Gautam Adani: ବିଶ୍ବର ନମ୍ବର ଦୁଇ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ
Advertisement

Gautam Adani: ବିଶ୍ବର ନମ୍ବର ଦୁଇ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

Forbes Real Time Billionaires List: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀ ୨୦୨୨ ମସିହାରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେବା ପରଠାରୁ ସେ ପ୍ରତିଦିନ କିଛି ନା କିଛି ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି। ବର୍ତ୍ତମାନ ସେ ତାଙ୍କ ସଫଳତାରେ ଆଉ ଏକ ରେକର୍ଡ ଯୋଡିଛନ୍ତି।

Gautam Adani: ବିଶ୍ବର ନମ୍ବର ଦୁଇ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

Forbes Real Time Billionaires List: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀ (Gautam Adani) ୨୦୨୨ ମସିହାରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେବା ପରଠାରୁ ସେ ପ୍ରତିଦିନ କିଛି ନା କିଛି ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି। ବର୍ତ୍ତମାନ ସେ ତାଙ୍କ ସଫଳତାରେ ଆଉ ଏକ ରେକର୍ଡ ଯୋଡିଛନ୍ତି। ଆଜି ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକାରେ (Forbes Real Time Billionaires List) ଗୌତମ ଆଦାନୀ କିଛି ସମୟ ପାଇଁ ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଫ୍ରାନ୍ସର ଶିଳ୍ପପତି ବର୍ନାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇ ଦେଇଥିଲେ। ଏକ ସମୟରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୫୫.୫ ବିଲିୟନ ଡ଼ଲାରରେ ପହଞ୍ଚିଯାଇଥିଲା। କିନ୍ତୁ କିଛି ସମୟ ପରେ ସେ ପୁଣି ତିନି ନମ୍ବରକୁ ଖସିଆସିଥିଲେ। ବର୍ତ୍ତମାନ ତାଙ୍କର ସମ୍ପତ୍ତି ମୂଲ୍ୟ ୧୫୫.୨ ବିଲିୟନ ଡ଼ଲାରରେ ରହିଛି। ଏଥିସହିତ ଟେସଲା ଏବଂ ସ୍ପେସ୍ ଏକ୍ସର ମାଲିକ ଏଲନ୍ ମସ୍କ ଏକ ନମ୍ବର ସ୍ଥାନ ଜାରି ରଖିଛନ୍ତି। ତାଙ୍କର ସମ୍ପତ୍ତି ମୂଲ୍ୟ ୨୭୩.୫ ବିଲିୟନ ଡ଼ଲାର୍।

ଆଜି ଅର୍ଥାତ୍ ୧୬ ସେପ୍ଟେମ୍ବର ୨୦୨୨ରେ ଗୌତମ ଆଦାନୀଙ୍କ ସମ୍ପତ୍ତି ସର୍ବାଧିକ ବୃଦ୍ଧି ପାଇଛି। ଆଜି ତାଙ୍କର ସମ୍ପତ୍ତି ମୂଲ୍ୟ ୪.୯ ଆରବ ଡ଼ଲାର ବଢିଛି। ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୭୮୯ ମିଲିୟନ ଡ଼ଲାର ବୃଦ୍ଧି ପାଇଛି। ଏଥିସହିତ ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନଲ୍ଟଙ୍କ ସମ୍ପତ୍ତିରେ ୩.୧ ବିଲିୟନ ଡ଼ଲାରର ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ଏହା ବ୍ୟତୀତ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ (Jeff Bezos), ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସ (Bill Gates)ଙ୍କ ସମ୍ପତ୍ତିରେ ୧ ବିଲିୟନ ଡଲାରର ହ୍ରାସ ମଧ୍ୟ ଦେଖିବାକୁ ମିଳିଛି।

ବର୍ଷ ଆରମ୍ଭରେ ଗୌତମ ଆଦାନୀ ଦେଶର ବୃହତ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। ସେବେଠାରୁ ଗୌତମ ଆଦାନୀ (Gautam Adani)ଙ୍କ ସମ୍ପତ୍ତିରେ କ୍ରମାଗତ ବୃଦ୍ଧି ଘଟୁଛି। ଗତ ସପ୍ତାହରେ ସେ ସମ୍ପତ୍ତି ଦୃଷ୍ଟିରୁ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ମଧ୍ୟ ପଛରେ ଛାଡିଥିଲେ। ଆଦାନୀଙ୍କ ସେୟାରର ହେଉତିବା ଜବରଦସ୍ତ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆକଳନ କରାଯାଉଛି ଯେ, ସେ ଖୁବଶୀଘ୍ର ବର୍ନାର୍ଡ ଆର୍ନଲ୍ଟ (Bernard Arnault)ଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଯିବେ। ଏଠାରେ କହିରଖୁଛୁ ଯେ, ଗୌତମ ଆଦାନୀ ଏପରି ସଫଳତା ପାଇବାରେ ଏସିଆର ପ୍ରଥମ ବ୍ୟକ୍ତି। ଅନ୍ୟପକ୍ଷରେ ମୁକେଶ ଅମ୍ବାନୀଙ୍କ ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକାରେ 8 ନମ୍ବରରେ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୯୨ ବିଲିୟନ ଡ଼ଲାର୍ ରହିଛି।

ଆଦାନୀଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ, ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ ସର୍ବସାଧାରଣଙ୍କ ଇକ୍ୱିଟିରୁ ଆସିଥାଏ। ସେ ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପାୱାର ଏବଂ ଆଦାନୀ ଟ୍ରାନ୍ସମିସନରେ ତାଙ୍କ ପାଖେ ୭୫ ପ୍ରତିଶତ ଅଂଶୀଦାର ରହିଛି। ଏଥିସହିତ ମୋଟ ଗ୍ୟାସର ପ୍ରାୟ ୩୭ ପ୍ରତିଶତ, ଆଦାନୀ ବନ୍ଦରର ୬୫ ପ୍ରତିଶତ ଏବଂ ସବୁଜ ଶକ୍ତିର ୬୧ ପ୍ରତିଶତ ଅଂଶ ତାଙ୍କ ପାଖେ ଅଛି।