Trending Photos
Donald Trump Back: ଦୀର୍ଘ ୨ ବର୍ଷ ପରେ ପୁଣିଥରେ ଫେସବୁକ ଓ ଇନ୍ଷ୍ଟାଗ୍ରାମକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ (Donald Trump) । ଟ୍ୱିଟର (Twitter) ପରେ ଫେସବୁକ (Face book) ଓ ଇନ୍ଷ୍ଟାଗ୍ରାମକୁ (Instagram) ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ଦୀର୍ଘ ୨ ବର୍ଷ ପରେ ଫେସବୁକ ଓ ଇନ୍ଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା (Meta) ଟ୍ରମ୍ପଙ୍କ ଉପରେ ଲାଗିଥିବା କଟକଣାକୁ ହଟାଇଛି। ଟ୍ରମ୍ପଙ୍କର ଆକାଉଣ୍ଟ ପୁଣି ଥରେ ରିଷ୍ଟୋର ହୋଇଛି। ଏହି ନିଷ୍ପତି ଏକ ଅସାଧାରଣ ସମୟରେ ନିଆଯାଇଥିଲା ଓ ନେତା ମାନେ କଣ କହୁଛନ୍ତି ଏହା ସର୍ବ ସାଧାରଣ ଜାଣିବା ଆବଶ୍ୟକ, ଯାହା ଫଳରେ ସେମାନେ ଏକ ଯୁକ୍ତିଯୁକ୍ତ ନିଷ୍ପତି ନେଇ ପାରିବେ ବୋଲି ମେଟାର ବିଶ୍ୱ ବ୍ୟାପାର ସଭାପତି ନିକ୍ କ୍ଲେଗ୍ ଏକ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ପୂର୍ବ ନିର୍ବାଚନରେ ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ପରାଜିତ ହେବା ପରେ ଡୋଲାନ୍ଡ ଟ୍ରମ୍ପ ନିଜର ହିତା ହିତ ଜ୍ଞାନ ହରାଇ ବସିଥିଲେ। ନିଜ ସମର୍ଥକଙ୍କୁ ଉସୁକାଇବାରୁ ସେମାନେ ଜାନୁୟାରୀ ୬, ୨୦୨୧ ତାରିଖରେ ସଂସଦ ଗୃହ କମ୍ପ୍ଲେକ୍ସରେ ହିଂସାକାଣ୍ଡ ଘଟାଇଥିଲେ। ଏହା ପରେ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ପ୍ରମୂଖ ସାମାଜିକ ଗଣମାଧ୍ୟମରୁ ଟ୍ରମ୍ପଙ୍କର ଆକାଉଣ୍ଟ ବ୍ୟାନ କରିଦେଇଥିଲେ ।
ପରେ ଗତ ନଭେମ୍ବର ମାସରେ ଟ୍ୱିଟରର ନୂତନ ସିଇଓ ହେବା ପରେ ଟେସଲାର ମାଲିକ ଏଲନ୍ ମସ୍କ (Elon musk) ନିଜ ଟ୍ୱିଟର ଆକାଉଣ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ଉପରୁ କଟକଣା ହଟାଯିବା ଉପରେ ଲୋକଙ୍କ ମତ ଲୋଡିଥିଲେ। ପୋଲ ଜରିଆରେ ହୋଇଥିବା ଏହି ପୋଷ୍ଟ ବହୁତ ଚର୍ଚ୍ଚା ସାଉଁଟି ଥିଲା। ମତଦାନ ପାଇଁ ଲୋକଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା, ଯେଉଁଥିରେ ୨୩୭ ମିଲିୟନ ଟ୍ୱିଟର ଉପଭୋକ୍ତାଙ୍କ ମଧ୍ୟରୁ ୧୫ ମିଲିୟନରୁ ଉର୍ଦ୍ଧ୍ୱ ଉପଭୋକ୍ତା ଟ୍ରମ୍ପଙ୍କର ଟ୍ୱିଟର ଆକାଉଣ୍ଟ ଖୋଲାଯିବା ପ୍ରଶ୍ନ ନେଇ ନିଜର ମତ ଦେଇଥିଲେ। ଏଥି ମଧ୍ୟରୁ ୫୧.୮ ପ୍ରତିଶତ ଲୋକ ସମର୍ଥନ କରିଥିବା ବେଳେ ୪୮.୨ ପ୍ରତିଶତ ଲୋକ ଏହାକୁ ବିରୋଧ କରିଥିଲେ। ପରେ ଲୋକଙ୍କ ସହମତି ଅନୁସାରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ରିଷ୍ଟୋର କରାଇଥିଲେ ଏଲନ ମସ୍କ ।