Buxar Protest: ବିହାରରେ ଚାଷୀ କରିଦେଲେ ଏଭଳି କାଣ୍ଡ, ପୋଲିସର ଫାଙ୍କା ଗୁଳି ଚାଳନା
Advertisement

Buxar Protest: ବିହାରରେ ଚାଷୀ କରିଦେଲେ ଏଭଳି କାଣ୍ଡ, ପୋଲିସର ଫାଙ୍କା ଗୁଳି ଚାଳନା

Buxar Protest: ଚୌସା ଅଞ୍ଚଳରେ ବନାରପୁରରେ ପୋଲିସଙ୍କ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଷୀମାନଙ୍କ ଉପରକୁ ଲାଠି ଚାର୍ଜ କରାଯାଇଥିବା ଜଣାପଡ଼ିଛି। ସେପଟେ ଏହାକୁ ବିରୋଧ କରି ଆଜି ଚୌସା ସ୍ଥିତ ଥିବା ପାଓ୍ୱାର ପ୍ଲାଣ୍ଟରେ ହଙ୍ଗାମା କରିଛନ୍ତି। ଲାଠିଚାର୍ଜକୁ ବିରୋଧ କରି ପୋଲିସ ଗାଡ଼ିକୁ ମଧ୍ୟ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି।

Buxar Protest: ବିହାରରେ ଚାଷୀ କରିଦେଲେ ଏଭଳି କାଣ୍ଡ, ପୋଲିସର ଫାଙ୍କା ଗୁଳି ଚାଳନା

Buxar Protest:  ପାଟନା: ବୁଧବାର ସକାଳୁ ସକାଳୁ ବିହାରର (Bihar) ଗ୍ରାମାଞ୍ଚଳରେ ଚାଷୀଙ୍କ ତାଣ୍ଡବ ଦେଖିବାକୁ ମିଳିଥିଲା। ବିହାରର (Bihar) ବକ୍ସରସ୍ଥିତ (Buxar) ଚୌସା (Chousa) ପାଓ୍ୱାର ପ୍ଲାଣ୍ଟ (Power Plant) ଉପରେ ନିକଟସ୍ଥ ଗ୍ରାମବାସୀମାନେ ଆକ୍ରମଣ କରିଦେଇଥିଲେ। ଆନ୍ଦୋଳନକାରୀମାନଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସକୁ ଲାଠିମାଡ଼ କରିଥିଲା। ଏପରିକି ଫାଙ୍କା ଗୁଳି ଚାଳନା ମଧ୍ୟ କରିବାକୁ ପଡ଼ିଥିଲା ପୋଲିସକୁ। ପାଓ୍ୱାର ପ୍ଲାଣ୍ଟ ସମ୍ମୁଖରେ ଚାଷୀ ଓ ପୋଲିସ ମଧ୍ୟରେ ହାତାହାତୀ ହେବାର ଖବର ମଧ୍ୟ ରହିଛି। ଏଥିରେ ଆନ୍ଦୋଳନରତ ଲୋକମାନେ ପୋଲିସର ଗାଡି ପୋଡି ଦେଇଛନ୍ତି। ପାୱାର ପ୍ଲାଣ୍ଟର ମୁଖ୍ୟ ଫାଟକରେ ଚାଷୀମାନେ ନିଆଁ ଲଗାଇ ଦେଇଛନ୍ତି। କୁହାଯାଉଛି ଯେ ଜମି କ୍ଷତିପୂରଣ ନେଇ ଗ୍ରାମବାସୀ ଆନ୍ଦୋଳନ କରୁଛନ୍ତି।

କୁହାଯାଉଛି କି ଚୌସା ଅଞ୍ଚଳରେ ବନାରପୁରରେ ପୋଲିସଙ୍କ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଷୀମାନଙ୍କ ଉପରକୁ ଲାଠି ଚାର୍ଜ କରାଯାଇଥିବା ଜଣାପଡ଼ିଛି। ସେପଟେ ଏହାକୁ ବିରୋଧ କରି ଆଜି ଚୌସା ସ୍ଥିତ ଥିବା ପାଓ୍ୱାର ପ୍ଲାଣ୍ଟରେ ହଙ୍ଗାମା କରିଛନ୍ତି। ଲାଠିଚାର୍ଜକୁ ବିରୋଧ କରି ପୋଲିସ ଗାଡ଼ିକୁ ମଧ୍ୟ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି। ଏଠାରେ କହି ରଖୁଛୁ ଯେ ଚୌସାରେ SJVN ବିଦ୍ୟୁତ୍ ଉତ୍ପାଦନ ପାଇଁ କୃଷକଙ୍କ ଜମି ଅଧିଗ୍ରହଣ ୨୦୧୦-୧୧ ପୂର୍ବରୁ କରାଯାଇଥିଲା। ସେହି ସମୟରେ ଚାଷୀଙ୍କୁ ୨୦୧୦-୧୧ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ଯେତେବେଳେ କମ୍ପାନୀ ୨୦୨୨ ମସିହାରେ ଚାଷୀଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କଲା, ସେତେବେଳେ କୃଷକମାନେ ବର୍ତ୍ତମାନର ହାର ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ଦାବି କରିବାକୁ ଲାଗିଲେ। କମ୍ପାନୀ କେବଳ ପୁରୁଣା ହାରରେ କ୍ଷତିପୂରଣ ଦେଇ ଜମି ଅଧିଗ୍ରହଣ କରୁଛି।

ସୂଚନାଯୋଗ୍ୟ ଯେ ଦୁଇ ମାସରୁ ଅଧିକ ସମୟ ଧରି କୃଷକ ଓ ଗ୍ରାମବାସୀ ଏହା ବିରୋଧରେ ଆନ୍ଦୋଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ରାତିରେ ଘରେ ପଶି ମହିଳା ଏବଂ ପୁରୁଷ, ଶିଶୁଙ୍କ ଉପରେ ଲାଠି ମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।