୨୭ ବର୍ଷର ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ, ଅଲାଗା ହୋଇଯିବେ ଗେଟ୍ସ୍ ଦମ୍ପତି
Advertisement

୨୭ ବର୍ଷର ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ, ଅଲାଗା ହୋଇଯିବେ ଗେଟ୍ସ୍ ଦମ୍ପତି

ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିଣ୍ଡା (Melinda Gates) ପରସ୍ପରକୁ ଛାଡପତ୍ର ଦେବାକୁ ସ୍ଥିର କରିଛନ୍ତି, ଏହା ସହ ୨୭ ବର୍ଷର ବୈବାହିକ ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

ଫାଇଲ ଫଟୋ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ତାଙ୍କ ୫୬ ବର୍ଷୀୟା ପତ୍ନୀ ମେଲିଣ୍ଡା ପରସ୍ପରକୁ ଛାଡପତ୍ର ଦେବାକୁ ସ୍ଥିର କରିଛନ୍ତି । ମଙ୍ଗଳବାର ଏନେଇ ଉଭୟ ଘୋଷଣା କରିଛନ୍ତି। ଏହା ସହିତ ବିଶ୍ୱର ସର୍ବବୃହତ ଘରୋଇ ପ୍ରତିଷ୍ଠାନ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନରେ ସେମାନେ ଏକାଠି କାମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଏନେଇ ଟ୍ୱିଟରରେ ପ୍ରକାଶ କରିଛନ୍ତି ବିଲ୍ ଗେଟ୍ସ ।

ବିଲ୍ ଗେଟ୍ସ (Bill Gates) ଟ୍ୱିଟରରେ ଲେଖିଛନ୍ତି ଯେ, ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିଣ୍ଡା (Melinda Gates) ପରସ୍ପରକୁ ଛାଡପତ୍ର ଦେବାକୁ ସ୍ଥିର କରିଛନ୍ତି, ଏହା ସହ ୨୭ ବର୍ଷର ବୈବାହିକ ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେଲିଣ୍ଡା ଏବଂ ଗେଟ୍ସ ଫାଉଣ୍ଡେସନ  (bill and melinda gates) ରେ ସେମାନେ ଏକାଠି କାମ ଜାରିରଖିବେ। ଆମର ସହଭାଗିତାରେ ଗଢାଯାଇଥିବା ସଂଗଠନ ସାରା ବିଶ୍ୱରେ ଲୋକଙ୍କ ପାଇଁ ସୁସ୍ଥ ଓ ନିରାମୟ ଜୀବନଯାପନ କରିବାରେ ସହାୟକ ହେଉଛି। 

Also Read: ଅଟକିଲା IPL 2021, ଖେଳାଳି କୋରୋନା ପଜିଟିଭ୍ ପରେ ଟୁର୍ଣ୍ଟାମେଣ୍ଟ ସ୍ଥଗିତ

 

ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିଣ୍ଡା ୧୯୯୪ ମସିହାରେ ବିବାହ କରିଥିଲେ। ସେମାନଙ୍କ ତିନିଟି ସନ୍ତାନ ଅଛନ୍ତି। ମେଲିଣ୍ଡା, ମାଇକ୍ରୋସଫ୍ଟ (Microsoft) ରେ ୧୯୮୭ ମସିହାରୁ ପ୍ରଡକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। କମ୍ପାନୀରେ ଉଭୟଙ୍କ ମଧ୍ୟରେ ମଧୁର ସଂପର୍କ ଗଢିଉଠିବା ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ।

୬୫ ବର୍ଷୀୟ ବିଲ ଗେଟ୍ସ ପୂର୍ବରୁ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାର ପ୍ରଥମ ସ୍ଥାନରେ ରହିଥିଲେ। ତାଙ୍କ ପାଖରେ ୧୦୦ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ରହିଛି। ତେବେ ଏହି ଧନୀ ଦମ୍ପତିଙ୍କ ବିଚ୍ଛେଦ ତାଙ୍କର ବ୍ୟବସାୟିକ କାରବାର ଉପରେ ପ୍ରଭାବ ପକାଇବା ନେଇ ଅନୁମାନ କରାଯାଉଛି।

Also Read: ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ଲକଡାଉନ୍; କ'ଣ ଖୋଲା, କ'ଣ ରହିବ ବନ୍ଦ?

ଏହା ପୂର୍ବରୁ ଆଉ ଜଣେ ଧନୀ ଦମ୍ପତିଙ୍କ ନିକଟରେ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ସେ ହେଉଛନ୍ତି ଆମାଜନର ସିଇଓ ଜେଫ୍ ବେଜୋସ୍ ଓ ତାଙ୍କ ପତ୍ନୀ ମାକକେନଜି ବେଜୋସ୍ । ଛାଡପତ୍ର ପରେ ମାକକେନଜି ବେଜୋସଙ୍କୁ ଆମଜନର 4 ପ୍ରତିଶତ ଶେୟାର ଅର୍ଥାତ୍ ପ୍ରାୟ 36 ବିଲିୟନ ଆମେରିକୀୟ ଡଲାର କ୍ଷତିପୂରଣ ଦେଇଥିଲେ ଜେଫ୍ ବେଜୋସ୍ ।