବଂ ଝାଡ଼ା ସମ୍ବନ୍ଧୀୟ ରୋଗର କାରଣ ପାଲଟିବ। ଏହା ବ୍ୟତୀତ ମରୁଡ଼ି ପାନୀୟ ଜଳର ଗୁଣବତ୍ତା ମଧ୍ୟ ନଷ୍ଟ କରିପାରେ। ଯାହାର ଫଳ ସ୍ୱରୂପ ହୁ ହୁ ହୋଇ ବଢି ଚାଲିଥିବା ଜନସଂଖ୍ୟା ଅଧିକ ଖାଦ୍ୟ ସଂଗ୍ରହ କରିବାରେ ଲାଗିଯିବ। ହେଲେ ଏହା ଦ୍ୱାରା ହନ୍ତା ଭାଇରସ ବିସ୍ତାର ହେବାର ସମ୍ଭାବନା ବଢିଯିବ।

ଅତ୍ୟଧିକ ଉତ୍ତାପ ଏକ ସମସ୍ୟା ହୋଇପାରେ 
ଅନ୍ୟ ଏକ ଗୁରୁତର ବିପଦ ହେଉଛି ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ହେତୁ ତାପମାତ୍ରା ବୃଦ୍ଧି ପାଇବ। ଗରମ ବଢିବା ହେତୁ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଆହୁରି ଆଗକୁ  ବଢିପାରେ। ଗରମ ବୃଦ୍ଧି କାରଣରୁ  ହୃଦୟ ଏବଂ ଶ୍ୱାସ  ଜନିକ ରୋଗ ବଢିପାରେ। ହିଟ୍ ଷ୍ଟ୍ରୋକ୍ ହୃଦୟ, ମସ୍ତିଷ୍କ ଏବଂ କିଡନୀକୁ କ୍ଷତି ପହଞ୍ଚାଇପାରେ ଏବଂ ଏହା ସାଂଘାତିକ ହୋଇପାରେ। ବର୍ତ୍ତମାନ ବିଶ୍ୱ ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ଲୋକ ପ୍ରତିବର୍ଷ ସାଂଘାତିକ ଗରମର ସାମ୍ନା କରୁଛନ୍ତି। ଏହା ସହିତ  ଜନସଂଖ୍ୟା ବଢିବା ସହ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ଏହି କାରଣରୁ ଅଧିକ ଲୋକ ଜୀବାଶ୍ମ ଇନ୍ଧନ ଚାଳିତ ଏୟାର କଣ୍ଡିସନର ଉପରେ ନିର୍ଭର କରିବେଷ। ଯାହା ଜଳବାୟୁ ପରିବର୍ତ୍ତନରେ ଅଧିକ ସହାୟକ ହେବ।  

