Video: ଭାରତରେ ଗୁପଚୁପ୍ ଖାଇଲେ ଜାପାନ ରାଷ୍ଟ୍ରଦୂତ, ଭିଡିଓ ସେୟାର କରି କହିଲେ...
Advertisement

Video: ଭାରତରେ ଗୁପଚୁପ୍ ଖାଇଲେ ଜାପାନ ରାଷ୍ଟ୍ରଦୂତ, ଭିଡିଓ ସେୟାର କରି କହିଲେ...

Viral Video: ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଜାପାନର ରାଷ୍ଟ୍ରଦୂତ ହିରୋସି ସୁଜୁକି  ବାରାଣାସୀରେ ଗୁପଚୁପ୍ ଖାଉଥିବା ନେଇ ନଜର ଆସିଥିଲେ । ଖାଲି ଗୁପଚୁପ ନୁହେଁ ହିରୋସି ସୁଜୁକି ଝୋଲେ ଟିକି ଓ ଅନେକ ପ୍ରକାରର ଷ୍ଟ୍ରିଟ୍ ଫୁଡ୍ ର ଆନନ୍ଦ ନେଉଥିବା ଦେଖିବାକୁ ମିଳିଥିଲା, ତେଣୁ ଆସନ୍ତୁ ଦେଖିବା ଜାପାନ ରାଷ୍ଟ୍ରଦୂତଙ୍କ ଏହି ମଜାଳିଆ ଭିଡିଓ...

ସୌ(ସୋସିଆଲ ମିଡିଆ)

Viral Video: କେଉଁଠି ଗୁପଚୁପ୍ ତ ଆଉ କେଉଁଠି ପାନିପୁରୀ (Pani puri) ତ ଆଉ କେଉଁଠି ବାତାଶେ ନାମରେ ପରିଚିତ । ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ଅଲଗା ନାମ ସତ୍ବେ ଏହାର ସ୍ବାଦ କିନ୍ତୁ ସବୁ ସ୍ଥାନରେ ସମାନ । ଛୋଟୁ ପିଲା ହୁଅନ୍ତୁ କି ବୟସ୍କ ଗୁପଚୁପ୍ ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ପାଟିରୁ ଆପେ ପାଣି ବାହାରିଆସିଥାଏ । ତେବେ ସେ ବିଦେଶୀ ମଧ୍ଯ ହୁଅନ୍ତୁ ନାଁ କାହିଁକି । ଭାରତରେ ଉପଲବ୍ଧ ଏହି ଚଟପଟା ସ୍ନାକ୍ସ ଖାଇବା ପରେ ଏହାର ତାରିଫ ନକରି କେହି ରହିପାରିବେ ନାହିଁ । ତେବେ ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଜାପାନର ରାଷ୍ଟ୍ରଦୂତ ହିରୋସି ସୁଜୁକି(Ambassador of Japan Hiroshi Suzuki) ବାରାଣାସୀରେ ଗୁପଚୁପ୍ ଖାଉଥିବା ନେଇ ନଜର ଆସିଥିଲେ । ଖାଲି ଗୁପଚୁପ ନୁହେଁ ହିରୋସି ସୁଜୁକି ଝୋଲେ ଟିକି ଓ ଅନେକ ପ୍ରକାରର ଷ୍ଟ୍ରିଟ୍ ଫୁଡ୍ ର ଆନନ୍ଦ ନେଉଥିବା ଦେଖିବାକୁ ମିଳିଥିଲା, ତେଣୁ ଆସନ୍ତୁ ଦେଖିବା ଜାପାନ ରାଷ୍ଟ୍ରଦୂତଙ୍କ ଏହି ମଜାଳିଆ ଭିଡିଓ...

