ଚନ୍ଦ୍ରଭାଗା ଉପକୂଳରେ ଘଡ଼ିଆଳ କୁମ୍ଭୀର, ଧରିବା ପାଇଁ ସ୍ବତନ୍ତ୍ର ଟିମ୍
Advertisement
Article Detail0/zeeodisha/odisha2559306

ଚନ୍ଦ୍ରଭାଗା ଉପକୂଳରେ ଘଡ଼ିଆଳ କୁମ୍ଭୀର, ଧରିବା ପାଇଁ ସ୍ବତନ୍ତ୍ର ଟିମ୍

crocodile found: କୁମ୍ଭୀର ଧରିବା ପାଇଁ ପୁରୀ ଜିଲ୍ଲା ବନବିଭାଗ ଅଧିକାରୀ ସମେତ ବନକର୍ମଚାରୀ ଓ ନନ୍ଦନକାନନରୁ ସ୍ୱତନ୍ତ୍ର ୯ ଜଣିଆ ଉଦ୍ଧାରକାରି ଦଳ ସମୁଦ୍ର କୂଳରେ ପହଞ୍ଚିଛନ୍ତି। ଜଳଭାଗରେ ବୋଟ ସହାୟତା ସହିତ ସ୍ଥଳଭାଗରେ ପ୍ରତି ୧୦୦ ମିଟର ଦୂରତାରେ କର୍ମଚାରୀ ମୁତୟନ ରହି ଖୋଜା ଖୋଜି ଜାରି ରଖିଥିବା କହିଛନ୍ତି ଜିଲ୍ଲା ବନଅଧିକାରୀ ବିବେକ କୁମାର। 

ଚନ୍ଦ୍ରଭାଗା ଉପକୂଳରେ ଘଡ଼ିଆଳ କୁମ୍ଭୀର, ଧରିବା ପାଇଁ ସ୍ବତନ୍ତ୍ର ଟିମ୍

ପୁରୀ: ଚନ୍ଦ୍ରଭାଗା ସମୁଦ୍ର କୂଳରେ ଘଡିଆଳ କୁମ୍ଭୀର ଆତଙ୍କ। ଏକ ୧୦ ଫୁଟିଆ ବିରାଟ ଘଡିଆଳ ପ୍ରଜାତିର କୁମ୍ଭୀର ବୁଲୁଥିବା ଜଣାପଡିଛି। କୁମ୍ଭୀରକୁ ଧରିବା ପାଇଁ ପୁରୀ ବନଖଣ୍ଡ ଅଧିକାରୀଙ୍କ ସହ ୨୦ ଜଣ ବନଖଣ୍ଡ କର୍ମଚାରୀ ଓ ନନ୍ଦନକାନନରୁ ଆସିଥିବା ୯ଜଣିଆ ସ୍ବତନ୍ତ୍ର ଟିମ୍‌ କୁମ୍ଭୀରକୁ ଖୋଜୁଛନ୍ତି। 

କୁମ୍ଭୀର ଧରିବା ପାଇଁ ପୁରୀ ଜିଲ୍ଲା ବନବିଭାଗ ଅଧିକାରୀ ସମେତ ବନକର୍ମଚାରୀ ଓ ନନ୍ଦନକାନନରୁ ସ୍ୱତନ୍ତ୍ର ୯ ଜଣିଆ ଉଦ୍ଧାରକାରି ଦଳ ସମୁଦ୍ର କୂଳରେ ପହଞ୍ଚିଛନ୍ତି। ଜଳଭାଗରେ ବୋଟ ସହାୟତା ସହିତ ସ୍ଥଳଭାଗରେ ପ୍ରତି ୧୦୦ ମିଟର ଦୂରତାରେ କର୍ମଚାରୀ ମୁତୟନ ରହି ଖୋଜା ଖୋଜି ଜାରି ରଖିଥିବା କହିଛନ୍ତି ଜିଲ୍ଲା ବନଅଧିକାରୀ ବିବେକ କୁମାର।