ଇଜିପ୍ଟର ଏକ ଚର୍ଚ୍ଚରେ ବଡ ଧରଣର ଅଗ୍ନିକାଣ୍ଡ, ଜାଣନ୍ତୁ କେତେ ଭୟଙ୍କର ଥିଲା ଦୁର୍ଘଟଣା
Advertisement

ଇଜିପ୍ଟର ଏକ ଚର୍ଚ୍ଚରେ ବଡ ଧରଣର ଅଗ୍ନିକାଣ୍ଡ, ଜାଣନ୍ତୁ କେତେ ଭୟଙ୍କର ଥିଲା ଦୁର୍ଘଟଣା

Egypt Church Fire: ଇଜିପ୍ଟର ଏକ ଚର୍ଚ୍ଚରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହା ପରେ ଲୋକଙ୍କ ମଧ୍ୟ ଧାଁ ଦଉଡ ଆରମ୍ଭ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଇଜିପ୍ଟର କପଟିକ୍ ଚର୍ଚ୍ଚ(Coptic Church) ପକ୍ଷରୁ କହାଯାଇଛି ଯେ, କାହିରାର ଏକ ଚର୍ଚ୍ଚରେ ଅଗ୍ନିକାଣ୍ଡ ଘଟିବା ଦ୍ବାରା ଅତିକମରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ, ଇମ୍ବାବାର ଜନବହୁଳ ଅଞ୍ଚଳରେ ଥିବା ଆବୁ ସେଫିନ୍ ଚର୍ଚ୍ଚରେ ଏହି ଅଗ୍ନିକାଣ୍ଡ ଘଟିଛି।

ପ୍ରତୀକାତ୍ମକ

ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ପୋଲିସ କହିଛି ଯେ, ପ୍ରାଥମିକ ଅନୁସନ୍ଧାନରେ ଏକ ବିଦ୍ୟୁତ ସର୍ଟ ସର୍କିଟ ଏହି ଅଗ୍ନିକାଣ୍ଡର କାରଣ ବୋଲି ଜଣାପଡିଛି। ସୂଚନା ମୂତାବକ, ରବିବାର ସକାଳେ ସଭା ଚାଲିଥିବା ବେଳେ ଏହି ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳକୁ ପନ୍ଦରଟି ଅଗ୍ନିଶମ ଟିମ ପଠାଯାଇଥିବା ବେଳେ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ପରେ ନିଆଁକୁ ଆୟତ୍ତ କରାଯାଇଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କହାଯାଇଛି ଯେ, ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ-ସିସି କପ୍ଟିକ ଖ୍ରୀଷ୍ଟିଆନ ପୋପ ତାୱାଡ୍ରୋସ ଦ୍ବିତୀୟଙ୍କ ସହ ଫୋନରେ କଥା ହେବା ସହ ତାଙ୍କୁ ସମବେଦନା ଜଣାଇଛନ୍ତି। ଅଲ-ସିସି ଫେସବୁକରେ ଲେଖିଛନ୍ତି, ମୁଁ ଏହି ଦୁର୍ଘଟଣାର ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛି। ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏହି ଦୁର୍ଘଟଣା ଓ ତାହାର ପ୍ରଭାବକୁ ତୁରନ୍ତ ମୁକାବିଲା କରିବାକୁ ସମସ୍ତ ରାଜ୍ୟ ଏଜେନ୍ସି ଏବଂ ଅନୁଷ୍ଠାନକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଷ୍ଟ୍ରପତି।

କପ୍ଟିକ ଇସାଇ ମାନେ ମଧ୍ୟ-ପୂର୍ବର ସର୍ବବୃହତ ଇସାଇ ସମ୍ପ୍ରଦାୟ, ଇଜିପ୍ଟର ୧୦୩ ମିଲିୟନ ଲୋକଙ୍କ ମଧ୍ୟରୁ ଅତି କମରେ ୧୦ ମିଲିୟନ ଲୋକ ଅଛନ୍ତି। କପ୍ଟିକ ଖ୍ରୀଷ୍ଟିଆନ ମାନେ ଏଠାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏବଂ ଅନେକ ଲୋକ ଉତ୍ତର ଆଫ୍ରିକୀୟ ଦେଶରେ ଭେଦଭାବର ଶିକାର ହେଉଥିବା ଅଭିଯୋଗ କରିଆସୁଛନ୍ତି।

ନିକଟ ଅତୀତରେ ଇଜିପ୍ଟ(Egypt) ଅନେକ ଭୟଙ୍କର ଅଗ୍ନି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ମାର୍ଚ୍ଚ ୨୦୨୧ରେ କାହିରାର ପୂର୍ବ ଉପକଣ୍ଠରେ ଥିବା ଏକ ବସ୍ତ୍ର କାରଖାନାରେ ଅଗ୍ନିକାଣ୍ଡରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୨୦ରେ ମଧ୍ୟ ଦୁଇଟି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ୧୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା।