Accident News: ଭୟଙ୍କର ଦୁର୍ଘଟଣାରେ ୧୦ ପ୍ରବାସୀ ମହିଳା ଶ୍ରମିକ ମୃତ, ୨୫ ଆହତ
Advertisement
Article Detail0/zeeodisha/odisha1896825

Accident News: ଭୟଙ୍କର ଦୁର୍ଘଟଣାରେ ୧୦ ପ୍ରବାସୀ ମହିଳା ଶ୍ରମିକ ମୃତ, ୨୫ ଆହତ

Accident: ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ହଠାତ୍ ସେ ଗତି ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ଟ୍ରକଟି ଓଲଟି ପଡ଼ିଥିଲା।  ଦୁର୍ଘଟଣା ପରେ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ‘ନ୍ୟାସ୍‌ନାଲ୍‌ ମାଇଗ୍ରେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଜାରି କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । 

ସୌ(ସୋସିଆଲ ମିଡିଆ)

Accident News: ଟ୍ରକ ଓଲଟି ୧୦ ପ୍ରବାସୀ ମହିଳା ଶ୍ରମିକଙ୍କ (Women Migrants) ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଦକ୍ଷିଣ ମେକ୍ସିକୋରେ (Mexico) । ମୃତକଙ୍କ ମଧ୍ୟରୁ ଜଣେ ୧୮ ବର୍ଷରୁ କମ୍ ବର୍ଷିୟା ଯୁବତୀ ଥିବା ‘ଏପିଏଫ’ ରିପୋର୍ଟରେ କୁହାଯାଇଛି ।

ସୂଚନା ଅନୁଯାୟୀ, କ୍ୟୁବାରୁ ଆସିଥିବା ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଏକ ଟ୍ରକ୍‌ଟି ସମ୍ଭବତଃ ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାଉଥିଲା । ତେବେ ଗୁଏଟ୍‌ମାଲା ସୀମାନ୍ତ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କଥା ରିପୋର୍ଟରେ କୁହାଯାଇଛି। ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ହଠାତ୍ ସେ ଗତି ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ଟ୍ରକଟି ଓଲଟି ପଡ଼ିଥିଲା।  ଦୁର୍ଘଟଣା (Accident) ପରେ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ‘ନ୍ୟାସ୍‌ନାଲ୍‌ ମାଇଗ୍ରେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ (National Migration Institute) ଜାରି କରିଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ଦୁର୍ଘଟଣାରେ ଟ୍ରକ୍‌ଟି ସଂପୂର୍ଣ୍ଣ ନଷ୍ଟ ହୋଇଛି । ତେବେ ଗୋଟିଏ ସପ୍ତାହ ମଧ୍ଯରେ ପ୍ରବାସୀ ଶ୍ରମିକ ଥିବା ଗାଡ଼ିର ଏହା ହେଉଛି ଦ୍ବିତୀୟ ଭୟଙ୍କର ଦୁର୍ଘଟଣା । ପୂର୍ବରୁ ଗତ ଗୁରୁବାର ଦିନ ଚିଆପାସଠାରେ ଏକ ଟ୍ରକ୍ ଓଲଟି ପଡ଼ିବାରୁ ଦୁଇ ପ୍ରବାସୀଙ୍କ ମୃତ୍ୟୁ ହୋଇଥିଲା ।

Also Read-OMM Word: ଡିକ୍ସନାରୀରୁ କାହିଁକି ‘ଓମ୍’ ଶବ୍ଦକୁ ହଟାଇବାକୁ ଚାହୁଁଛନ୍ତି ଏହି ଦେଶର ସରକାର?

Also Read-Data Plan: ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ; କମ ବଜେଟରେ ପାଆନ୍ତୁ ହାଇସ୍ପିଡ଼ ଇଣ୍ଟରନେଟ

ସେପଟେ ଆଜି ଅଡ଼ବା ଥାନା (Adaba Police Station) ଅନ୍ତର୍ଗତ ବାମୁଣମଲା ଘାଟିରେ ଏକ ମିନି ବସ୍ ଓଲଟି ପ୍ରାୟ ୩୪ ଜଣ ଯାତ୍ରୀ ଆହାତ ହୋଇଛନ୍ତି । ଜଗତଜନନୀ ନାମକ ଏକ ଘରୋଇ ମିନି ବସ୍ ଲଦିଗୁଡାରୁ ଯାତ୍ରୀମାନଙ୍କୁ ନେଇ ମୋହନା ଅଭିମୁଖେ ଯାଉଥିଲା । ଏହି ସମୟରେ ଘାଟିରେ ହଠାତ ବ୍ରେକ୍ ଫେଲ୍ ହୋଇଯିବାରୁ ରାସ୍ତା କଡ଼କୁ ଭାରସାମ୍ୟ ହରାଇ ଓଲଟି ପଡି଼ଥିଲା ଟ୍ରକ୍ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବିରିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବହୁ ଯାତ୍ରୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ଆହତ ବ୍ୟକ୍ତିଙ୍କ ମଧ୍ୟରେ ୩ ଜଣ ଗର୍ଭବତୀ ମହିଳା ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।