ଶ୍ରୀଲଙ୍କା ପରି ଅବସ୍ଥା ଭାରତରେ ହେବ? ଜାଣନ୍ତୁ ବୈଦେଶିକ ମନ୍ତ୍ରୀଙ୍କ ଜବାବ
Advertisement

ଶ୍ରୀଲଙ୍କା ପରି ଅବସ୍ଥା ଭାରତରେ ହେବ? ଜାଣନ୍ତୁ ବୈଦେଶିକ ମନ୍ତ୍ରୀଙ୍କ ଜବାବ

Sri Lanka Economic Crisis: ଶ୍ରୀଲଙ୍କା ସଙ୍କଟ ଉପରେ ସରକାର ଦେଇଥିବା ପ୍ରେଜେଣ୍ଟେଶନରେ ଭାରତର ବିଭିନ୍ନ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଦିଆଯାଇଥିବା ତଥ୍ୟକୁ ଅନେକ ରାଜନୈତିକ ଦଳ ବିରୋଧ କରିଛନ୍ତି, ଯେଉଁଥିରେ YSR, TRS, TMC, AIMIM, DMK ସାମିଲ ଅଛନ୍ତି ।

ଶ୍ରୀଲଙ୍କା ପରି ଅବସ୍ଥା ଭାରତରେ ହେବ? ଜାଣନ୍ତୁ ବୈଦେଶିକ ମନ୍ତ୍ରୀଙ୍କ ଜବାବ

ନୂଆଦିଲ୍ଲୀ: Sri Lanka Economic Crisis: ଶ୍ରୀଲଙ୍କା ସଙ୍କଟ ଉପରେ ଗତକାଲି (ମଙ୍ଗଳବାର) ଅର୍ଥାତ ଜୁଲାଇ ୨୦ରେ ଏକ ସର୍ବଦଳୀୟ ବୈଠକ (All Party Meeting) ଡକାଯାଇଥିଲା । ଏହି ବୈଠକରେ ଶ୍ରୀଲଙ୍କାର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯିବା ସହ ଭାରତ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର (External Affairs Minister S Jaishankar) ବୈଠକରେ କହିଛନ୍ତି ଯେ, ଶ୍ରୀଲଙ୍କା ଏକ ଗୁରୁତର ସଙ୍କଟ (Sri Lanka Economic Crisis) ର ସାମ୍ନା କରୁଛି ଓ ସ୍ୱାଭାବିକ ଭାବରେ ଭାରତ (India) ପାଇଁ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ସେ ଭାରତରେ ଏପରି ପରିସ୍ଥିତି ଦେଖାଯିବା ସମ୍ୱନ୍ଧୀୟ ବୟାନକୁ ସିଧାସଳଖ ଖାରଜ କରିଦେଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀଲଙ୍କାକୁ ନେଇ ଅନେକ ଭୁଲ ତୁଳନା କରାଯାଉଛି ଓ କିଛି ଲୋକ ପଚାରୁଛନ୍ତି ଯେ ଭାରତରେ ଏଭଳି ପରିସ୍ଥିତି ଘଟିବ କି?

ଶ୍ରୀଲଙ୍କା ସଙ୍କଟ ଉପରେ ସରକାର ଦେଇଥିବା ପ୍ରେଜେଣ୍ଟେଶନରେ ଭାରତର ବିଭିନ୍ନ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଦିଆଯାଇଥିବା ତଥ୍ୟକୁ ଅନେକ ରାଜନୈତିକ ଦଳ ବିରୋଧ କରିଛନ୍ତି, ଯେଉଁଥିରେ YSR, TRS, TMC, AIMIM, DMK ସାମିଲ ଅଛନ୍ତି । ଏହି ଦଳର ନେତାମାନେ କହିଛନ୍ତି ଯେ, ଶ୍ରୀଲଙ୍କାର ପରିସ୍ଥିତିକୁ ନେଇ ବୈଠକରେ ଜିଡିପି ତୁଳନାରେ ରାଜ୍ୟଗୁଡିକର ଋଣ ଭାରର ଆକଳନ ବିଷୟରେ ଆଲୋଚନା କରିବା ଠିକ୍ ନୁହେଁ । ଯଦି ଆବଶ୍ୟକ ହୁଏ ତେବେ ଏଥିପାଇଁ ଏକ ଅଲଗା ବୈଠକ ଡକାଯିବା ଆବଶ୍ୟକ । ଏହି ଦଳଗୁଡିକ ଅଭିଯୋଗ କରିଛନ୍ତି ଯେ କେତେକ ରାଜ୍ୟର ଆକଳନ ବଢ଼ାଇ ଚଢ଼ାଇ କୁହାଯାଇଛି ।

