Top 5 Two Wheelers: ନୂଆଦିଲ୍ଲୀ: ଦୈନନ୍ଦିନ ବ୍ୟବହାର ଉପଲକ୍ଷେ ସେହି ସ୍କୁଟରମାନଙ୍କର ଚାହିଦା ଭାରତୀୟ ବଜାରରେ ରହି ଆସିଛି। ଭାରତୀୟ ସଡ଼କ ପଥରେ ଟ୍ରାଫିକ ସମସ୍ୟାରେ ବଜେଟ ଫ୍ରେଣ୍ଡଲୀ ଦୁଇ ଚକିଆ ଯାନକୁ ବହୁଳ ଭାବେ ପସନ୍ଦ କରୁଛନ୍ତି ଭାରତୀୟ।
Trending Photos
Top 5 Two Wheelers: ନୂଆଦିଲ୍ଲୀ: ଦୈନନ୍ଦିନ ବ୍ୟବହାର ଉପଲକ୍ଷେ ସେହି ସ୍କୁଟରମାନଙ୍କର ଚାହିଦା ଭାରତୀୟ ବଜାରରେ ରହି ଆସିଛି। ଭାରତୀୟ ସଡ଼କ ପଥରେ ଟ୍ରାଫିକ ସମସ୍ୟାରେ ବଜେଟ ଫ୍ରେଣ୍ଡଲୀ ଦୁଇ ଚକିଆ ଯାନକୁ ବହୁଳ ଭାବେ ପସନ୍ଦ କରୁଛନ୍ତି ଭାରତୀୟ। ସରଳ ଭାଷାରେ କହିବାକୁ ଗଲେ କମ ମୂଲ୍ୟ ଓ ଇନ୍ଧନ ବ୍ୟବହାରରେ ଭାରତୀୟ ବଜାରରେ ଏହିପରି ଅନେକ ସ୍କୁଟର ବ୍ୟବହାର ହେଉଛି। ତେବେ ଏମାନଙ୍କ ମଧ୍ୟରେ ସର୍ବାଧିକ ବିକ୍ରି ହେଉଥିବା ୫ଟି ସ୍କୁଟର ଉପରେ ଆଲୋଚନା କରିବା।
TVS Jupiter 110
ଟିଭିଏସ୍ ଚଳିତ ବର୍ଷ ଏକ ନୂତନ ଅବତାରରେ ଜୁପିଟର ଲଞ୍ଚ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୭୩୭୦୦ ଏକ୍ସ-ଶୋ’ରୁମ୍। ଏହି ସ୍କୁଟରର ମାଇଲେଜ୍ ବିଷୟରେ କହିବାକୁ ଗଲେ ୧୧୩ ସିସି ଇଞ୍ଜିନ୍ ସହିତ ଜୁପିଟର ପ୍ରାୟ ୫୦ କିଲୋମିଟର ମାଇଲେଜ୍ ଦେଇଥାଏ।
Honda Activa 6G
ଦ୍ୱିତୀୟ ଶ୍ରେଷ୍ଠ ସ୍କୁଟର ହେଉଛି ହୋଣ୍ଡା ଆକ୍ଟିଭା 6G, ଯାହାର ଆରମ୍ଭ ମୂଲ୍ୟ ହେଉଛି ୭୭ ହଜାର ଏକ୍ସ-ଶୋ’ରୁମ୍। ଏହି ସ୍କୁଟର ଭାରତୀୟ ବଜାରରେ ବହୁତ ଲୋକପ୍ରିୟ। ୧୦୯.୫୧ ସିସି ଇଞ୍ଜିନ୍ ସହିତ ଏହି ସ୍କୁଟରରେ ଆପଣ ପ୍ରାୟ ୫୦ ରୁ ୫୫ କିଲୋମିଟର ମାଇଲେଜ୍ ପାଇପାରିବେ। ହୋଣ୍ଡା ଆକ୍ଟିଭାର ସର୍ବୋଚ୍ଚ ଗତି ଘଣ୍ଟା ପ୍ରତି ୮୫ କିଲୋମିଟର ଅଟେ।
Yamaha Fascino 125 Hybrid