ଜାପାନର ରାଷ୍ଟ୍ରଦୂତ ହିରୋସି ସୁଜୁକି (Hiroshi Suzuki) ନିଜର ଟ୍ୱିଟରେ ବାରାଣାସୀର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସେ ବାରାଣାସୀ ଗଳି ଦେଇ ଯାଇ ଏକ ଚାଟ୍ ଦୋକାନରେ ପହଞ୍ଚୁଛନ୍ତି । ସେଠାରେ ପ୍ରଥମେ ତାଙ୍କୁ ଫୁଲ ହାର ପିନ୍ଧାଇ ସ୍ୱାଗତ କରାଯାଉଛି । ଏହା ପରେ ସେ ଗୁପଚୁପ୍ ଖାଉଛନ୍ତି । ଗୁପଚୁପ୍  ଖାଇବା ପରେ ହିରୋସି ସୁଜୁକି ଆଳୁ ଟିକି ଖାଉଥିବା ନଜର ଆସୁଛନ୍ତି । ଏହାକୁ ଖାଇବା ସମୟରେ ସେ କହୁଛନ୍ତି କି, ‘ଆଳୁର ବାସ୍ନା ମୋ ମୁହଁରେ ଭରିଯାଇଛି, ଏହା ବହୁତ ସ୍ୱାଦିଷ୍ଟ ଅଟେ’। ଏହା ପରେ ସେ ବହୁତ ସାରା ଗୁପଚୁପ ଓ ଝୋଲେ ଟିକି (chole tikki) ଖାଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ।

 

ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରି ଜାପାନର ରାଷ୍ଟ୍ରଦୂତ ଲେଖିଛନ୍ତି ଯେ, ମୁଁ ପ୍ରକୃତରେ ଗୁପଚୁପ୍ ଖାଇବାକୁ ଚାହୁଁଥିଲି କାରଣ ମୁଁ ପିଏମ ମୋଦି (Narendra modi) ଓ ପିଏମ କିଶିଦାଙ୍କୁ (PM Fumio Kishida) ଗୁପଚୁପ୍ (Pani puri) ଖାଇବାର ଦେଖିଥିଲି। ଖାଲି ଏତିକି ନୁହେଁ, ଜାପାନ ରାଷ୍ଟ୍ରଦୂତ ବନାରସୀ ଥାଳିକୁ (Varanasi thali) ମଧ୍ୟ ଉପଭୋଗ କରିଥିଲେ। ଏହାର ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, 'ରାତିର ଆରତୀ ଦେଖିବା ପରେ ମୁଁ ଶୁଦ୍ଧ ବନାରସୀ ଥାଳି ଖାଇଥିଲି ।  ଏହିପରି ଆତିଥ୍ୟ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି’ । ରାଷ୍ଟ୍ରଦୂତ ହିରୋସି ସୁଜୁକିଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ହଜାର ହଜାର ଲୋକେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

fallback

ପିଏମ ମୋଦୀ ଜାପାନର ପ୍ରଧାନମନ୍ତ୍ରୀଙ୍କ ସହ ଗୋଲଗାପା ଖାଉଛନ୍ତି

ଭାରତରେ ଗୁପଚୁପ୍, ଝୋଲେ ଟିକି ପରି ସ୍ନାକ୍ସ ଖାଇବାକୁ ବହୁ ଲୋକେ ପସନ୍ଦ କରିଥାଆନ୍ତି । ସେଥିପାଇଁ ତ ଦେଶର ଗଳି କନ୍ଦିରେ ଏହିସବୁ ଷ୍ଟଲ୍ ଦେଖିବାକୁ ମିଳିଥାଏ । ନିକଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra modi) ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା (Fumio Kishida) ମଧ୍ୟ ଗୁପଚୁପ୍ ଖାଉଥିବା ଦେଖିବାକୁ ମିଳିଥିଲା । ଏହି ଫଟୋକୁ ସୋସିଆଲ ମିଡ଼ିଆରେ ଲୋକେ ବେଶ ପସନ୍ଦ କରିଥିଲେ ।