ଖାଦ୍ୟ ଏବଂ ଜଳ ନିରାପତ୍ତା ସମସ୍ୟା 
ଗରମ କାରଣରୁ ବଢୁଥିବା ଜନସଂଖ୍ୟା ପାଇଁ ଖାଦ୍ୟ ଏବଂ ଜଳର ସୁରକ୍ଷା ପ୍ରଭାବିତ ହୋଇଛି। ଲାନସେଟ୍ ପକ୍ଷରୁ କରାଯାଇଥିବା ସମୀକ୍ଷାରୁ ଜଣାପଡିଛି ଯେ ୨୦୨୧ ବର୍ଷରେ ତାପମାତ୍ରା ବୃଦ୍ଧି ମକା ଚାଷ ହେଉଥିବା ଋତୁକୁ ହାରାହାରି ୯.୩ ଦିନ ଏବଂ ଗହମ ଋତୁକୁ ୧୯୮୧-୨୦୦୦ ତୁଳନାରେ  ହାରାହାରି ୬ ଦିନ ହ୍ରାସ କରିଛି। ସମୁଦ୍ର ଉଷ୍ମ ହେବା କାରଣରୁ ଜେଲିଫିସ୍ ଭଳି ମାଛର ମୃତ୍ୟୁ ହୋଇପାରେ। ଏହା ଦ୍ୱାରା ମତ୍ସପାଳନ ସ୍ଥାନାନ୍ତରିତ ହୋଇପାରେ। ଗତ ୨୦୨୦ ବର୍ଷର ଗରମ ଲହରୀ ଯୋଗୁଁ ୧୯୮୧-୨୦୦୦ ତୁଳନାରେ ୯ କୋଟି ୮୦ ଲକ୍ଷରୁ  ଲୋକ ଖାଦ୍ୟ ନିରାପତ୍ତାର ସମ୍ମୁଖୀନ ହୋଇଥିଲେ। ଜାତିସଂଘର ଆକଳନ ଅନୁଯାୟୀ, ଜଳ ଅଭାବ ଏବଂ ମରୁଡ଼ି କାରଣରୁ ୨୦୩୦ ସୁଦ୍ଧା ପ୍ରାୟ ୭୦ କୋଟି ଲୋକ ସ୍ଥାନାନ୍ତର ହୋଇପାରନ୍ତି।

ଖରାପ ବାୟୁ ଗୁଣବତ୍ତା କାରଣରୁ ଅସୁବିଧାରେ ପଡ଼ିବେ ଲୋକ
ଜନସଂଖ୍ୟା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବାୟୁ ପ୍ରଦୂଷଣ ଜନିତ ସମସ୍ୟା ବୃଦ୍ଧି ପାଇବ। ଗରମ ଜଳବାୟୁ ଏବଂ ପୃଥିବୀ ପୃଷ୍ଠକୁ ଗରମ କରୁଥିବା ଜୀବାଶ୍ମ ଇନ୍ଧନ ଗ୍ୟାସ୍ ଯାହା ଓଜନ ସ୍ତର ସହ ଜଡିତ ରହିଥାଏ, ଯାହା ଧୂଆଁର ଏକ ପ୍ରମୁଖ ଉପାଦାନ ତାହା ସମସ୍ୟା ଆହୁରି ବଢିଯିବ। ବାୟୁ ପ୍ରଦୂଷଣ କାରଣରୁ ଆଲର୍ଜି, ଆସ୍ଥମା, ଅନ୍ୟାନ୍ୟ ଶ୍ୱାସକ୍ରିୟା ଜନିତ ସମସ୍ୟା ସହିତ ହୃଦରୋଗ ମଧ୍ୟ ବଢିପାରେ। ଜଙ୍ଗଲରେ ହେଉଥିବା ଅଗ୍ନିକାଣ୍ଡର ସମସ୍ୟା ଗରମ ପାଗରେ ବୃଦ୍ଧି ପାଇପାରେ। ଏହି ନିଆଁ କାରଣରୁ ବାୟୁ ପ୍ରଦୂଷଣ ଆହୁରି ବଢିବାର ଆଶଙ୍କା ରହିଛି।  ଧୂଆଁରେ କ୍ଷୁଦ୍ର କଣିକା ଥାଏ ଯାହା ଫୁସଫୁସ ମଧ୍ୟକୁ ଯାଇ ହୃଦୟ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। 

Also Read: World Population Day 2022: ୮୦୦ କୋଟିରେ ପହଞ୍ଚିଲା ବିଶ୍ୱର ଜନସଂଖ୍ୟା, ବଢ଼ିଲା ଭାରତୀୟଙ୍କ ଆୟୁଷ

Also Read: World Population: ଦିନକ ପରେ ୮ ଆରବରେ ପହଞ୍ଚିବ ବିଶ୍ୱ ଜନସଂଖ୍ୟା, ସର୍ଭେ ବଢାଇଲା ସର୍ବାଧିକ ଜନବହୁଳ ଦେଶର ଚିନ୍ତା