ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଶପଥ ସମାରୋହରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରୁଛନ୍ତି । ଏହି ଗସ୍ତ ସମୟରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବୈଠକ କରିବେ।
Trending Photos
ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ୨୦୨୫ ଜାନୁଆରୀ ୨୦ ରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବେ ଟ୍ରମ୍ପ । ଏହି ଉତ୍ସବରେ ଅନେକ ଦେଶରୁ ବିଶିଷ୍ଟ ବ୍ୟକ୍ତି ଉକ୍ତ ଶପଥ ଗ୍ରହମ ସମାରୋହରେ ଯୋଗ ଦେବେ । ଭାରତରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହି ସମାରୋହରେ ସାମିଲ ହେବେ ।
ଜାନୁଆରୀ ୨୦ ରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାବେଶରେ ଏସ୍ ଜୟଶଙ୍କରଙ୍କ ଅଂଶଗ୍ରହଣ କରିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ବିବୃତ୍ତିରେ ଏହା କୁହାଯାଇଛି ଯେ, ଟ୍ରମ୍ପ-ଭାନ୍ସ ଉଦ୍ଘାଟନ କମିଟିର ନିମନ୍ତ୍ରଣ ଆସିଛି । ତେଣୁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ।
ମିଳିଥିବା ସୂଚନା ଅନୁଯାୟୀ, ଶପଥ ଗ୍ରହଣ ଉତ୍ସବ ଜାନୁଆରୀ ୨୦ ତାରିଖ ଦିନ ମଧ୍ୟାହ୍ନ ୧୨ଟାରେ (ଭାରତୀୟ ସମୟ ଅନୁସାରେ ରାତି ୧୦:୩୦)ରେ ଆରମ୍ଭ ହେବାକୁ ଯାଉଛି । ଏହି ସମାରୋହ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ ଅନେକ ଦେଶର ମୁଖ୍ୟ ମଧ୍ୟ ଆମେରିକା ଗସ୍ତ କରିପାରନ୍ତି ବୋଲି କୁହାଯାଉଛି।
ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ୱାଶିଂଟନ ଡିସିର ଆମେରିକା କ୍ୟାପିଟଲ ବିଲଡିଂ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଯାଉଛି । ଶପଥ ଗ୍ରହଣ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାଷଣ ଭାଷଣ କାର୍ଯ୍ୟକ୍ରମ ରହିଛି । ଶପଥ ଗ୍ରହଣ ଉତ୍ସବ ପରେ ଟ୍ରମ୍ପଙ୍କ ପ୍ରଥମ ଭାଷଣ କଣ ହେବ ସେନେଇ ସାରା ବିଶ୍ୱ ଅପେକ୍ଷା କରିଛି । ଏହା ମଧ୍ୟ ଆଶା କରାଯାଉଛି ଯେ, ଟ୍ରମ୍ପ ଏକ ବଡ଼ ଘୋଷଣା କରିପାରନ୍ତି। ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର ମିଲା, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଆପଣଙ୍କୁ କହିରଖୁଛୁ ଯେ, ୨୦୨୪ ମସିହାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ, ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଳା ହାରିସଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ। ଏହି ବିଜୟ ସହିତ, ଟ୍ରମ୍ପ ୨୦ ଜାନୁଆରୀ, ୨୦୨୫ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଉକ୍ତ ନିର୍ବାଚନରେ ଟ୍ରମ୍ପ ୨୭୯ ଇଲେକ୍ଟୋରାଲ୍ ଭୋଟ୍ ପାଇଥିଲେ ଏବଂ କମଳା ହାରିସଙ୍କୁ ୨୧୯ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିଲା ।
Also Read- Video: କ୍ୟାମେରା ସାମ୍ନାରେ ଥିଲେ ମା', ପଛପଟେ ପୁଅର ହରକତ ଦେଖନ୍ତୁ, ଭିଡିଓ ଭାଇରାଲ୍
Also Read- Weekly Finance Horoscope: ଚାକିରି ଏବଂ ବ୍ୟବସାୟ ପାଇଁ କିପରି ରହିବ ନୂଆ ସପ୍ତାହ ? ପଢ଼ନ୍ତୁ ରାଶିଫଳ