ED: ଜମି ଘୋଟାଲା ମାମଲା: ୭ ଘଣ୍ଟାର ଜେରା ପରେ ବାହାରିଲା ଇଡ଼ି
Advertisement

ED: ଜମି ଘୋଟାଲା ମାମଲା: ୭ ଘଣ୍ଟାର ଜେରା ପରେ ବାହାରିଲା ଇଡ଼ି

ରାଜ୍ୟ ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ରାଞ୍ଚିର ଡେପୁଟି କମିଶନର ଭାବରେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚ୍ ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ (ଆଇଏଏସ୍) ଅଧିକାରୀ ଛବି ରଂଜନଙ୍କ ସମେତ ଏପର୍ଯ୍ୟନ୍ତ ୧୪ ଜଣଙ୍କୁ ଗିରଫ କରାଯାଇଛି।

ED: ଜମି ଘୋଟାଲା ମାମଲା: ୭ ଘଣ୍ଟାର ଜେରା ପରେ ବାହାରିଲା ଇଡ଼ି

ED: ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚି ଇଡି ପହଞ୍ଚି ଜେରା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଇଡି ଟିମ୍ ସିଏମ୍ ହେମନ୍ତ ସୋରେନଙ୍କୁ ପ୍ରାୟ ୭ ଘଣ୍ଟା ଧରି ପଚରାଉଚରା କରିଥିଲେ।  ରାତି ୮ଟା ପରେ ଇଡି ଟିମ୍ ତିନିଟି ଗାଡିରେ ସିଏମ୍ ବାସଭବନ ଛାଡିଥିଲେ। ସୂଚନାନୁସାରେ, ଇଡି ଦଳ ହେମନ୍ତ ସୋରେନଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ଏବଂ ବିଭିନ୍ନ ଦିଗରୁ ତାଙ୍କ ଠାରୁ ସୂଚନା ମାଗିଥିଲେ। ଏହା କୁହାଯାଉଛି ଯେ ଆଗାମୀ କିଛି ଦିନ ମଧ୍ୟରେ ଇଡି ସିଏମ ହେମନ୍ତ ସୋରେନଙ୍କୁ ପଚରାଉଚରା କରିପାରେ।

ତେବେ ଆହୁରି ମଧ୍ୟ କୁହାଯାଉଛି କି ମୁଖ୍ୟମନ୍ତ୍ରୀଙ୍କୁ ଜେରା ଶନିବାର ଦିନ ଶେଷ ହୋଇନଥିବା ଜଣାପଡ଼ିଛି। ପୁନର୍ବାର ଇଡ଼ି ଆଉଥରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିପାରେ। ଯଦିଓ ତଦନ୍ତକାରୀ ସଂସ୍ଥା କେଉଁଦିନ ଜେରା କରିବ ସେନେଇ କୌଣସି ସଠିକ ସୂଚନା ସାମ୍ନାକୁ ଆସିନାହିଁ। ୭ ଘଣ୍ଟା ଜେରା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବାହାରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ଘୋଟାଲାକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିଥିଲେ। ତେବେ ୭ ଘଣ୍ଟା ଜେରା ପରେ ରାତି ପ୍ରାୟ ୮ଟା ବେଳକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବାହାରିଥିଲେ। 

 

ଏଠାରେ କହି ରଖୁ କି ମୁଖ୍ୟମନ୍ତ୍ରୀ ସୋରେନ ଇଡ଼ିର ଜେରା ସମୟରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ନିୟୋଜନ ହେତୁ ସମଗ୍ର ଅଞ୍ଚଳ ଏକ ସୁରକ୍ଷା ଗଡ଼ରେ ପରିଣତ ହୋଇଥିଲା। ସୋରେନ୍ (୪୮) ମଧ୍ୟ ଝାଡଖଣ୍ଡ ମୁଖୀ ମୋର୍ଚା (ଜେଏମ୍ଏମ୍)ର କାର୍ଯ୍ୟକାରୀ ସଭାପତି ଅଟନ୍ତି। ଏହାପୂର୍ବରୁ ସେ ସାତଥର ଇଡି ଡକାଯିବା ପରେ ପଚରାଉଚରା ପାଇଁ ଏଜେନ୍ସି ଆଗରେ ହାଜର ହୋଇନଥିଲେ। ଶେଷରେ ଯେତେବେଳେ ସେ ଅଷ୍ଟମ ଥର ପାଇଁ ଇଡି ତାଙ୍କୁ ଡକାଇଲେ ସେତେବେଳେ ସେ ତାଙ୍କ ସମ୍ମତି ପ୍ରଦାନ କଲେ।

ଇଡି ଅନୁଯାୟୀ, ଅନୁସନ୍ଧାନ ଝାଡଖଣ୍ଡର ମାଫିଆଙ୍କ ଦ୍ୱାରା ଜମି ମାଲିକାନାରେ ବେଆଇନ ପରିବର୍ତ୍ତନ ହେବାର ଏକ ବଡ଼ ଗ୍ୟାଙ୍ଗ ସହିତ ଜଡିତ। ରାଜ୍ୟ ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ରାଞ୍ଚିର ଡେପୁଟି କମିଶନର ଭାବରେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚ୍ ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ (ଆଇଏଏସ୍) ଅଧିକାରୀ ଛବି ରଂଜନଙ୍କ ସମେତ ଏପର୍ଯ୍ୟନ୍ତ ୧୪ ଜଣଙ୍କୁ ଗିରଫ କରାଯାଇଛି।