ସରକାରୀ କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ବଢ଼ିବା ସହ ଦରମାରେ ହେବ ବଡ଼ ବୃଦ୍ଧି!
Advertisement

ସରକାରୀ କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ବଢ଼ିବା ସହ ଦରମାରେ ହେବ ବଡ଼ ବୃଦ୍ଧି!

7th Pay Commission, Central Government Employees, DA Hike: ଗୋଟିଏ ପଟେ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି  (DA Hike) କରିପାରନ୍ତି ତ ଅନ୍ୟ ପଟେ, ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି (Fitment Factor Hikes) କୁ ନେଇ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ସମ୍ଭାବନା ରହିଛି । ଯଦି ଏହା ଘଟେ, ତେବେ ରକ୍ଷା ବନ୍ଧନ ପର୍ବ ଅବସରରେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଡବଲ ଉପହାର ମିଳିବ, କାରଣ ସେମାନଙ୍କ ବେତନରେ ଏକ ବଡ଼ ଧରଣର ବୃଦ୍ଧି (Salary Hike) ଘଟିବ ।

ସରକାରୀ କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ବଢ଼ିବା ସହ ଦରମାରେ ହେବ ବଡ଼ ବୃଦ୍ଧି!

ନୂଆଦିଲ୍ଲୀ: 7th Pay Commission, Central Government Employees, DA Hike: କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ଖୁବ୍ ଶୀଘ୍ର ବଡ଼ ଖୁସି ଖବର ମିଳିପାରେ । ଏଥର କେନ୍ଦ୍ର ସରକାର କର୍ମଚାରୀଙ୍କୁ ଡବଲ ଉପହାର ପ୍ରଦାନ କରିପାରନ୍ତି । ବାସ୍ତବରେ, ଗୋଟିଏ ପଟେ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି  (DA Hike) କରିପାରନ୍ତି ତ ଅନ୍ୟ ପଟେ, ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି (Fitment Factor Hikes) କୁ ନେଇ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ସମ୍ଭାବନା ରହିଛି । ଯଦି ଏହା ଘଟେ, ତେବେ ରକ୍ଷା ବନ୍ଧନ ପର୍ବ ଅବସରରେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଡବଲ ଉପହାର ମିଳିବ, କାରଣ ସେମାନଙ୍କ ବେତନରେ ଏକ ବଡ଼ ଧରଣର ବୃଦ୍ଧି (Salary Hike) ଘଟିବ ।

ମହଙ୍ଗା ଭତ୍ତା (Dearness Allowance) ସହିତ କେନ୍ଦ୍ର କର୍ମଚାରୀମାନେ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି ଯେ ସେମାନଙ୍କ ଫିଟମେଣ୍ଟ ଫ୍ୟାକ୍ଟର ((Fitment Factor) କୁ ମଧ୍ୟ ବୃଦ୍ଧି କରାଯାଉ । ବର୍ତ୍ତମାନ ଏହା ୨.୫୭ ପ୍ରତିଶତ ରହିଛି, ଯାହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରାଯାଉଛି । ପୂର୍ବରୁ ଆସିଥିବା ରିପୋର୍ଟଗୁଡ଼ିକରୁ ଏହା ଆଶା ପ୍ରକାଶ ପାଇଥିଲା ଯେ ନୂତନ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନିଷ୍ପତ୍ତି ନିଆଯାଇପାରେ, କିନ୍ତୁ ତାହା ହୋଇପାରିନାହିଁ । ବର୍ତ୍ତମାନ ପୁଣି ଥରେ DA ବୃଦ୍ଧି ହେବାର ଆଶା ସହିତ ଏହି  ଫିଟମେଣ୍ଟ ଫ୍ୟାକ୍ଟର ଉପରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି ।

ଯଦି ଫିଟମେଣ୍ଟ ଫ୍ୟାକ୍ଟର ଉପରେ ସହମତ ହୁଏ, ତେବେ ଫିଟମେଣ୍ଟ ଫ୍ୟାକ୍ଟର୍ ଅଧୀନରେ ୫୨ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀଙ୍କ ବେସିକ ଦରମା ବୃଦ୍ଧି କରାଯାଇପାରେ । ଯଦି ଏପରି ହୁଏ ତେବେ ବେସିକ ଦରମା ୧୮୦୦ରୁ ୨୬୦୦କୁ ବୃଦ୍ଧି ପାଇବ । ୫୨ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ । ଯଦିଓ ପୂର୍ବରୁ ଖବର ଆସୁଥିଲା ଯେ, ସରକାରୀ କୋଷ ଉପରେ ଭାର ବଢ଼ିବା କାରଣରୁ ମୋଦି ସରକାର ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବଢ଼ାଇବା ମୁଡରେ ନାହାଁନ୍ତି । କିନ୍ତୁ ବର୍ତ୍ତମାନ ଏହା ମଧ୍ୟ କୁହାଯାଉଛି କି ଏହା ଉପରେ ଶୀଘ୍ର ବିଚାର କରାଯାଇପାରେ । ତେବେ ଏପର୍ଯ୍ୟନ୍ତ ଏ ବାବଦରେ ସରକାର କୌଣସି ଆଧିକାରୀକ ବୟାନ କିମ୍ବା ପୃଷ୍ଟି କରିନାହାଁନ୍ତି । 

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେ ନା ଏକନାଥ ସିନ୍ଦେ କାହାର ହେବ ଶିବସେନା? ଆବେଦନ ଉପରେ ସୁପ୍ରିମକୋର୍ଟ ଦେଲେ ଏହି ରାୟ

ଏହା ବି ପଢ଼ନ୍ତୁ:-ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଗଦୀପ ଧନଖର ନେଲେ ଏହି ପଦକ୍ଷେପ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତିଙ୍କୁ ମିଳି ନଥାଏ SPG ଓ NSG ସୁରକ୍ଷା, ଜାଣନ୍ତୁ କିଏ ମହାମହିମଙ୍କୁ ପ୍ରଦାନ କରନ୍ତି ସୁରକ୍ଷା?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁନ ୨୦୧୭ରେ ୩୪ଟି ସଂଶୋଧନ ସହିତ ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁମୋଦନ ପରେ ଏଣ୍ଟ୍ରି ସ୍ତରର ବେସିକ ଦରମା ମାସକୁ ୭,୦୦୦ରୁ ବୃଦ୍ଧି କରି ୧୮,୦୦୦ ଟଙ୍କା କରାଯାଇଥିଲାବେଳେ ସର୍ବୋଚ୍ଚ ସ୍ତରର ଅର୍ଥାତ୍ ସଚିବଙ୍କୁ ୯୦,୦୦୦ରୁ ବୃଦ୍ଧି କରି ୨.୫ ଲକ୍ଷ ଟଙ୍କା କରାଯାଇଥିଲା । କୁହାଯାଉଛି ଯେ, ସରକାର କର୍ମଚାରୀଙ୍କ ଦରମାକୁ ୧୦ ବର୍ଷରେ ଥରେ ନୁହେଁ ବରଂ ସମୟ ସମୟରେ ସଂଶୋଧନ କରିବା ଉଚିତ । ସପ୍ତମ ବେତନ ଆୟୋଗରେ ଯେଉଁ ପେ ମ୍ୟାଟ୍ରିକ୍ସ (Pay matrix) ତିଆରି କରାଯାଇଛି, ତାହା ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ଉପରେ ଆଧାରିତ ।

କର୍ମଚାରୀଙ୍କ ବେସିକ ବେତନ ସପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ରେ ଗୁଣନ କରି ଗଣନା କରାଯାଏ । ଉଦାହରଣ ସ୍ୱରୂପ, Current Entry Pay ୭୦୦୦ ଟଙ୍କା । ଯଦି ପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ଲାଗିବା ପରେ Entry Pay ୭,୦୦୦ X ୨.୫୭= ୧୮୦୦୦ ଟଙ୍କା ହେବ । ଯଦି ଏହାକୁ ୩କୁ ବୃଦ୍ଧି କରାଯାଏ ତେବେ ବେସିକ ଦରମା ୨୧୦୦୦ ଟଙ୍କା ହେବ । ଉଦାହରଣ ସ୍ୱରୂପ, Current Entry Pay ୭୦୦୦ ଟଙ୍କା । ଯଦି ପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ଲାଗିବା ପରେ Entry Pay ୭,୦୦୦ X ୩= ୨୧,୦୦୦ ଟଙ୍କା ହେବ ।

ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ମନେ କରାଯାଏ । ଏଥିରୁ ମୌଳିକ ବେତନ ବା ବେସିକ ସାଲେରୀ ସ୍ଥିର କରାଯାଇଥାଏ ଓ ଭତ୍ତା ମଧ୍ୟ ସ୍ୱୟଂଚାଳିତ ଭାବରେ ବଢ଼ିଥାଏ । ୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା ଓ ସର୍ବନିମ୍ନ ବେସିକ ବେତନ  ୬,୦୦୦ରୁ ୧୮,୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ସରକାର ଚଳିତ ବର୍ଷ ମାର୍ଚ୍ଚରେ କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ଯଦି ଏଥିରେ ପାଞ୍ଚ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି ପାଇବ । କୁହାଯାଉଛି ଯେ ଡିଏ ବୃଦ୍ଧି ଘୋଷଣା ଜୁଲାଇ ୩୧ରେ କରାଯାଇପାରେ । ତେବେ ଏ ବାବଦରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ବୟାନ ଆସିନାହିଁ ।