Accident News: ସବୁବେଳେ ଏହି ଟେକ୍ନୋଲୋଜିକୁ ଅନ୍ଧ ଭାବେ ବିଶ୍ବାସ କରିବା ଆପଣଙ୍କ ପାଇଁ କ୍ଷତିକାରକ ମଧ୍ଯ ହୋଇପାରେ । କେରଳରୁ ଏଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଗୁଗୁଲ୍ ମାପ ଯୋଗୁଁ ଅକାଳରେ ଚାଲିଯାଇଛି ଦୁଇ ଜୀବନ ।
Trending Photos
Map Misguided: ବର୍ତ୍ତମାନର ଡ଼ିଜିଟାଲ ଯୁଗରେ ଛୋଟରୁ ବଡ଼ ସଭିଁଏ ଟେକ୍ନୋଲୋଜି (Technology) ଉପରେ ନିର୍ଭରଶୀଳ । ଡ୍ରେସ କିଣିବାଠାରୁ ଆରମ୍ଭ କରି ଖାଇବା ଅର୍ଡ଼ର ପର୍ଯ୍ୟନ୍ତ ସଭିଁଏ ଏହି ଟେକ୍ନୋଲୋଜିର ସାହାରା ନେଇଥାଆନ୍ତି । ତେବେ ସବୁବେଳେ ଏହି ଟେକ୍ନୋଲୋଜିକୁ ଅନ୍ଧ ଭାବେ ବିଶ୍ବାସ କରିବା ଆପଣଙ୍କ ପାଇଁ କ୍ଷତିକାରକ ମଧ୍ଯ ହୋଇପାରେ । କେରଳରୁ (kerala) ଏଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଗୁଗୁଲ୍ ମାପ (Google Maps) ଯୋଗୁଁ ଅକାଳରେ ଚାଲିଯାଇଛି ଦୁଇ ଜୀବନ ।
ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ କୋଚି (kochi) ଜିଲ୍ଲା ସ୍ଥିତ ଏକ ଘରୋଇ ହସ୍ପିଟାଲର କାର୍ଯ୍ୟରତ ଦୁଇ ଜଣ ଡ଼ାକ୍ତର ଅଦ୍ବୈତ ଓ ଅଜମଲଙ୍କ ସହ ଅନ୍ୟ ୩ ଜଣ ଏକ କାର ଯୋଗେ ଯାତ୍ରା କରୁଥିଲେ । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ସଠିକ୍ ଭାବେ ଦେଖାଯାଉନଥିବାରୁ ସେମାନେ ଜିପିଏସ୍ ଟ୍ରାକିଂ (GPS Tracking) ଅନ୍ କରି ତାହା ସାହାଯ୍ୟରେ ରାସ୍ତାରେ କାର ଚଳାଇ ଆସୁଥିଲେ । ଗୁଗୁଲ୍ ମ୍ୟାପ୍ (Google Maps) ଦେଖାଉଥିବା ଦିଗରେ କାରଟି ଯାଉଥିବା ବେଳେ ହଠାତ୍ ଏକ ନଦୀକୁ ଖସିପଡ଼ିଥିଲା । ଫଳରେ କାରରେ ଥିବା ଦୁଇ ଡାକ୍ତରଙ୍କ (Doctor) ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ କହିଛି ଯେ, ଗୁଗୁଲ ମ୍ୟାପକୁ ଅନୁସରଣ କରି କାରି କାରଟି ରୋଡ଼ ଉପରେ ଯିବା ବଦଳରେ ନଦୀ (River) ଭିତରକୁ ଖସିପଡ଼ିଥିଲା । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ପୋଲିସକୁ ସୂଚନା ଦେଇଥିଲେ। ଏକ ଡ୍ରାଇଭର ଦଳ ସାହାଯ୍ୟରେ ଦୁଇ ଡାକ୍ତରଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ସମସ୍ତ ଆହତମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।
Also Read-OMM Word: ଡିକ୍ସନାରୀରୁ କାହିଁକି ‘ଓମ୍’ ଶବ୍ଦକୁ ହଟାଇବାକୁ ଚାହୁଁଛନ୍ତି ଏହି ଦେଶର ସରକାର?
ସେହିପରି ଦକ୍ଷିଣ ମେକ୍ସିକୋରେ (Mexico) ଏକ ଭୟଙ୍କର ଟ୍ରକ ଦୁର୍ଘଟଣାରେ ୧୦ ଜଣ ପ୍ରବାସୀ ମହିଳା ଶ୍ରମିକଙ୍କ (Women Migrants) ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । କ୍ୟୁବାରୁ ଆସିଥିବା ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଏକ ଟ୍ରକ୍ଟି ସମ୍ଭବତଃ ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାଉଥିଲା । ତେବେ ଗୁଏଟ୍ମାଲା ସୀମାନ୍ତ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କଥା ‘ଏପିଏଫ’ ରିପୋର୍ଟରେ କୁହାଯାଇଛି। ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ହଠାତ୍ ସେ ଗତି ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ଟ୍ରକଟି ଓଲଟି ପଡ଼ିଥିଲା। ଦୁର୍ଘଟଣା (Accident) ପରେ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ‘ନ୍ୟାସ୍ନାଲ୍ ମାଇଗ୍ରେସନ୍ ଇନ୍ଷ୍ଟିଚ୍ୟୁଟ୍’ (National Migration Institute) ଜାରି କରିଥିବା ଏକ ରିପୋର୍ଟରେ ଉଲ୍ଲେଖ କରିଛି। ଏହି ଦୁର୍ଘଟଣାରେ କାଠ ନିର୍ମିତ ଟ୍ରକ୍ଟି ସଂପୂର୍ଣ୍ଣ ନଷ୍ଟ ହୋଇଛି । ତେବେ ଗୋଟିଏ ସପ୍ତାହ ମଧ୍ଯରେ ପ୍ରବାସୀ ଶ୍ରମିକ ଥିବା ଗାଡ଼ିର ଏହା ହେଉଛି ଦ୍ବିତୀୟ ଦୁର୍ଘଟଣା । ପୂର୍ବରୁ ଗତ ଗୁରୁବାର ଦିନ ଚିଆପାସଠାରେ ଏକ ଟ୍ରକ୍ ଓଲଟି ପଡ଼ିବାରୁ ଦୁଇ ପ୍ରବାସୀଙ୍କ ମୃତ୍ୟୁ ହୋଇଥିଲା ।
Also Read-DA Hike: ମୋଦି ସରକାର ଦେବେ ଖୁସି ଖବର; ସରକାରୀ କର୍ମଚାରୀଙ୍କୁ ମିଳିବ ବମ୍ପର ଅଫର, ବଢିବ ମହଙ୍ଗା ଭତ୍ତା!