Top 10 News: ସୁରକ୍ଷା ବାହିନୀକୁ ସଫଳତା, ୩ ନକ୍ସଲ ନିହତ ଖବର ସହ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2598175

Top 10 News: ସୁରକ୍ଷା ବାହିନୀକୁ ସଫଳତା, ୩ ନକ୍ସଲ ନିହତ ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ସୁରକ୍ଷା ବାହିନୀକୁ ସଫଳତା, ୩ ନକ୍ସଲ ନିହତ ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ଆସାମର ପୂର୍ବତନ କ୍ରିକେଟର୍ ଦେବଜିତ୍‌ ସାଇକିଆ BCCIର ନୂଆ ସମ୍ପାଦକ ହୋଇଛନ୍ତି । ସାଇକିଆଙ୍କୁ ନିଯୁକ୍ତି ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ । ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ସାଇକିଆଙ୍କୁ BCCI ଦାୟିତ୍ବ ମିଳିଛି ।

Headlines 02- ଜାନୁଆରୀ ୨୦ ରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାବେଶରେ ଏସ୍ ଜୟଶଙ୍କରଙ୍କ ଅଂଶଗ୍ରହଣ କରିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ବିବୃତ୍ତିରେ ଏହା କୁହାଯାଇଛି ଯେ, ଟ୍ରମ୍ପ-ଭାନ୍ସ ଉଦ୍ଘାଟନ କମିଟିର ନିମନ୍ତ୍ରଣ ଆସିଛି  । ତେଣୁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ।

Headlines 03- ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଏବେ ଟୁଇନ୍ ସିଟି ନୁହେଁ ଟ୍ରାଇ ସିଟିର ବିକାଶ କରିବେ ରାଜ୍ୟ ସରକାର । ଶ୍ରୀକ୍ଷେତ୍ର ପୁରୀ, ସିଲଭର ସିଟି କଟକ ଓ ରାଜଧାନୀ ଭୁବନେଶ୍ବରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Headlines 04- ଆଜି ଧୁମଧାମରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ପଥୋତ୍ସବ। ଭୋର ୬ଟା ୩୦ରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିଥିଲା ଖେଳକୁଦ ସାଙ୍ଗକୁ ନାଚଗୀତ । ତେବେ ପଥୋତ୍ସବ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବର୍ଷକୁ ୧୨ଟି ଅର୍ଥାତ୍ ପ୍ରତି ମାସରେ ଗୋଟିଏ ପଥୋତ୍ସବ କରାଯିବ।

Headlines 05- ଛତିଶଗଡ଼ ବିଜାପୁର ନ୍ୟାସନାଲ୍ ପାର୍କ ଅଞ୍ଚଳରେ ୩ ନକ୍ସଲ ନିପାତ ହୋଇଛନ୍ତି ।  ଅସ୍ତ୍ରଶସ୍ତ୍ର ସହ ବିପୁଳ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ମୃତ ନକ୍ସଲ ଚିହ୍ନଟ ହେବା ସହ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଅନପଟେ ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ମୋଟୁ ଥାନା ଜିନେଲ୍ ଗୁଡ଼ାରେ ବିପୁଳ ପରିମାଣରେ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

Headlines 06- କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ବିଜେପି ନେତା ଅରିନ୍ଦମ ରାୟ ଏବଂ ହିମାଂଶୁ ମହାନ୍ତିଙ୍କ ସମର୍ଥକଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟୟନ୍ତ୍ରଣ କରିଛି ।

Headlines 07- ରାଜ୍ୟରେ ମ୍ୟାଲେରିଆ ସ୍ଥିତି ନେଇ ସ୍ୱତନ୍ତ୍ର ସଚିବ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ରାଜ୍ୟରେ ମ୍ୟାଲେରିଆ ଚିନ୍ତାଜନକ ସ୍ଥିତିରେ ନାହିଁ’ । ‘ମ୍ୟାଲେରିଆ ପାଇଁ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦମନ ରହିଛି’। ‘ଟେଷ୍ଟିଂ ବଢାଇବାରେ ଲାଗିଛୁ, ସେଥିପାଇଁ ଅଧିକ ପଜିଟିଭ ରିପୋର୍ଟ ଆସିବ’

Headlines 08- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଳା ଅବସରରେ ଓଡିଶାର ୪ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ୪ଟି ଅତ୍ୟାଧୁନିକ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ରାଜ୍ୟ ପରିବହନ ନିଗମର ଏହି ୪ଟି ଅତ୍ୟାଧୁନିକ ପ୍ରିମିୟମ ବସ୍, ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବାହାରି ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ। 

Headlines 09- HMPVକୁ ନେଇ ବୁଧବାର ରାଜ୍ୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକ ଡାକିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତିକୁ ନେଇ ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

Headlines 10- ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଜି ପ୍ରବଳ କୁହୁଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।  ଆସନ୍ତା ତିନିଦିନ ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ।। ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କନ୍ଧମାଳ, କୋରାପୁଟ, କଟକ, ‌ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।