Road Accident: ବ୍ରେକ୍-ଫେଲ୍-ହୋଇ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା ବସ୍, ୪ ଯାତ୍ରୀ ମୃତ, ୨୨ ଆହତ
Advertisement
Article Detail0/zeeodisha/odisha2551684

Road Accident: ବ୍ରେକ୍-ଫେଲ୍-ହୋଇ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା ବସ୍, ୪ ଯାତ୍ରୀ ମୃତ, ୨୨ ଆହତ

 
Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଭୟଙ୍କର ବସ୍ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

Road Accident: ବ୍ରେକ୍-ଫେଲ୍-ହୋଇ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା ବସ୍, ୪ ଯାତ୍ରୀ ମୃତ, ୨୨ ଆହତ
 
Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଭୟଙ୍କର ବସ୍ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ମୁମ୍ବାଇର କୁର୍ଲାରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ବସରେ ପାଖାପାଖି ୩୦ ଯାତ୍ରୀ ଥିବା ଜଣାପଡିଛି। 
 
 
 
ସୂଚନା ଅନୁସାରେ,  ମହାରାଷ୍ଟରେ ଚାଲୁଥିବା ସରକାରୀ ବସ୍ ଗତାକଲି ରାତି ୯ଟା ୫୦ ମିନିଟ୍ ସମୟରେ କୁର୍ଲା ରେଳ ଷ୍ଟେସନରୁ ଏଲବିଏସ୍ ରୋଡ୍ ଆଡକୁ ଯାତ୍ରା କରୁଥିଲା। ବସଟି ଭାରସାମ୍ୟ ହରାଇ  ଅନଜୁମ୍-ଇ- ଇସଲାମ୍ ସ୍କୁଲ୍ ନିକଟରେ ଏକ ଇଲେକ୍ଟ୍ରି ଖୁଣ୍ଟିକୁ ଧକ୍କା ଦେବା ସହିତ ଏକ କାରରେ ମଧ୍ୟ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବସ୍ ମଧ୍ୟରେ ଥିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ନେବା ସମୟରେ ଆଉ ୨ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ମୃତକମାନେ ହେଲେ, ଆପ୍ରିନ୍ ଶାହ(୧୯), ଅନମ୍ ସେଖ୍ (୨୦) ,କନିସ୍ କାଦ୍ରୀ (୫୫), ଶିବମ୍ କଶ୍ୟପ୍ (୧୮)। ପୋଲିସ୍ ସୂଚନା ଅନୁସାରେ, ବସ୍-ଟି ବ୍ରେକ୍-ଫେଲ୍ ହେବାରୁ ଏଭଳି ଅଘଟଣ ଘଟିଛି। ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି।