'ନାଟୋ ମେଣ୍ଟରେ ଯୋଗ ଦେଲେ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରୁହ'
Advertisement

'ନାଟୋ ମେଣ୍ଟରେ ଯୋଗ ଦେଲେ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରୁହ'

ଆମେରିକା ନେତୃତ୍ୱାଧିନ ନାଟୋ ମେଣ୍ଟରେ ଯୋଗଦେଲେ ପରିଣାମ  ଭୋଗିବା ପାଇଁ ପ୍ରସ୍ତୁତ ରୁହ।  

'ନାଟୋ  ମେଣ୍ଟରେ  ଯୋଗ  ଦେଲେ ପରିଣାମ  ଭୋଗିବା ପାଇଁ ପ୍ରସ୍ତୁତ  ରୁହ'

ମସ୍କୋ: ଆମେରିକା ନେତୃତ୍ୱାଧିନ ନାଟୋ ମେଣ୍ଟରେ ଯୋଗଦେଲେ ପରିଣାମ  ଭୋଗିବା ପାଇଁ ପ୍ରସ୍ତୁତ ରୁହ।  ପଡୋଶୀ  ସ୍ୱୀଡେନ  ଏବଂ  ଫିନଲାଣ୍ଡ  ଉଦ୍ଦେଶ୍ୟରେ ଏଭିଳି ଚେତାବନୀ ଦେଇଛି  ଋଷିଆ।  ଦ୍ୱିପାକ୍ଷିକ  କୂଟନୈତିକ  ପ୍ରକ୍ରିୟା ମାଧ୍ୟମରେ  ସ୍ୱୀଡେନ  ଏବଂ  ଫିନଲାଣ୍ଡ ନାଟୋ ମେଣ୍ଟରେ ଯୋଗ ଦେଉଥିବା ନେଇ ଖବର  ପାଇବା ଏହି  ପ୍ରତିକ୍ରିୟା ଋଷୀୟ ବୈଦେଶିକ ମନ୍ତ୍ରଣାଳୟ।  

ବୁଧବାର  ଏ  ସମ୍ପର୍କରେ ଜଣାଇଛନ୍ତି ଋଷୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ମାରିଆ ଜାଖାରୋଭା।  ଋଷୀୟ ଗଣମାଧ୍ୟମକୁ  ଦେଇଥିବା ପ୍ରତିକ୍ରିୟାରେ ସେ କହିଛନ୍ତି ଦ୍ୱିପାକ୍ଷିକ  କୂଟନୈତିକ  ପ୍ରକ୍ରିୟା ମାଧ୍ୟମରେ ସ୍ୱୀଡେନ  ଏବଂ  ଫିନଲାଣ୍ଡ  ନାଟୋ ମେଣ୍ଟରେ ଯୋଗ ଦେଉଥିବା ନେଇ ଆମକୁ ଖବର ମିଳିଛି।  ଆମେ ଏନେଇ ସେମାନଙ୍କୁ  ବିଭିନ୍ନ ମାଧ୍ୟମରେ  ଚେତାବନୀ  ଦେଇସାରିଛୁ।  ସେମାନେ ଆମ ଚେତାବନୀକୁ ନେଇ ଆଶ୍ଚର୍ଯ୍ୟ ଚକିତ ହେବା ଭଳି କିଛି  ନାହିଁ।   ସେମାନଙ୍କୁ ଏହି  ପ୍ରସଙ୍ଗ  ବାବଦରେ ସବୁ କିଛି ଅବଗତ କରାଯାଇ ସାରିଛି। 

