Pakistan Politics: କିଏ ହେବେ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ?
Advertisement
Article Detail0/zeeodisha/odisha1310152

Pakistan Politics: କିଏ ହେବେ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ?

Pakistan Politics: ପାକିସ୍ତାନ (Pakistan) ବର୍ତ୍ତମାନ ଗମ୍ଭୀର ରାଜନୈତିକ ପରିସ୍ଥିତି (Political Situation)ରେ ଗତି କରୁଛି। ପାକିସ୍ତାନରେ ବିରୋଧି ଭାବେ ଇମ୍ରାନ ଖାଁ ବଡ ବଡ ସଭାମାନ ଜୁଟାଇ ବର୍ତ୍ତମାନର ସରକାରଙ୍କୁ ଏକପ୍ରକାର ଅସ୍ଥିରକ କରିପକାଇଛନ୍ତି। ସେପଟେ ନିର୍ବାଚନ କମିଶନ ମଧ୍ୟ ନିର୍ବାଚନ ପାଇଁ ବିଗୁଲ ବଜାଇ ସାରିଲେଣି।

ପ୍ରତୀକାତ୍ମକ

Pakistan Politics: ପାକିସ୍ତାନ (Pakistan) ବର୍ତ୍ତମାନ ଗମ୍ଭୀର ରାଜନୈତିକ ପରିସ୍ଥିତି (Political Situation)ରେ ଗତି କରୁଛି। ଏପ୍ରିଲରେ  ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imram Kan) ସଂସଦରେ ଅବିଶ୍ବାସ ପ୍ରସ୍ତାବରେ ହାରିବା ପରେ ପାକିସ୍ତାନରେ ଗୁରୁତର ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ହାରିବା ପରେ ଇମ୍ରାନ ବାର ବାର ଦେଶର ପ୍ରସଙ୍ଗ ଉଠାଇବା ସହିତ ବଡ ବଡ ରାଲି ମଧ୍ୟ କରୁଛନ୍ତି। ଦେଶରେ ଖୁବଶୀଘ୍ର ସାଧାରଣ ନିର୍ବାଚନ ପାଇଁ ମଧ୍ୟ ସେ ଦାବି କରିଆସୁଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଏହାର ଅଧିକାରୀ ମାନଙ୍କୁ ମତଦାନ କର୍ମଚାରୀ, ଷ୍ଟେସନର ସୂଚୀ ପ୍ରସ୍ତୁତ କରିବା ଏବଂ ନିର୍ବାଚନ ପ୍ରକ୍ରିୟା ସମସ୍ତ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ନିର୍ବାଚନ କମିଶନ(EC) ମଧ୍ୟ ନିର୍ବାଚନ କର୍ମଚାରୀଙ୍କୁ ତାଲିମ ଦେବା ଏବଂ ସାଧାରଣ ନିର୍ବାଚନ ସଂପର୍କରେ ଆଧୁନିକତା ମତଦାନ ବିଷୟରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ECPର ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବର୍ତ୍ତମାନର ଶାହାବାଜ ସରିଫ ସରକାର ଏବଂ ତାଙ୍କର ମିଳିତ ସହଯୋଗୀ ମାନେ ଆସନ୍ତା ବର୍ଷ କାର୍ଯ୍ୟକାଳ ଶେଷ ହେବା ପରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ ଏବଂ ବାରମ୍ବାର ଘୋଷଣା କରୁଛନ୍ତି। ତେବେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସମେତ ଗଠବନ୍ଧନର ସ୍ୱର ଶୀଘ୍ର ନିର୍ବାଚନ ପାଇଁ ଆହ୍ବାନ କରିଛି।