ଏହା ପରେ ପ୍ରେଜେଣ୍ଟେଶନର ଶେଷ କିଛି ସ୍ଲାଇଡକୁ ଉପସ୍ଥାପନ କରାଯାଇ ନଥିଲା । ଏଥି ସହିତ ଏହି ଦଳଗୁଡିକର ଦାବି ଥିଲା ଯେ ଯଦି ରାଜ୍ୟଗୁଡିକର ଋଣ ଆକଳନ ଉପରେ ଆଲୋଚନା କରାଯାଏ, ତେବେ କେନ୍ଦ୍ର ସରକାରଙ୍କ ଋଣ ଆକଳନ ଉପରେ ମଧ୍ୟ ଆଲୋଚନା କରାଯିବା ଆବଶ୍ୟକ ।

ଶ୍ରୀଲଙ୍କା ଉପରେ ସର୍ବଦଳୀୟ ନେତାଙ୍କ ବୈଠକ ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ, ଶ୍ରୀଲଙ୍କାରେ ଏକ ଗୁରୁତର ସଙ୍କଟ ଦେଖାଦେଇଛି, ଏହା ଆମର ଅତି ନିକଟ ପଡ଼ୋଶୀ । ଯଦି କୌଣସି ପଡୋଶୀ ଦେଶରେ ଅସ୍ଥିରତା କିମ୍ବା ହିଂସା ଦେଖାଦେଇଛି । ଏହା ଆମ ପାଇଁ ଗଭୀର ଚିନ୍ତାର ବିଷୟ।  ଆମର ଓ ଶ୍ରୀଲଙ୍କାର ଭଲ ସମ୍ପର୍କ ଅଛି । ମତ୍ସ୍ୟଜୀବୀଙ୍କ ପ୍ରସଙ୍ଗରେ କିଛି ଥର ଜିନିଷ ସାମ୍ନାକୁ ଆସିଛି । ଦୀର୍ଘ ଦିନ ଧରି ଆମର ଏପରି ଅନେକ ସମସ୍ୟା ରହିଆସିଛି । ତେଣୁ ସ୍ୱାଭାବିକ ଭାବେ ଏହା ଏକ ଚିନ୍ତାର ବିଷୟ ।