ୟୁକ୍ରେନ ବିରୋଧି  ଯୁଦ୍ଧରେ ନାଟୋ ମେଣ୍ଟର ଆଭିମୁଖ୍ୟକୁ ନେଇ  ତାତି ଉଠିଛି  ଋଷିଆ।  ଏହି ମେଣ୍ଟରେ  ୟୁକ୍ରେନ  ଯୋଗ ଦେଉଥିବା ଖବର ପାଇବା ପରେ ଚିହିଁକି ଉଠିଥିଲା ଋଷିଆ।  ଦ୍ୱିତୀୟ ବିଶ୍ୱ ଯୁଦ୍ଧ  ଶେଷ ହେବା ପର ଠାରୁ ସୋଭିଏତ  ସଂଘ ଏବଂ  ଋଷିଆ ମଧ୍ୟରେ  ସମ୍ପର୍କ  ସର୍ବଦା  ତିକ୍ତତାପୂର୍ଣ୍ଣ ରହିଛି।   ଗତ ୧୯୯୧ ମସିହାରେ ସୋଭିଏତ ସଂଘର ବିଭାଜନ ପରେ  ଋଷିଆ ଏବଂ  ନାଟୋ ମେଣ୍ଟ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ସଦ୍ୟ  ଏହାର ଉଦାହରଣ ହେଉଛି  ଋଷିଆ-ୟୁକ୍ରେନ ଯୁଦ୍ଧ। 

Also Read: Russia-Ukraine war: ୟୁରୋପୀୟ ସଂଘ ସହ ମିଶିବାକୁ କାହିଁକି ଚାହୁଁଛି ୟୁକ୍ରେନ?

ନାଟୋ  ମେଣ୍ଟରେ  ସାମିଲ  ଥିବା  ବିଭିନ୍ନ  ଦେଶ  ଯୁଦ୍ଧ  ଲଢିବା  ପାଇଁ  ୟୁକ୍ରେନ  ଲାଗି  ବିଭିନ୍ନ ସାମିରିକ  ସହାୟତା ପଠାଉଛନ୍ତି।  

