Delhi Assembly Polls: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି 38 ଜଣ ପ୍ରାର୍ଥୀଙ୍କ ନାମ ଶେଷ ପର୍ଯ୍ୟାୟରେ ପ୍ରକାଶ କରିଛି। ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ନିର୍ବାଚନ ଲଢିବେ । ମୁଖ୍ୟମନ୍ତ୍ରୀ ଆତିଶୀ ପୁଣି ଥରେ କାଲକାଜୀରୁ ନିର୍ବାଚନ ଲଢିବେ । ସେହିଭଳି ସୌରଭ ଭରଦ୍ୱାଜ ଗ୍ରେଟର କୈଲାଶରୁ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ହୋଇଛନ୍ତି ।
Trending Photos
Delhi Assembly Polls: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପକ୍ଷରୁ 38 ଜଣ ପ୍ରାର୍ଥୀଙ୍କ ନାମ ତାଲିକାରେ ପ୍ରକାଶ କରାଯାଇଛି । ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ନିର୍ବାଚନ ଲଢିବେ । ମୁଖ୍ୟମନ୍ତ୍ରୀ ଆତିଶୀ ପୁଣି ଥରେ କାଲକାଜୀରୁ ନିର୍ବାଚନ ଲଢିବେ । ସେହିଭଳି ସୌରଭ ଭରଦ୍ୱାଜ ଗ୍ରେଟର କୈଲାଶରୁ ପ୍ରାର୍ଥୀ ହୋଇଛନ୍ତି । ଆମ୍ ଆଦମୀ ପାର୍ଟି ମଦନ ଲାଲଙ୍କ ଟିକେଟ୍ ବାତିଲ କରି କସ୍ତୁରବା ନଗରରୁ ରମେଶ ପେହଲୱାନଙ୍କୁ ଟିକେଟ୍ ଦେଇଛି । ରମେଶ ପେହଲୱାନ ଏବଂ ତାଙ୍କ କାଉନସିଲର ପତ୍ନୀ କୁସୁମ ଲତା ବିଜେପି ଛାଡି AAP ରେ ଯୋଗ ଦେଇଛନ୍ତି।
ମନ୍ତ୍ରୀ ଗୋପାଳ ରାୟ ବାବରପୁରରୁ ଏବଂ ଜର୍ଣ୍ଣେଲ ସିଂ ତିଲକ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ବ୍ୟତୀତ ସତ୍ୟନ୍ଦ୍ର କୁମାର ଜୈନ ଶକୁର ବସ୍ତିରୁ, ଅମାନତୁଲ୍ଲା ଖାନ ଚହଲାରୁ, ସୁଲତାନପୁର ମଜ୍ରାରୁ ମୁକେଶ କୁମାର ଅହଲୱାଟ, ନାଙ୍ଗଲୋଇ ଜାଟରୁ ରଘୁବିନ୍ଦର ଶୋକେନ, ସଦର ବଜାରରୁ ସୋମ ଦତ୍ତ, ବାଲିମେରାନରୁ ଇମ୍ରାନ ହୁସେନଙ୍କୁ ଟିକଟ ମିଳିଛି । ସେହିପରି ବୁରାରୀରୁ ସଞ୍ଜୀବ, ବାଦଲିରୁ ଅଜେଶ ଯାଦବ, ରିଥାଲାରୁ ମୋହିନ୍ଦର ଗୋୟଲ, ବାୱାନାରୁ ଜୟ ଭଗବାନ, ଶାଲିମର ବାଗରୁ ବନ୍ଦନା କୁମାରୀ, ତ୍ରିନଗରରୁ ପ୍ରୀତି ତୋମାର, ୱାଜିରପୁରରୁ ରାଜେଶ ଗୁପ୍ତା, ମଡେଲ ଟାଉନରୁ ଅଖିଳେଶ ପତି ତ୍ରିପାଠୀଙ୍କୁ ଟିକେଟ ମିଳିଛି ।
କୋଣ୍ଡଲିରୁ କୁଲଦୀପ କୁମାର, ଗୋକଲପୁରରୁ ସୁରେନ୍ଦ୍ର କୁମାର, କରୋଲ ବାଗରୁ ବିଶ୍ୱ ରବି, ମୋତି ନଗରରୁ ଶିବ ଚରଣ ଗୋୟଲ, ରାଜୌରୀ ଗାର୍ଡେନରୁ ଧନନ୍ତୀ ଚାନ୍ଦେଲା, ହରିନାଗରୁ ରାଜ କୁମାରୀ, ବିକାଶପୁରୀରୁ ମହିନ୍ଦର ଯାଦବ, ଆର.କେ ପୁରାମରୁ ପ୍ରମିଳା, ମେହେରୁଲିରୁ ନରେଶ ଯାଦବ, ଆମ୍ବେଦକର ନଗରର ଅଜୟ ଦତ୍ତ, ସଙ୍ଗମ ବିହାରରୁ ଦୀନେଶ ମୋହନିଆ ଏବଂ ତୁଗଲକାବାଦରୁ ସାହି ରାମ ନିର୍ବାଚନ ଲଢିବେ ।
ଏଥର ଆମ୍ ଆଦମୀ ପାର୍ଟି ମୋଟ 20 ଜଣ ବିଧାୟକଙ୍କ ଟିକେଟ୍ ବାତିଲ କରିଛି। କିନ୍ତୁ ତିନିଜଣ ବିଧାୟକଙ୍କ ପୁଅ ଏବଂ ସ୍ତ୍ରୀଙ୍କୁ ଟିକେଟ ଦିଆଯାଇଛି । ଆମ୍ ଆଦମୀ ପାର୍ଟି କୃଷ୍ଣ ନଗରରୁ ଏସ.କେ ବାଗଗାଙ୍କ ପୁଅ ବିକାଶ ବାଗଗାଙ୍କୁ ଟିକେଟ୍ ଦେଇଛି । ସେହିପରି ଚାନ୍ଦନୀ ଚୌକ ପ୍ରହ୍ଲାଦ ସାହନିଙ୍କ ପୁତ୍ର ପୁରାଣ ସାହନି ଏବଂ ନରେଶ ବାଲାନଙ୍କ ପତ୍ନୀ ପୂଜା ବାଲିଆଙ୍କୁ ଟିକେଟ୍ ମିଳିଛି ।
ଦିଲ୍ଲୀ ନିର୍ବାଚନ ପାଇଁ ଅନ୍ତିମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଅରବିନ୍ଦ କେଜ୍ରିୱାଲ ଏକ ପୋଷ୍ଟରେ କହିଛନ୍ତି ଯେ, ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦଳ ନାହିଁ, ଯୋଜନା ନାହିଁ ଏବଂ ଦିଲ୍ଲୀ ପାଇଁ କୌଣସି ପ୍ଲାନିଂ ନାହିଁ। ତାଙ୍କର କେବଳ ଗୋଟିଏ ସ୍ଲୋଗାନ ଅଛି, ତାହା ହେଉଛି ଗୋଟିଏ ନୀତି ଏବଂ ଗୋଟିଏ ମିଶନ - କେଜ୍ରିୱାଲଙ୍କୁ ହଟାନ୍ତୁ।
Also Read- Lucky Zodiac Sign: ୧୫ ଡିସେମ୍ୱରରେ ସନ୍ଫା ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ
Also Read- New Year 2025: ନୂଆବର୍ଷରେ ଆଶୀର୍ବାଦ ବର୍ଷା କରିବେ ରାହୁ, ଜାଣନ୍ତୁ କାହାକୁ ମିଳିବ ଲାଭ