ଜିହାଦୀ ହିଂସା ବିରୋଧରେ ସ୍ୱର ଉଠାଇଲା ବଜରଙ୍ଗ ଦଳ
Advertisement
Article Detail0/zeeodisha/odisha1222170

ଜିହାଦୀ ହିଂସା ବିରୋଧରେ ସ୍ୱର ଉଠାଇଲା ବଜରଙ୍ଗ ଦଳ

ଜିହାଦୀ କଟ୍ଟରବାଦ, ପ୍ରଲୋଭନ ଦେଖାଇ ଧର୍ମାନ୍ତରଣ, ଗୋ ହତ୍ୟା ବିରୋଧରେ ଆନ୍ଦୋଳନ ଚଳାଇ ଚର୍ଚ୍ଚାରେ ରହିଛି ବଜରଙ୍ଗ ଦଳ।

ଜିହାଦୀ ହିଂସା ବିରୋଧରେ ସ୍ୱର ଉଠାଇଲା ବଜରଙ୍ଗ ଦଳ

Bajrang Dal Protest: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ କଥିତ ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମାମଲାରେ ଗତ ୧୦ ତାରିଖ ଶୁକ୍ରବାର ଜୁମା ନମାଜ ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିଲା ହିଂସାକାଣ୍ଡ। ଏହି ହିଂସାକାଣ୍ଡର ପ୍ରତିବାଦରେ ସ୍ୱର ଉଠାଇ ଗୁରୁବାର ସମଗ୍ର ଦେଶରେ ଧାରଣ ଦେଇଛି ବଜରଙ୍ଗ ଦଳ। ଜିହାଦୀ କଟ୍ଟରତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରବଣ କରିବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେବାକୁ ଘୋଷଣା କରିଛି ବଜରଙ୍ଗ ଦଳ।   

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡିତ ବିଶ୍ୱ ହିନ୍ଦୁ ପରିଷଦ ସଙ୍ଗଠନର ଯୁବ ଶାଖା ହେଉଛି ବଜରଙ୍ଗ ଦଳ। ଏହାର ସ୍ଥାପନା ବିଜେପି ନେତା ବିନୟ କଟିଆର କରିଥିଲେ।  ଜିହାଦୀ କଟ୍ଟରବାଦ, ପ୍ରଲୋଭନ ଦେଖାଇ ଧର୍ମାନ୍ତରଣ, ଗୋ ହତ୍ୟା ବିରୋଧରେ ଆନ୍ଦୋଳନ ଚଳାଇ ଚର୍ଚ୍ଚାରେ ରହିଛି ବଜରଙ୍ଗ ଦଳ। ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ମାମଲାରେ ନୀରବତା ଅବଲମ୍ବନ କରିଥିଲା ସଙ୍ଗଠନ। ମାତ୍ର ଏବେ  ଧାର୍ମିକ କଟ୍ଟରବାଦ ବିରୋଧରେ ସ୍ୱର ଉତ୍ତୋଳନ କରିଛି ବଜରଙ୍ଗ ଦଳ।

ଏନେଇ ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି  ଗୁରୁବାର ସଙ୍ଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ। ବଜରଙ୍ଗ ଦଳ ନେତା ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ନିଜ ନିଜ ଜିଲ୍ଲା ମୁଖ୍ୟାଳୟ ଠାରେ ଉପସ୍ଥିତ ରହି ଇସଲାମୀୟ କଟ୍ଟରବାଦ ଏବଂ ଜୀହାଦୀ ହିଂସା ବିରୋଧରେ ସ୍ୱର ଉଠାଇବେ। ଧାରଣା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ। ଏନେଇ ସଙ୍ଗଠନ ପଦାଧିକାରୀଙ୍କ ପକ୍ଷରୁ ଦାବି କରାଯାଇଛି ଯେଉଁ କଟ୍ଟରପନ୍ଥୀଙ୍କ ପାଖରେ ହିଂସା ଦେଖାଦେଇଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।   

ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ କଥିତ ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମାମଲାରେ ବିଜେପି ଏହାର ମୁଖପାତ୍ର ନୁପୂର ଶର୍ମା ଏବଂ ଦଳର ନେତା ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଲେ ଏହା ସତ୍ତ୍ୱେ କେତେକ ଧାର୍ମିକ କଟ୍ଟରପନ୍ଥୀ ଗତ ୧୦ ତାରିଖ ଶୁକ୍ରବାର ଜୁମା ନମାଜ ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭିଆଇଥିଲେ। ହିଂସାକାଣ୍ଡ ସମୟରେ କଟ୍ଟରପନ୍ଥୀ ପୋଲିସ ତଥା ସାଧାରଣ ଲୋକଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏପରିକି ସେମାନେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ବେକ କାଟିବାକୁ ଧମକ ଦେଇଥିଲେ।  

Also Read: Ranchi Violence: ହିଂସାକାଣ୍ଡ ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇବାକୁ ନେଇ ବିବାଦ

Also Read: Uttar Pradesh Violence:୩୫୭ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Also Read: ଶୌଚାଳୟରେ ଲାଗିଥିଲା ଧାର୍ମିକ ପ୍ରତୀକ ଥିବା ଟାଇଲ; ବିବାଦ ପରେ ଗାଁ ମୁଖିଆ ଫେରାର