  • ଋଷିଆ ବିରୋଧରେ ଯୁଦ୍ଧ ଲଢିବା ପାଇଁ ଆମେରିକା  ୟୁକ୍ରେନକୁ  ପୋର୍ଟେବୁଲ ଆଣ୍ଟି  ଟ୍ୟାଙ୍କ ମିସାଇଲ  FMG-148  ଜାଭେଲିନ ପ୍ରଦାନ କରିଛି। ଯାହାକୁ କାନ୍ଧରେ ରଖି ଜଣେ ସୈନିକ ଏହାକୁ କୌଣସି ସ୍ଥାନକୁ ନେଇପାରିବେ।  ଆନ୍ଧାରରେ ଏହି ମିସାଇଲ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ।  ଯାହାକୁ ଜଣେ ଯବାନ ଚଳାଇ ପାରିବେ।  ଏହା ଟ୍ୟାଙ୍କ ଉଡ଼ାଇବାକୁ ସକ୍ଷମ। 
  • ତୁର୍କୀ ଏବଂ ଆମେରିକା  ୟୁକ୍ରେନକୁ  ଆକ୍ରମଣ ଡ୍ରୋନ  ପ୍ରଦାନ କରିଛନ୍ତି।   ଏଭଳି ଡ୍ରୋନ ନିର୍ମାଣ କରିବାରେ ତୁର୍କୀ ବେଶ ଆଗରେ ରହିଛି।  ଯାହାର ବ୍ୟବହାର ଆଫଗାନିସ୍ତାନ ଠାରେ ବ୍ୟବହାର କରାଯାଇ ସାରିଛି। ଏହି ଡ୍ରୋନ କାରଣରୁ ଋଷୀୟ ସେନାକୁ  ବହୁତ କ୍ଷତି ସହିବାକୁ ପଡ଼ିଛି।    
  • ସ୍ଳୋଭାକିଆ  ୟୁକ୍ରେନକୁ  ଋଷିଆ ଦ୍ୱାରା ବିକଶିତ  S300  ଏୟାରକ୍ରାଫ୍ଟ  ଆଣ୍ଡ୍  ମିସାଇଲ  ଡିଫେନ୍ସ  ସିଷ୍ଟମ ପ୍ରଦାନ କରିଛି।  ଏହା ମାଧ୍ୟମରେ  ୧୦୦ କିମି  ଦୂରରୁ  ଶତ୍ରୁ ପକ୍ଷକୁ ଟାର୍ଗେଟ କରାଯାଇପାରେ।  ଏହି ଅସ୍ତ୍ର  ଆକାଶ ମାର୍ଗରୁ କରାଯାଉଥିବା କୌଣସି  ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ।  ଋଷିଆ ଦ୍ୱାରା କରାଯାଇଥିବା ଅନେକ ବାୟୁ ଆକ୍ରମଣକୁ ରୋକିବାରେ ଏହି ଅସ୍ତ୍ର ବେଶ ଫଳପ୍ରଦ  ହୋଇଛି।        
  • ଋଷିଆ ଦ୍ୱାରା ବିକଶିତ ହୋଇଥିବା  MI-17 ହେଲିକ୍ୟାପ୍ଟର ୟୁକ୍ରେନକୁ ପ୍ରଦାନ କରିଛି  ଆମେରିକା।  ଏହି ହେଲିକ୍ୟାପ୍ଟର   ଏବେ  ବିଭିନ୍ନ ଦେଶ ଦ୍ୱାରା ବ୍ୟବହାର କରାଯାଉଛି। ୟୁକ୍ରେନକୁ  ଏହି ଅସ୍ତ୍ର  ପ୍ରଦାନ କରିବା ପୂର୍ବରୁ ଆମେରିକା, ଋଷିଆ ପାଖରୁ ଏହାକୁ  କ୍ରୟ କରିଥିଲା।   ହେଲେ ଏବେ ଏହି  ହେଲକ୍ୟାପ୍ଟର  ଋଷିଆ ଉପରେ ଭାରୀ ପଡ଼ିଛି।  ଆମେରିକା ବ୍ରିଟେନ ସମେତ ଅନ୍ୟ  ୟୁରୋପୀୟ ଦେଶ  ୟୁକ୍ରେନକୁ ୧.୫ ଅରବ ଡଲାର ମୂଲ୍ୟର ଅଧିକ ସହାୟତା ପ୍ରଦାନ  କରିଛନ୍ତି।  
  • ଋଷୀୟ  ଟ୍ୟାଙ୍କ  ଉଡ଼ାଇବା  ପାଇଁ ୟୁକ୍ରେନ ସେନାକୁ  ବ୍ରିଟେନ NLAW   ଲାଇଟ ଆଣ୍ଟି ଟ୍ୟାଙ୍କ  ଅସ୍ତ୍ର  ପ୍ରଦାନ କରିଛି।  ଏଭଳି  ହାଲୁକା ଅସ୍ତ୍ରକୁ  ସ୍ୱୀଡ଼ିଶ କମ୍ପାନୀ  ସାବ ନିର୍ମାଣ କରିଛି।  ଏହା ମାଧ୍ୟମରେ  ୮୦୦ ମିଟର  ଦୂରରେ ଥିବା କୌଣସି  ଟାର୍ଗେଟକୁ ଲକ୍ଷ୍ୟ ଭେଦ କରାଯାଇ ପାରିବ।  ବର୍ତ୍ତମାନ  ପର୍ଯ୍ୟନ୍ତ   ୟୁକ୍ରେନକୁ  ବ୍ରିଟେନ  ୩୬୦୦ ଲାଇଟ ଆଣ୍ଟି ଟ୍ୟାଙ୍କ ପ୍ରଦାନ କରିସାରିଛି।  
  • ଆମେରିକା ୟୁକ୍ରେନକୁ ହୈମର ଗାଡି଼, କୋଟି କୋଟି ଟଙ୍କାର ସହାୟତା,  ଅତ୍ୟାଧୁନିକ ରାଡ଼ାର ସିଷ୍ଟମ,  ପେଟ୍ରୋଲିଂ ବୋଟ,  ଅନ୍ଧାରରେ ଦେଖି ପାରୁଥିବା  ନାଇଟ୍ ଭିଜିନ ଗ୍ଲାସ୍  ପ୍ରଦାନ କରିଛି।  ଏହା ବ୍ୟତୀତ  FIM-92  ଷ୍ଟ୍ରିଙ୍ଗର ମିସାଇଲ ମଧ୍ୟ ପ୍ରଦାନ କରିଛି। ଏହି ମିସାଇଲ ଜରିଆରେ  ଯୁଦ୍ଧ ବିମାନ ଏବଂ ହେଲିକ୍ୟାପ୍ଟର  କୁ ଟାର୍ଗେଟ କରାଯାଇ ପାରିବ।  ଏ ପର୍ଯ୍ୟନ୍ତ ଆମେରିକା ୟୁକ୍ରେନକୁ  ୧୯୦୦  ୟୁନିଟ  ଷ୍ଟ୍ରିଙ୍ଗର ମିସାଇଲ ପ୍ରଦାନ କରିସାରିଛି।  
  • ଜର୍ମାନୀ ୟୁକ୍ରେନକୁ  ୮୦ ସାଞ୍ଜୁଆ ଗାଡି ଏବଂ ୫୦ ଆମ୍ବୁଲାନ୍ସ ପ୍ରଦାନ କରିଛି।  ଏହି  ଗାଡ଼ି  ଜରିଆରେ  ଫାୟାରିଂ ଏବଂ ରକେଟ୍ ଲଞ୍ଚ ମଧ୍ୟ କରାଯାଇ ପାରିବ। 
  • ନେଦରଲ୍ୟାଣ୍ଡ  ୟୁକ୍ରେନକୁ  ୪୦୦ ଆଣ୍ଟି ଟ୍ୟାଙ୍କ ହତିଆର,  ୨୦୦ ଆଣ୍ଟି ଏୟାରକ୍ରାଫ୍ଟ  ଷ୍ଟ୍ରିଙ୍ଗର ମିସାଇଲ,  ୧୦୦ ସ୍ନାଇପର ରାଇଫଲ୍ ପ୍ରଦାନ କରିଛି।
  • ଆମେରିକା ଏବଂ ୟୁରୋପୀୟ ସଂଘ ଦେଶ  ସାଟେଲାଇଟ୍ ସହାୟତାରେ ମିଳୁଥିବା  ଗୁଇନ୍ଦା ସୂଚନା ୟୁକ୍ରେନ ସେନାକୁ ପ୍ରଦାନ କରୁଛି।  

