ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା; ସରକାର କଲେ ଘୋଷଣା
Advertisement
Article Detail0/zeeodisha/odisha1291301

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା; ସରକାର କଲେ ଘୋଷଣା

Madhya Pradesh Government Employees DA Hike: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ମାସର ଦରମାଠାରୁ ମହଙ୍ଗା ଭତ୍ତା ମିଳିବ ଓ ସେପ୍ଟେମ୍ବର ମାସରୁ ଏହା ପ୍ରଦାନ କରାଯିବ । ଏହା ସହିତ ରାଜ୍ୟର ପେନସନଭୋଗୀମାନଙ୍କୁ ମଧ୍ୟ ଦରଦାମ୍ ବୃଦ୍ଧିରୁ ରିହାତି ମିଳିପାରେ । 

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା; ସରକାର କଲେ ଘୋଷଣା

ନୂଆଦିଲ୍ଲୀ: Madhya Pradesh Government Employees DA Hike, 7th Pay Commission: ମଧ୍ୟ ପ୍ରଦେଶ ସରକାର ଅଗଷ୍ଟ ୧ରେ ରାଜ୍ୟର ସରକାରୀ କର୍ମଚାରୀ (Madhya Pradesh Government Employees) ଙ୍କୁ ଏକ ବଡ଼ ଖୁସି ଖବର ପ୍ରଦାନ କରିଛନ୍ତି । ରାଜ୍ୟର ୭.୫ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ (State Government Employees) ଙ୍କ ପାଇଁ ମହଙ୍ଗା ଭତ୍ତା  (Dearness Allowance) ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଛି, ଅର୍ଥାତ୍ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Shivraj Singh Chouhan)  କହିଛନ୍ତି ଯେ, ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୩୪ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି, ଯାହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହ ସମାନ ହେବ । ଏହା ଦ୍ୱାରା ରାଜ୍ୟର ରାଜକୋଷ ଉପରେ ୬୨୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । କିନ୍ତୁ ଏହି ଡିଏ ବୃଦ୍ଧି ଯୋଗୁଁ ୭.୫ ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ ଓ ସେମାନଙ୍କ ଜୀବନରେ ଉନ୍ନତି ଆଣିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତଥର ସରକାରୀ କର୍ମଚାରୀମାନଙ୍କ ଡିଏରେ ୧୧ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହା ପରେ ରାଜ୍ୟର ସରକାରୀ କର୍ମଚାରୀ ୩୧ ପ୍ରତିଶତ ଡିଏର ଲାଭ ପାଉଛନ୍ତି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ମାସର ଦରମାଠାରୁ ମହଙ୍ଗା ଭତ୍ତା ମିଳିବ ଓ ସେପ୍ଟେମ୍ବର ମାସରୁ ଏହା ପ୍ରଦାନ କରାଯିବ । ଏହା ସହିତ ରାଜ୍ୟର ପେନସନଭୋଗୀମାନଙ୍କୁ ମଧ୍ୟ ଦରଦାମ୍ ବୃଦ୍ଧିରୁ ରିହାତି ମିଳିପାରେ । ପଡୋଶୀ ରାଜ୍ୟ ଛତିଶଗଡ ସରକାରଙ୍କ ସହମତି ନେବା ପରେ ପେନସନଭୋଗୀମାନଙ୍କୁ ଡିଏ ବୃଦ୍ଧିର ସୁବିଧା ଦିଆଯିବ କାରଣ ଏହା ପୂର୍ବରୁ ମଧ୍ୟପ୍ରଦେଶର ଏକ ଅଂଶ ଥିଲା ।

ଏହା ବି ପଢ଼ନ୍ତୁ:-ଆଧାର କାର୍ଡ ହଜି ଯାଇଛି ତ ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar

ଏହା ବି ପଢ଼ନ୍ତୁ:-ଯେତେବେଳେ ପିଲାମାନେ ପଚାରନ୍ତି ଆମର ଧର୍ମ କ'ଣ- ହିନ୍ଦୁ ନା ମୁସଲମାନ? ତ ଜାଣନ୍ତୁ କ'ଣ ଜବାବ ଦିଅନ୍ତି ଶାହାରୁଖ ଖାନ

ଏହା ବି ପଢ଼ନ୍ତୁ:-ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