ସୂଚନାଯୋଗ୍ୟ, ବିଗତ ସାତ ଦଶନ୍ଧି ମଧ୍ୟରେ ଶ୍ରୀଲଙ୍କା ସବୁଠାରୁ ଭୟଙ୍କର ଆର୍ଥିକ ସଙ୍କଟର ସାମ୍ନା କରୁଛି । ଖାଦ୍ୟ, ଇନ୍ଧନ ଏବଂ ଔଷଧ ସମେତ ଜରୁରୀ ଦ୍ରବ୍ୟ ଆମଦାନୀରେ ବାଧା ସୃଷ୍ଟି ହୋଇଛି । ସରକାରଙ୍କ ବିରୋଧରେ ଉଗ୍ର ପ୍ରଦର୍ଶନ ପରେ ଅର୍ଥନୈତିକ ସଙ୍କଟରୁ ଉତ୍ପନ୍ନ ପରିସ୍ଥିତି ମଧ୍ୟ ଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି କରିଛି । କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂଘ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ବିଶେଷଜ୍ଞଙ୍କ ଅନୁଯାୟୀ ପଡୋଶୀ ଶ୍ରୀଲଙ୍କାକୁ ପ୍ରାୟ ୨.୨ କୋଟି ଜନସଂଖ୍ୟାର ମୌଳିକ ଆବଶ୍ୟକତା ପୂରଣ କରିବାକୁ ଆସନ୍ତା ଛଅ ମାସ ମଧ୍ୟରେ ପାଞ୍ଚ ବିଲିୟନ ଡଲାର ଆବଶ୍ୟକ ହେବ । ଗତ କିଛି ମାସ ଧରି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଇନ୍ଧନର ଅଭାବ ଦେଖାଦେଇଛି । ରବିବାର ଏଠାରେ ସରକାର ବିରୋଧୀ ପ୍ରଦର୍ଶନର ୧୦୦ ଦିନିଆ ଶେଷ ହୋଇଥିଲା । ଏହି ପ୍ରଦର୍ଶନ ଚଳିତ ବର୍ଷ ଏପ୍ରିଲ ୧୯ରୁ ଆରମ୍ଭ ହୋଇଥିଲା । ପ୍ରଦର୍ଶନ ପରେ ଗୋଟାବାୟା ରାଜପକ୍ଷେଙ୍କୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ପଡିଥିଲା । ବିଗତ ଦିନରେ ୭୩ ବର୍ଷୀୟ ରାଜପକ୍ଷେ ଶ୍ରୀଲଙ୍କା ଛାଡି ମାଲଦ୍ୱୀପ ଯାଇ ପହଞ୍ଚିଥିଲେ ଓ ପରେ ଗତ ଗୁରୁବାର ସିଙ୍ଗାପୁରରେ ପହଞ୍ଚିଛନ୍ତି । 

ଏହା ବି ପଢ଼ନ୍ତୁ:-ସିନ୍ଦେ ଗୋଷ୍ଠୀକୁ ମିଳିଲା ଆଉ ଏକ ବଡ଼ ସଫଳତା, ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ଯିବା ନିଶ୍ଚିତ!

ଏହା ବି ପଢ଼ନ୍ତୁ:-ଆଖୁ ରସ ପିଇବାରୁ ମିଳିଥାଏ ଏହି ୫ଟି ଆଶ୍ଚର୍ଯ୍ୟଜନକ ଲାଭ, ଜାଣି ଚକିତ ହେବେ ଆପଣ

ଏହା ବି ପଢ଼ନ୍ତୁ:-RBI ଏହି ବ୍ୟାଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ, ୧୫୦୦୦ରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ଗ୍ରାହକ

 

ଏଠାରେ କହି ରଖୁଛୁ, ୧୯୪୮ ମସିହାରେ ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରୁଛି । ଯେଉଁଥି ପାଇଁ କୋରୋନା ମହାମାରୀ ଅଧିକାଂଶ ଭାବେ ଦାୟୀ । ଶ୍ରୀଲଙ୍କା ଏକ ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି । କୋରୋନା ମହାମାରୀ ଯୋଗୁଁ ଦେଶରେ ପର୍ଯ୍ୟଟକଙ୍କ ଆଗମନ ଦୁଇ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା, ଯେଉଁ କାରଣରୁ ଅର୍ଥନୀତି ସଙ୍କଟରେ ପଡିଯାଇଥିଲା । କେବଳ ଏତିକି ନୁହେଁ, ଯେତେବେଳେ ଆୟର ଉତ୍ସ କମ୍ ଥିଲା, ଗୋଟାବାୟା ରାଜପକ୍ଷେ ସରକାର ଟ୍ୟାକ୍ସ ହ୍ରାସ କଲେ, ଯାହା ସରକାରଙ୍କ ପାଇଁ ଆୟର ଉତ୍ସ ହ୍ରାସ କରିଥିଲା ।