DA Hike: ଦୁର୍ଗାପୂଜା ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ପ୍ରଦାନ କରିଛନ୍ତି । ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁଁ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ଓ ୬୪ ଲକ୍ଷ ପେନସନଭୋଗୀ ବହୁତ ଉପକୃତ ହେବେ । ଜୁଲାଇ ୧ରୁ ଏହି ଭତ୍ତା ପ୍ରଦାନ କରାଯିବ ।
Trending Photos
ନୂଆଦିଲ୍ଲୀ: 7th Pay Commission, DA Hike: କେନ୍ଦ୍ର ସରକାର (Central Government) ପରେ ରାଜସ୍ଥାନର ଗେହଲୋତ ସରକାର (Gehlot Govt) କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସିଏମ୍ ଗେହଲୋତ ଟ୍ୱିଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅନୁରୂପ ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ଓ ପେନସନଭୋଗୀଙ୍କୁ ଦିଆଯାଉଥିବା ମହଙ୍ଗା ରିଲିଫ୍ (Dearness Relief) ରେ ୪ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ଜୁଲାଇ ୧, ୨୦୨୨ରୁ ରାଜ୍ୟ କର୍ମଚାରୀ (Rajasthan Government Employees) ଓ ପେନସନଭୋଗୀଙ୍କୁ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ପ୍ରଦାନ କରାଯିବ ।
ସିଏମ୍ ଗେହଲୋତ ଟ୍ୱିଟରେ ଆଗକୁ ଲେଖିଛନ୍ତି ଯେ, କେନ୍ଦ୍ର ସରକାର ପ୍ରଥମେ ଏହି ଘୋଷଣା କରିଛନ୍ତି । କିନ୍ତୁ ଏହା ବହୁ ସମୟ ପରେ କାର୍ଯ୍ୟକାରୀ ହୋଇଥାଏ, ଯେତେବେଳେ କି ଆମ ସରକାର ବିଳମ୍ବ ନକରି ଘୋଷଣା ସହିତ ବର୍ଦ୍ଧିତ ପରିମାଣ ବଣ୍ଟନ କରୁଛନ୍ତି । କର୍ମଚାରୀଙ୍କ ସ୍ୱାର୍ଥରେ କରାଯାଇଥିବା ଆଜିର ଘୋଷଣାର କାର୍ଯ୍ୟାନ୍ୱୟନରେ ରାଜ୍ୟ ପାଣ୍ଠିରୁ ୧୦୯୬ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରୁ ପ୍ରାୟ ୧.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
ସୂଚନାଯୋଗ୍ୟ, ଦୁର୍ଗାପୂଜା ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ପ୍ରଦାନ କରିଛନ୍ତି । ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁଁ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ଓ ୬୪ ଲକ୍ଷ ପେନସନଭୋଗୀ ବହୁତ ଉପକୃତ ହେବେ । ଜୁଲାଇ ୧ରୁ ଏହି ଭତ୍ତା ପ୍ରଦାନ କରାଯିବ । ମହଙ୍ଗା ଭତ୍ତା ହାର ବୃଦ୍ଧି ନିଷ୍ପତ୍ତି ବୁଧବାର କେନ୍ଦ୍ର କ୍ୟାବିନେଟର ବୈଠକରେ ଅନୁମୋଦନ ହୋଇଛି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜସ୍ଥାନର ଗେହଲୋତ ସରକାର ମଧ୍ୟ ଡିଏ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।
ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା । ବର୍ତ୍ତମାନର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
ଅଧିକ ପଢ଼ନ୍ତୁ:-ପାର୍ବଣ ଋତୁରେ କେନ୍ଦ୍ର କର୍ମଚାରୀମାନଙ୍କୁ ମିଳିଲା ବଡ଼ ଉପହାର, ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଲେ ମୋଦି ସରକାର
ଅଧିକ ପଢ଼ନ୍ତୁ:-Jio ଆଣୁଛି ସବୁଠୁ ଶସ୍ତା 5G ସ୍ମାର୍ଟଫୋନ୍! ମୂଲ୍ୟ ଜାଣି ଆପଣ ବି ହୋଇଯିବେ ଖୁସ୍
ଅଧିକ ପଢ଼ନ୍ତୁ:-ସଚିନ ପାଇଲଟ ଦୋହରାଇବେ ଇତିହାସ! ୩୪ ବର୍ଷ ପୂର୍ବେ ରାଜସ୍ଥାନରେ ୨୫ ବିଧାୟକଙ୍କ ଦମରେ ହାଇକମାଣ୍ଡ ବଦଳାଇଥିଲେ ମୁଖ୍ୟମନ୍ତ୍ରୀ
ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗର ସର୍ବନିମ୍ନ ବେସିକ ଦରମା ହେଉଛି ୧୮,୦୦୦ ଟଙ୍କା ଓ କ୍ୟାବିନେଟ ସଚିବ ସ୍ତରରେ ୫୬,୯୦୦ ଟଙ୍କା ହୋଇଥାଏ । ୩୮ ପ୍ରତିଶତ ଅନୁଯାୟୀ, ୧୮୦୦୦ ଟଙ୍କା ବେତନ ଉପରେ ବାର୍ଷିକ ଡିଏର ମୋଟ ବୃଦ୍ଧି ୬,୮୪୦ ଟଙ୍କା ମିଳିବ । ମୋଟ ଡିଏ ମାସକୁ ୭୨୦ ଟଙ୍କା ବୃଦ୍ଧି ପାଇବ । ସର୍ବାଧିକ ବେସିକ ବେତନ ବ୍ରାକେଟ୍ ଉପରେ ୫୬,୯୦୦ ଟଙ୍କା ଉପରେ ବାର୍ଷିକ ମହଙ୍ଗା ଭତ୍ତାର ମୋଟ ବୃଦ୍ଧି ୨୭,୩୧୨ ଟଙ୍କା ହେବ । ୩୪ ପ୍ରତିଶତ ତୁଳନାରେ ଏହି ବେତନ ତାଲିକାରେ ଥିବା ବ୍ୟକ୍ତିମାନେ ୨,୨୭୬ ଟଙ୍କା ଅଧିକ ପାଇବେ ।