ତାଲିକାର ତୃତୀୟ ସ୍ଥାନରେ ରହିଛି Yamaha Fascino 125 Hybrid ହାଇବ୍ରିଡ୍ ସ୍କୁଟର। ଯାହାର ୧୨୫ ସିସି ଇଞ୍ଜିନ୍ ଅଛି। ଏହି ବୈଦ୍ୟୁତିକ ଚାଳିତ ସ୍କୁଟରର ସର୍ବାଧିକ ମାଇଲେଜ୍ ହେଉଛି ୬୮ କିଲୋମିଟର। ଏହାର ଆରମ୍ଭ ମୂଲ୍ୟ ହେଉଛି ୯୦ ହଜାର ଏକ୍ସ-ଶୋ’ରୁମ୍।
Suzuki Access 125
ଚତୁର୍ଥ ସ୍କୁଟର ହେଉଛି ସୁଜୁକି ଆକ୍ସେସ୍ ୧୨୫, ଯାହା ଭାରତୀୟ ବଜାରରେ ବେଶ ପସନ୍ଦ ପାଲଟିଛି। ଏହାର ଆରମ୍ଭ ଏକ୍ସ-ସୋରୁମ୍ ମୂଲ୍ୟ ହେଉଛି ୮୨ ହଜାର ଟଙ୍କା। ସୁଜୁକି ଆକ୍ସେସରେ ୧୨୪ ସିସି ୪-ଷ୍ଟ୍ରୋକ ସିଙ୍ଗଲ୍ ସିଲିଣ୍ଡର ଏୟାର କୁଲ୍ଡ ଇଞ୍ଜିନ ଅଛି। ଏହି ସ୍କୁଟରର ମାଇଲେଜ୍ ୪୦ ରୁ ୫୦କିଲୋମିଟର ଅଟେ।
Hero Destini 125
ହିରୋ ଡେଷ୍ଟିନୀ 125 ସ୍କୁଟରର ମୂଲ୍ୟ ୮୧ ହଜାର ୭୧୮ ରୁ ଆରମ୍ଭ ହୋଇଛି। ଏଥିରେ ତୁମେ ୧୨୪.୬ ସିସି ସିଙ୍ଗଲ ସିଲିଣ୍ଡର ଏୟାର-କୁଲ୍ଡ ପେଟ୍ରୋଲ ଇଞ୍ଜିନ ପାଇବ। ହିରୋ ଡେଷ୍ଟିନୀ ୫୫ କିଲୋମିଟରର ମାଇଲେଜ୍ ପାଇଥାଏ। ଆପଣ ହିରୋ ଡେଷ୍ଟିନୀ ସ୍କୁଟରରେ ବହୁତ ଭଲ ବୈଶିଷ୍ଟ୍ୟ ପାଇପାରିବେ।
ଡେଷ୍ଟିନୀରେ ସେମି-ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍, USB ଚାର୍ଜିଂ ପୋର୍ଟ ସହିତ ଏଲଇଡି ହେଡଲ୍ୟାମ୍ପ ଏବଂ ସାଇଡ୍ ଷ୍ଟାଣ୍ଡ ଇଞ୍ଜିନ୍ କଟ୍ ଅଫ୍ ଭଳି ବୈଶିଷ୍ଟ୍ୟ ରହିଛି। ଏହା ବ୍ୟତୀତ ଏହାର ସୁରକ୍ଷା ପାଇଁ ଡିସ୍କ ଏବଂ ଡ୍ରମ୍ ବ୍ରେକ୍ ମଧ୍ୟ ଅଛି।
Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଗାଡି କିଣିବା ପୂର୍ବରୁ ଆପଣ କମ୍ପାନୀ ସହିତ ସବିଶେଷ ଆଲୋଚନା ପରେ ନିଷ୍ପତ୍ତି ନେଇପାରିବେ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।