ଅନ୍ୟପକ୍ଷରେ ଖାନ ଦେଶର ବିଭିନ୍ନ ସ୍ଥାନରେ ବଡ଼ ଧରଣର ସାଧାରଣ ସଭା (General Meeting) ମାନ ଆୟୋଜନ କରୁଛନ୍ତି। ସରକାର ଓ ଇସିପିକୁ ତୁରନ୍ତ ନିର୍ବାଚନ ଘୋଷଣା କରିବାକୁ ଆହ୍ବାନ କରି ଇମ୍ରାନ କହିଛନ୍ତି, ଯେ ବର୍ତ୍ତମାନର ସରକାରକୁ ଗ୍ରହଣ କରିପାରିବେ ନାହିଁ। କାହିଁକି ନା ଏହି ସରକାର ଶାସନ ପରିବର୍ତ୍ତନର ଚକ୍ରାନ୍ତ ଜରିଆରେ କ୍ଷମତାକୁ ଆସିଛି। 

ଇମ୍ରାନ ଅଭିଯୋଗ କରିଛନ୍ତି ଯେ, ଆମେରିକାର ନେତୃତ୍ୱ ଓ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଦ୍ୱାରା ତାଙ୍କ ସରକାରକୁ ଭାଙ୍ଗି ଦିଆଯାଇଛି। ସୂତ୍ରରୁ ଆହୁରି ଜଣାପଡିଛି ଯେ, ଅକ୍ଟୋବରରେ ସାଧାରଣ ନିର୍ବାଚନ ଆୟୋଜନ କରିବାକୁ ଇସିପି ଲକ୍ଷ ରଖିଛି, ଯାହା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଇମ୍ରାନ ପାଇଁ ବିଜୟର ପରିସ୍ଥିତି ସୃଷ୍ଟି କରିବ ବୋଲି ସେ ବିଶ୍ୱାସ କରୁଛନ୍ତି। କାରଣ ସେ ଜନତାଙ୍କ ମଧ୍ୟରେ ସବୁଠୁ ଲୋକପ୍ରିୟ ନେତା ଭାବରେ ଛିଡା ହୋଇଛନ୍ତି।

ECP ସୂତ୍ର ଅନୁଯାୟୀ, ନିର୍ବାଚନମଣ୍ଡଳୀ ଗୁଡିକର ପରିସୀମଣ ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନ ଆୟୋଗ ପରିସୀମଣକୁ ବିଷୟରେ ଜନସାଧାରଣଙ୍କ ଆପତ୍ତି ଓ ପରାମର୍ଶ ଲୋଡିଥିଲେ। ଏଥି ସହିତ ଜାତୀୟ ବିଧାନସଭାର ୨୬୬ ନିର୍ବାଚନମଣ୍ଡଳୀ ଓ ୪ଟି ପ୍ରାଦେଶିକ ବିଧାନସଭାର ୫୯୩ ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ତାଲିକା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ, ବିଦେଶୀ ପାଣ୍ଠି ମାମଲା, ତୋସା ଖାନା ମାମଲା, ସରକାର ବିରୋଧୀ ସୋସିଆଲ ମିଡିଆ ଅଭିଯାନ ମାମଲା ଏବଂ ଦୁର୍ନୀତି ଅଭିଯୋଗ ସମେତ ବିଭିନ୍ନ ମାମଲା ଉପରେ ନିର୍ବାଚନ କମିଶନ ନଜର ରଖିଛନ୍ତି।

ଇମ୍ରାନ ଖାଁଙ୍କ ଦ୍ବାରା ସରକାର ମଧ୍ୟ ବିଭିନ୍ନ ଅସୁବିଧାରେ ପଡୁଛନ୍ତି। କାରଣ ତାଙ୍କ ସମର୍ଥକଙ୍କ ଦ୍ବାରା ଇମ୍ରାନ ବଡବଡ ଭିଡ ଏକତ୍ରିତ କରି ବିଭିନ୍ନ ସଭାମାନ କରୁଛନ୍ତି। ତାଙ୍କର ରାଜନୈତିକ ଲୋକପ୍ରିୟତା ଆକାଶଛୂଆଁ ହୋଇଥିବାରୁ ତାଙ୍କ ଶାସନ ପରିବର୍ତ୍ତନ ବାର୍ତ୍ତା ଜନସାଧାରଣଙ୍କ ଦ୍ୱାରା ଖୁବ୍ ଆଦୃତ ଲାଭ କରିଛି।