7th Pay Commission: କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି, ଟ୍ୱିଟ୍ କରି ସରକାର କଲେ ଘୋଷଣା
Advertisement
Article Detail0/zeeodisha/odisha1327960

7th Pay Commission: କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି, ଟ୍ୱିଟ୍ କରି ସରକାର କଲେ ଘୋଷଣା

7th Pay Commission: କେନ୍ଦ୍ରର ମୋଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ମଧ୍ୟ ସେପ୍ଟେମ୍ୱର ଶେଷ ସୁଦ୍ଧା ଘୋଷଣା କରିପାରନ୍ତି । ପ୍ରକୃତରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା AICPI ର ତଥ୍ୟ ଉପରେ ନିର୍ଭର କରେ । ଜୁନ୍ ପର୍ଯ୍ୟନ୍ତ AICPI ର ତଥ୍ୟ ଆସିଛି, ଯାହା ଆଧାରରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । 

7th Pay Commission: କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି, ଟ୍ୱିଟ୍ କରି ସରକାର କଲେ ଘୋଷଣା

ନୂଆଦିଲ୍ଲୀ: 7th Pay Commission, DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଅଛି । ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀମାନେ ଦୀର୍ଘ ସମୟ ଧରି ମହଙ୍ଗା ଭତ୍ତା ବା ଡିଏ ବୃଦ୍ଧି (DA Hike) କୁ ଅପେକ୍ଷା କରିଥିଲେ, କିନ୍ତୁ ଏହା ସ୍ଥିର ନ ଥିଲା କି ସରକାର ଚଳିତ ଥର ମହଙ୍ଗା ଭତ୍ତା କେତେ ପ୍ରତିଶତ ବୃଦ୍ଧି କରିବେ । ଟ୍ୱିଟ୍ କରି ସରକାର ଏହି ବୃଦ୍ଧି ବିଷୟରେ ସୂଚନା ଦେଇଛନ୍ତି । ଅର୍ଥାତ୍ ଚଳିତ ମାସର ଦରମା ସହ ବର୍ଦ୍ଧିତ ମହଙ୍ଗା ଭତ୍ତା କର୍ମଚାରୀଙ୍କ ଆକାଉଣ୍ଟଙ୍କୁ ଆସିବ । ବାସ୍ତବରେ, ଉତ୍ତର ପ୍ରଦେଶର ଯୋଗୀ ସରକାର  (Yogi Government) ରାଜ୍ୟ କର୍ମଚାରୀ (State Government Employees) ଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ରାଜ୍ୟ ସରକାର ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବୃଦ୍ଧି କରିଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟ୍ କରି ଏହି ସୂଚନା ପ୍ରଦାନ କରାଯାଇଛି । ରାଜ୍ୟ କର୍ମଚାରୀଙ୍କ ବ୍ୟାପକ ଦାବିକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (UP CM) ଯୋଗୀ ଆଦିତ୍ୟନାଥ  Yogi Adityanath) ଜାନୁୟାରୀ ୧, ୨୦୨୨ ଠାରୁ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ୍ (Dearness Relief) ହାରକୁ ୩୧ ପ୍ରତିଶତରୁ ବୃଦ୍ଧି କରି ୩୪ ପ୍ରତିଶତ କରିଛନ୍ତି । ଅର୍ଥାତ୍ ବର୍ତ୍ତମାନ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମଧ୍ୟ ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି । ଅର୍ଥାତ୍ ବର୍ତ୍ତମାନ ରାଜ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପରି ମହଙ୍ଗା ଭତ୍ତା ପାଇବେ । ଆପଣଙ୍କୁ କହି ରଖୁଛୁ ଯେ, ଏହି ଘୋଷଣା ଅନୁଯାୟୀ, କର୍ମଚାରୀମାନେ ଜାନୁଆରୀ ୧, ୨୦୨୨ରୁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ଲାଭ ପାଇବେ ।

ସେପଟେ କେନ୍ଦ୍ରର ମୋଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ମଧ୍ୟ ସେପ୍ଟେମ୍ୱର ଶେଷ ସୁଦ୍ଧା ଘୋଷଣା କରିପାରନ୍ତି । ପ୍ରକୃତରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା AICPI ର ତଥ୍ୟ ଉପରେ ନିର୍ଭର କରେ । ଜୁନ୍ ପର୍ଯ୍ୟନ୍ତ AICPI ର ତଥ୍ୟ ଆସିଛି, ଯାହା ଆଧାରରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

ଏହା ବି ପଢ଼ନ୍ତୁ:-ସେପ୍ଟେମ୍ୱର ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ପରେ ବର୍ତ୍ତମାନ ଏହା ଉପରେ ରହିଛି ଅମିତ ଶାହଙ୍କ ନଜର, ଠାକରେଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଏହା ବି ପଢ଼ନ୍ତୁ:-ଗଣେଶ ଚତୁର୍ଥୀ ଦିନ ବିଘ୍ନହର୍ତ୍ତାଙ୍କ ପୂଜା ବିଧି; ପୂଜାରେ ଚଢ଼ାନ୍ତୁ ଏହି ୫ଟି ଜିନିଷ, ପୂରଣ ହେବ ମନସ୍କାମନା

ଆପଣଙ୍କୁ କହି ରଖୁଛୁ ଯେ, ତ୍ରିପୁରାର ବିଜେପି ସରକାର ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA Hike) ରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ଯାହା ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ୩୧ ପ୍ରତିଶତ ବଦଳରେ ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳିବ । କୁହାଯାଉଛି ଯେ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ମଧ୍ୟ ୩୪ ପ୍ରତିଶତରୁ ୩୮ରୁ ୩୯ ପ୍ରତିଶତକୁ ବୃଦ୍ଧି କରାଯାଇପାରେ ।