Sherika De Armas: ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ମୃତ୍ୟୁ, ଗର୍ଭାଶୟ କର୍କଟରେ ଥିଲେ ଆକ୍ରାନ୍ତ
Advertisement
Article Detail0/zeeodisha/odisha1917845

Sherika De Armas: ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ମୃତ୍ୟୁ, ଗର୍ଭାଶୟ କର୍କଟରେ ଥିଲେ ଆକ୍ରାନ୍ତ

Sherika De Armas: ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡ଼ି ଆର୍ମାସ ଗର୍ଭାଶୟ କର୍କଟରେ ପୀଡିତ ଥିଲେ । ତାଙ୍କର କେମୋଥେରାପି ଓ ରେଡିଓଥେରାପି ଚିକିତ୍ସା ଚାଲିଥିଲା ।  ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସମେତ ବିୟୁଟି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଓ ମିସ୍ ୟୁନିଭର୍ସ ଉରୁଗୁଏ ୨୦୨୨ ସମସ୍ତେ ସମବେଦନା ଜଣାଇଛନ୍ତି।

 

 

ସୌ(ସୋସିଆଲ ମିଡିଆ)

Former Miss World Contestant Sherika De Armas: ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡ଼ି ଆର୍ମାସଙ୍କ (Sherika De Armas) ମୃତ୍ୟୁ ହୋଇଛି । ଶେରିକା ୨୦୧୫ ମସିହାରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏର (Uruguay) ପ୍ରତିନିଧିତ୍ବ କରିଥିଲେ । ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା ।

ସୂଚନା ଅନୁଯାୟୀ, ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡ଼ି ଆର୍ମାସ (Former Miss World Contestant Sherika De Armas) ଗର୍ଭାଶୟ କର୍କଟ (Cervical Cancer) ରୋଗରେ ପୀଡ଼ିତ ଥିଲେ । ତାଙ୍କର କେମୋଥେରାପି ଓ ରେଡିଓଥେରାପି ଚିକିତ୍ସା ଚାଲିଥିଲା। ସେ ସୁସ୍ଥ ହୋଇଯିବେ ବୋଲି ଆଶ କରାଯାଉଥିବା ବେଳେ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ  ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଭଉଣୀ ମୃତ୍ୟୁ ପରେ ଶେରିକାଙ୍କ ଭାଇ ମୟକ ସୋସିଆଲ ମିଡିଆରେ ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରିଛନ୍ତି। ଆଉ ଲେଖିଛନ୍ତି, ‘ ସର୍ବଦା ଉଚ୍ଚକୁ ଉଡ଼ ମୋ ଭଉଣୀ।’

୨୦୧୫ ମସିହାରେ ଚାଇନାରେ ଅନୁଷ୍ଠିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଶେରିକା ଡି ଅର୍ମାସ୍ ଶୀର୍ଷ ୩୦ ଜଣଙ୍କ ମଧ୍ୟରେ ନଥିଲେ। କିନ୍ତୁ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୧୮ ଜଣ ୧୮ ବର୍ଷର ମଡେଲଙ୍କ ମଧ୍ୟରୁ ଜଣେ ଥିଲେ। ଶେରିକା ଡିଙ୍କ ମୃତ୍ୟୁ ପରେ ତାଙ୍କ ସହ କାମ କରୁଥିବା ସହଯୋଗୀ କହିଛନ୍ତି, ‘ଶେରିକାଙ୍କ ଭଳି ମଣିଷ ମିଳିବା ସହଜ ନୁହେଁ। ତାଙ୍କ ହୃଦୟ ନିର୍ମଳ। ସେ ଯାହାବି କରନ୍ତି ଭାବି ବିଚାରି କରିଥାଆନ୍ତି। କେବେ ବି କାହା ମନରେ କଷ୍ଟ ଦିଅନ୍ତି ନାହିଁ।’ ସେପଟେ ମିସ୍ ୱାର୍ଲ୍ଡ ଉରୁଗୁଏ ୨୦୨୨ କାର୍ଲା ରୋମେରୋ ଶୋକ ପ୍ରକାଶ କରି ଲେଖିଛନ୍ତି, ‘ମୁଁ ଆଜି ଯାଏଁ ଯେତେ ମହିଳାଙ୍କୁ ଭେଟିଛି । ସେମାନଙ୍କ ମଧ୍ୟରୁ ଶେରିକା ସବୁଠାରୁ ସୁନ୍ଦର ମହିଳା ଥିଲେ’ । ସେହିପରି ମିସ୍ ଉରୁଗୁଏ ୨୦୨୧ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଲେଖିଛନ୍ତି, ‘ମୁଁ ତୁମକୁ ସର୍ବଦା ମନେ ରଖିବି, କେବଳ ତୁମ ସମର୍ଥନ ପାଇଁ ନୁହେଁ ବରଂ ତମେ ଦେଇଥିବା ପ୍ରେରଣା, ସ୍ନେହ ଓ ଖୁସି ପାଇଁ ‘।

ଏହା ବି ପଢନ୍ତୁ-7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦଶହରାରେ ଡି଼ଏ ସହ ମିଳିବ ମୋଟା ଅଙ୍କର ଦରମା!