Army Chief: ସେନା ମୁଖ୍ୟ ମନୋଜ ପାଣ୍ଡେ ବଢ଼ିଲା କାର୍ଯ୍ୟକାଳ, ଏହି ମାସରେ ନେଇଥାନ୍ତେ ଅବସର
Advertisement
Article Detail0/zeeodisha/odisha2265085

Army Chief: ସେନା ମୁଖ୍ୟ ମନୋଜ ପାଣ୍ଡେ ବଢ଼ିଲା କାର୍ଯ୍ୟକାଳ, ଏହି ମାସରେ ନେଇଥାନ୍ତେ ଅବସର

Army Chief: କେନ୍ଦ୍ର ସରକାର ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। କହିରଖୁଛୁ ଯେ ସେନା ମୁଖ୍ୟ କାର୍ଯ୍ୟକାଳ ଏହି ମାସ ୩୧ ରେ ତାରିଖରେ ସରିବାକୁ ଯାଉଥିଲା, ଯାହାକୁ ସରକାର ଏକ ମାସ ବଢାଇ ଦେଇଛନ୍ତି।

 

Army Chief Manoj Pande

Army Chief Manoj Pande: କେନ୍ଦ୍ର ସରକାର ରବିବାର ଦିନ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ଏହି କାର୍ଯ୍ୟକାଳ ଏକ ମାସ ପାଇଁ ବୃଦ୍ଧି କରାଯାଇଛି। ଜେନେରାଲ୍ ମନୋଜ ପାଣ୍ଡେ ମେ ୩୧ ରେ ନିଜ ପଦରୁ ଅବସର ନେବାକୁ ଯାଉଥିଲେ। ଏହି ସୂଚନ ପାଇଁ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। କହିରଖୁଛୁ ଯେ ଜେନେରାଲ ମନୋଜ ପାଣ୍ଡେ ୩୦ ଏପ୍ରିଲ ୨୦୨୨ ରେ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠାରୁ ଜେନେରାଲ ମନୋଜ ପାଣ୍ଡେ ସେନାର ସ୍ୱାର୍ଥରେ ଅନେକ ଲାଭଦାୟକ କାର୍ଯ୍ୟ କରିଛନ୍ତି।

ବିଜ୍ଞପ୍ତିରେ କୁହାଯାଇଛି ଯେ ୧୯୫୪ ମସିହାରେ ସେନା ନିୟମ ଅନିଯାୟୀ ୧୬ଏ (୪) ଅନୁଯାୟୀ ୨୫ ମେ'ରେ କ୍ୟାବିନେଟର ନିଯୁକ୍ତି କମିଟି ସାଧାରଣ ଅବସର ବୟସରୁ ସେନା ମୁଖ୍ୟ ଜେନେରାଲ ମନୋଜ ସି ପାଣ୍ଡେଙ୍କ ସେବାକୁ ଏକ ମାସ ବୃଦ୍ଧି କରିଛି। ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ୩୧ ମେ' ବଦଳରେ ୩୦ ଜୁନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏପ୍ରିଲ୍ ୨୦୨୨ ରେ ଏହି ପଦ ଗ୍ରହଣ କରିବା ପୂର୍ବରୁ ସେ ସେନା କର୍ମଚାରୀଙ୍କ ଡେପୁଟି ଚିଫ୍ ଭାବରେ କାର୍ଯ୍ୟ କରିଥିଲେ। ଡିସେମ୍ବର ୧୯୮୨ ରେ ଜେନେରାଲ ମନୋଜ ପାଣ୍ଡେଙ୍କୁ କର୍ପସ ଅଫ୍ ଇଞ୍ଜିନିୟର୍ସ (ବମ୍ବେ ସାପର୍ସ) ରେ ନିଯୁକ୍ତ କରାଯାଇଥିଲା। କହିରଖୁଛୁ ଯେ ବର୍ତ୍ତମାନ ସେନାରେ ପ୍ରାୟ ୧.୨ ମିଲିୟନ୍ ସୈନିକ ଅଛନ୍ତି।

fallback

୨୯ ତମ ସେନା ମୁଖ୍ୟ ହେଉଛନ୍ତି ଜେନେରାଲ ମନୋଜ ପାଣ୍ଡେ
ମନୋଜ ପାଣ୍ଡେ ନିଜ କାର୍ଯ୍ୟକାଳ ମଧ୍ୟରେ ଲଦ୍ଦାଖରେ ସୀମା ବିବାଦ ମଧ୍ୟରେ ସେନା ପୂର୍ବ ଅଞ୍ଚଳରେ ଅନେକ ନୂତନ ଅସ୍ତ୍ର ପ୍ରଣାଳୀ ନିୟୋଜିତ କରି ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (PLA) ବିରୋଧରେ ନିଜର ସ୍ଥିତିକୁ ଦୃଢ଼ କରିଥିଲେ। ଜେନେରାଲ ମନୋଜ ପାଣ୍ଡେ ୬ ମଇ ୧୯୬୨ ରେ ଜନ୍ମଗ୍ରହଣ କରିଥିଲେ। ଜେନେରାଲ ମନୋଜ ପାଣ୍ଡେ ଦୁଇ ବର୍ଷରୁ ଅଧିକ ସମୟ ଧରି ୨୯ ତମ ସେନା ମୁଖ୍ୟ ରହିଛନ୍ତି।

ସେନା ମୁଖ୍ୟର ଅବସର ବୟସ ସୀମା କେତେ?
କହିରଖୁଛୁ ଯେ ନା ମୁଖ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ, ଅର୍ଥାତ୍ ସେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିପାରିବେ। ସେନ ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ପାଣ୍ଡେ କୋଲକାତା ସ୍ଥିତ ଇଷ୍ଟର୍ନ କମାଣ୍ଡର ନେତୃତ୍ୱ ନେଉଥିଲେ ଯାହା ପୂର୍ବ ଅଞ୍ଚଳରେ ଚୀନ୍ ସହିତ ଭାରତର ସୀମା ରକ୍ଷା କରିଥାଏ।