ନାଟୋ ମେଣ୍ଟର ସଦସ୍ୟ ରାଷ୍ଟ୍ର   

  • ଆଲବାନିଆ
  • ବେଲଜିୟମ୍
  • ବୁଲଗେରିଆ
  • କାନାଡା଼
  • କ୍ରୋଏସିଆ
  • ଚେକ  ରିପବ୍ଲିକ
  • ଡେନମାର୍କ
  • ଇସ୍ତୋନିଆ
  • ଲାଟଭିଆ
  • ଫ୍ରାନ୍ସ
  • ଜର୍ମାନୀ
  • ଗ୍ରୀସ
  • ହଙ୍ଗେରୀ
  • ଆଇସଲ୍ୟାଣ୍ଡ 
  • ଇଟାଲୀ
  • ଲିଥୁଆନିଆ
  • ଲକସେମବର୍ଗ
  • ମଣ୍ଟିନିଗ୍ରୋ
  • ନେଦରଲ୍ୟାଣ୍ଡସ୍
  • ନର୍ଥ ମ୍ୟାସିଡୋନିଆ
  • ନରୱେ
  • ପୋଲାଣ୍ଡ
  • ପର୍ତ୍ତୁଗାଲ
  • ରୋମାନିଆ
  • ସ୍ଲୋଭାକିଆ
  •  ସ୍ଲୋଭେନିଆ
  • ସ୍ପେନ
  • ତୁର୍କୀ
  • ଗ୍ରେଟ ବ୍ରିଟେନ
  • ଯୁକ୍ତରାଷ୍ଟ୍ର  ଆମେରିକା