Delhi NCR: ଆରମ୍ଭରୁ ଅସମ୍ଭାଳ, ଆଗକୁ କେତେ?
Advertisement
Article Detail0/zeeodisha/odisha1409440

Delhi NCR: ଆରମ୍ଭରୁ ଅସମ୍ଭାଳ, ଆଗକୁ କେତେ?

Air suffocation in Delhi NCR: ଦିପାବଳୀ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ପ୍ରଦୂଷଣ ସ୍ତର 'ଖରାପ' ଏବଂ 'ଅତ୍ୟନ୍ତ ଖରାପ' ବର୍ଗରେ ପହଞ୍ଚିଛି। 

Delhi NCR: ଆରମ୍ଭରୁ ଅସମ୍ଭାଳ, ଆଗକୁ କେତେ?

Pollution in Delhi NCR: ଅକ୍ଟୋବର ୨୪ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ଆଲୋକର ପର୍ବ ଦିପାବଳୀ। ହେଲେ ଏହା ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ପ୍ରଦୂଷଣର ମାତ୍ରା ଦିପାବଳୀ ପୂର୍ବରୁ ବଢିଯାଇଛି। ଏହି ଅଞ୍ଚଳର ସ୍ଥିତି ଆରମ୍ଭରୁ ଅସମ୍ଭାଳ ହୋଇପଡ଼ିଛି। ବର୍ତ୍ତମାନ ପରିବେଶ ବିଷାକ୍ତମୟ ହେବାରେ ଲାଗିଛି। 

ଦିପାବଳୀ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀ (National Capital Delhi) ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (National Capital Region) ଏନସିଆର (NCR) ଅଞ୍ଚଳରେ ପ୍ରଦୂଷଣ ସ୍ତର 'ଖରାପ' ଏବଂ 'ଅତ୍ୟନ୍ତ ଖରାପ' ବର୍ଗରେ ପହଞ୍ଚିଛି। ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ (System of Air Quality and Weather Forecasting and Research) ଏସଏଏଫଏଆର (SAFAR) ଅନୁଯାୟୀ, ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (Air Quality Index) ଏକ୍ୟୁଆଇ (AQI) ଦିୱାଲୀ ପୂର୍ବ ଦିନ ୨୭୬ ରହିଛି। ଯାହା ଖରାପ ବର୍ଗରେ ଆସୁଛି। ସେହିପରି ଦିଲ୍ଲୀ ନିକଟସ୍ଥ ନୋଏଡା ଠାରେ ଏକ୍ୟୁଆଇ ଅତି ଗରିବ ବର୍ଗରେ ୩୦୯ ରେକର୍ଡ କରାଯାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଏକ୍ୟୁଆଇ ବହୁତ ଗରିବ ବର୍ଗରେ ୩୧୯ ରହିଥିବାର ରେକର୍ଡ ହୋଇଇଛି। 

Also Read: Rule for Firecracker: ଦିପାବଳୀରେ ଫୁଟା ଯାଇପାରିବ କି ବାଣ? କ'ଣ ରହିଛି ନିୟମ

ଏଭଳି ପରିସ୍ଥିତିରେ ଆଜ୍‌ମା ଏବଂ ହୃଦରୋଗରେ ପୀଡିତ ଲୋକଙ୍କ ଅସୁବିଧା ବଢି ପାରେ। ଦିପାବଳୀରେ ଏହି ଅବସ୍ଥା ଆହୁରି ଖରାପ ହୋଇପାରେ ବୋଲି ଭାରତ ପାଣିପାଗ ବିଭାଗ (India Meteorological Department) ଆଇଏମଡି (IMD) ଚେତାବନୀ ଦେଇଛି। ୦-୫୦ ମଧ୍ୟରେ ଏକ୍ୟୁଆଇ ଭଲ ଭାବରେ ବିବେଚନା କରାଯାଏ। ୫୧-୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟରେ ମଧ୍ୟମ, ୨୦୧-୩୦୦ ମଧ୍ୟରେ ଖରାପ, ୩୦୧-୪୦୦ ମଧ୍ୟରେ ଅତି ଖରାପ, ୪୦୧-୫୦୦ ମଧ୍ୟରେ ଗୁରୁତର ବୋଲି ଧରି ନିଆଯାଏ। 

Also Read: ବାୟୁ ପ୍ରଦୂଷଣ ପାଇଁ କେତେ ମାତ୍ରାରେ ଦୋଷୀ ବାଣ? ଦୀପାବଳି ପରେ Gas Chamber ପାଲଟିଗଲା Delhi

ରବିବାର ଏନେଇ ଆଇଏମଡି ପକ୍ଷରୁ କୁହାଯାଇଛି ଯେ ଦିପାବଳର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ତାରମାତ୍ରା ଠାରୁ ୧ ଡିଗ୍ରୀ କମ୍। ରବିବାର ସକାଳେ Particulate Matter 2.5 ସ୍ତର ୧୧୦ ଏବଂ PM 10 ସ୍ତର ୨୩୭ ରହିଥିବାର ରେକର୍ଡ କରାଯାଇଛି। ଏହି ସମୟରେ, ନୋଏଡା ଠାର ସାମଗ୍ରିକ ଏକ୍ୟୁଆଇ ଅତ୍ୟନ୍ତ ଖରାପ ବର୍ଗରେ ରହିଥିବାର ରେକର୍ଡ କରାଯାଇଥିଲା। ଅବଶ୍ୟ ଗୁରୁଗ୍ରାମ ଠାରେ ଏକ୍ୟୁଆଇ ମଧ୍ୟମ ବର୍ଗରେ ୧୩୯ ରହିଥିବାର ରେକର୍ଡ କରାଯାଇଛି।

Also Read: ଆରମ୍ଭରୁ ଅସମ୍ଭଳ; ବର୍ଷା ପରେ ଅଚାନକ ବଢିଗଲା ବାୟୁ ପ୍ରଦୂଷଣ, ତଥାପି ସ୍ଥିତି ରହିଛି ସ୍ୱାଭାବିକ

ଏସଏଏଫଏଆର ପରାମର୍ଶ ଦେଇଛି ଯେ ଆଜ୍‌ମା ରୋଗୀ, କାଶ କିମ୍ବା ନିଶ୍ୱାସ ପ୍ରଶ୍ୱାସର ଲକ୍ଷଣ ଦେଖାଗଲେ ନିଜର ପାଖରେ ଔଷଧ ପ୍ରସ୍ତୁତ ରଖନ୍ତୁ। ଏହା ବ୍ୟତୀତ ହୃଦଘାତରେ ପୀଡିତ ରୋଗୀ, ହୃଦସ୍ପନ୍ଦନରେ ବୃଦ୍ଧି କିମ୍ବା ହ୍ରାସ, ନିଶ୍ୱାସ ପ୍ରଶ୍ୱାସ କିମ୍ବା ଅସ୍ୱାଭାବିକ ଥକ୍କା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଚଳିତ ବର୍ଷ ଦିପାବଳୀ ଅବସରରେ ଦିଲ୍ଲୀ ସରକାର ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ଏବଂ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯଦି କେହି ଏହାର ଉଲ୍ଲଂଘନ କରନ୍ତି ତାହେଲେ ଜରିମାନା ଦେବା ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ।