Weekly Health Horoscope 13th to 19th January 2025: ଜାନୁଆରୀ ୧୩ ରୁ ୧୯ ମଧ୍ୟରେ ଆପଣଙ୍କ ସ୍ୱାସ୍ଥ୍ୟ କିପରି ରହିବ ? କଣ କହୁଛି ରାଶି ଅନୁଯାୟୀ ଜ୍ୟୋତିଷଶାସ୍ତ୍ର ? ଆସନ୍ତୁ ଜାଣିବା
ମେଷ ରାଶି
ଆପଣଙ୍କର ଶକ୍ତି ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ନିଜକୁ ଆରାମ ଦେବା ପାଇଁ ଆବଶ୍ୟକ ବିରତି ନିଅନ୍ତୁ। ଯଦି ଆପଣ ବିନା ବିଶ୍ରାମ କାମ କରନ୍ତି, ତେବେ ବଡ଼ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ବୃଷ ରାଶି
ଆପଣଙ୍କ ଦୃଢ଼ ସ୍ୱଭାବ ସୁସ୍ଥତା ବଜାୟ ରଖିବାରେ ସହାୟକ ହୋଇପାରେ। ଫିଟନେସ୍ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଡାଏଟରେ ସ୍ଥିରତା ବଜାୟ ରଖନ୍ତୁ ।
ମିଥୁନ ରାଶି
ଆପଣଙ୍କର ସ୍ୱଭାବ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିପାରେ। ଶରୀରକୁ ଆକର୍ଷଣୀୟ ରଖିବା ପାଇଁ ବିଭିନ୍ନ ଫିଟନେସ୍ ରୁଟିନ୍ ଏବଂ ଡାଏଟ୍ ପ୍ଲାନ ପ୍ରତି ଧ୍ୟାନ ଦେଉଥାନ୍ତୁ ।
କର୍କଟ ରାଶି
ଏହି ସପ୍ତାହରେ ନିଜ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତୁ। ଆରାମ ଦେଉଥିବା କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତୁ। ଜୋର ଜବରଦସ୍ତି ନିଜ ଶରୀର ଉପରେ ଚାପ ପକାନ୍ତୁ ନାହିଁ ନଚେତ୍ ଅସୁବିଧା ହୋଇପାରେ ।
ସିଂହ ରାଶି
ଆପଣ ନିଜର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ । ଏଥିସହ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ଆପଣଙ୍କ ଶରୀରର କୋଣସି ରୋଗର ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା କରନ୍ତୁ ।
କନ୍ୟା ରାଶି
ଆପଣଙ୍କର ଦୃଢ଼ ସ୍ୱଭାବ ଆପଣଙ୍କ ଶରୀରର ସୁସ୍ଥତା ବଜାୟ ରଖିବାରେ ସହାୟକ ହୋଇପାରେ। ଫିଟନେସ୍ ରୁଟିନ୍ ଏବଂ ଡାଏଟ୍ ପ୍ଲାନକୁ ସଠିକ କରନ୍ତୁ ।
ତୁଳା ରାଶି
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ସନ୍ତୁଳନ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଭଲ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ନିୟମିତ ବ୍ୟାୟାମ ଅଭ୍ୟାସ କରନ୍ତୁ ସନ୍ତୁଳିତ ଖାଦ୍ୟକୁ ପ୍ରାଥମିକତା ଦିଅନ୍ତୁ।
ବିଛା ରାଶି
ଆପଣଙ୍କ ପାଇଁ ସପ୍ତାହଟି ଚ୍ୟାଲେଞ୍ଜ ଦାୟକ ହୋଇପାରେ । ସକାରାତ୍ମକ ଭାବରେ ନିଜ ଶକ୍ତିକୁ ବିନିଯୋଗ କରନ୍ତୁ । ନିୟମିତ ବ୍ୟାୟାମ କରିବାକୁ ପ୍ରାଥମିକତା ଦିଅନ୍ତୁ।
ଧନୁ ରାଶି
ମନରେ ଥିବା ସାହସ ଆପଣଙ୍କ ଶରୀରରେ ପ୍ରତିଫଳନ ହେବ । ସାମଗ୍ରିକ ସୁସ୍ଥତା ବଜାୟ ରହିବ । ଶାରୀରିକ କାର୍ଯ୍ୟକଳାପକୁ ଉପଭୋଗ କରିବେ ।
ମକର ରାଶି
ନୂଆ ସପ୍ତାହରେ ଆପଣଙ୍କର ଶକ୍ତି ସ୍ତର ସଠିକ ରହିବ । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ । ସନ୍ତୁଳିତ ଖାଦ୍ୟକୁ ପ୍ରାଥମିକତା ଦିଅନ୍ତୁ।
କୁମ୍ଭ ରାଶି
ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ସଠିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରନ୍ତୁ । ସନ୍ତୁଳିତ ଖାଦ୍ୟକୁ ପ୍ରାଥମିକତା ଦିଅନ୍ତୁ।
ମୀନ ରାଶି
ଆପଣଙ୍କୁ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବାର ଆବଶ୍ୟକତା ରହିଛି । ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ସହ ଶାରୀରିକ ସ୍ୱାସ୍ଥ୍ୟ ଘନିଷ୍ଠ ଭାବେ ଜଡିତ । ଧ୍ୟାନ ଅଭ୍ୟାସ କରିବା ଦ୍ଵାରା ଆପଣ ସନ୍ତୁଳନ ବଜାୟ ରଖିପାରିବେ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़