Road Accident: କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୫ ମୃତ
Advertisement

Road Accident: କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୫ ମୃତ

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନମାର ହୋଇଗଲା ସୁନା ସଂସାର। ଚାହୁଁଚାହୁଁ ଲିଭିଗଲା ୫ ଜୀବନ ଦୀପ।  କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡି଼ଛି।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Road Accident: କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୫ ମୃତ

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନମାର ହୋଇଗଲା ସୁନା ସଂସାର। ଚାହୁଁଚାହୁଁ ଲିଭିଗଲା ୫ ଜୀବନ ଦୀପ।  କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡି଼ଛି। ଚେନ୍ନାଇ-କୋଲକାତା ଜାତୀୟ ରାଜପଥ ନିକଟ ମାଙ୍ଗାଲୁରୁରେ ଏହି ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ALSO READ: Puri News: ବିବାହ ପୂର୍ବରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନନ୍ତ ଅମ୍ବାନୀ, ଦାନ କଲେ ଏତେ କୋଟି

ସୂଚନା ଅନୁସାରେ, ଚେନ୍ନାଇରେ ରହୁଥିବା ଏକ ପରିବାର କୌଣସି ଏକ କାମରେ ନିଜ କାର ଯୋଗେ କୋଲକାତା ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ଦୁର୍ଭାଗ୍ୟବସତଃ କାରଟି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଏକ ଟ୍ରକକୁ ପିଟି ଦେଇଥିଲା। ଫଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଯୋଗାଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ କାର ଭିତରୁ ମୃତଦେହ ଗୁଡିକ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ, ମୃତକଙ୍କ ଭିତରେ ଜଣେ ଶିଶୁ ରହିଥିବା ଜଣାପଡିଛି । 

ସେପଟେ ସୋମବାର ରାତିରେ ବି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୧୬ ନମ୍ୱର ଜାତୀୟ ରାଜପଥ ନିକଟ ବାରବାଟିଠାରେ ବସ୍ ଦୁର୍ଘଟଣା । ଓଭରବ୍ରିଜରୁ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ଫଳରେ ୫ଜଣ ମତ୍ୟୁବରଣ କରିଥିବାବେଳେ ୫ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଏଥିସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସରେ ସମୁଦାୟ ୫୦ରୁ ଉର୍ଦ୍ଧ ଯାତ୍ରୀଥିଲେ ବୋଲି ସୂଚନା ମିଳିଛି । ସୂଚନା ମୁତାବକ, ଯାତ୍ରୀବାହୀ ବସଟି ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । ଭାରସ୍ୟାମ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲା । ସମସ୍ତ ଆହତଙ୍କୁ କଟକ ବଡ଼ ମେଡିକାଲକୁ ତୁରନ୍ତ ସ୍ଥାନାନ୍ତରଣ କରାଯାଇଥିବା ଜଣାପଡିଛି । ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନେ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  ତେବେ ଦୁର୍ଘଟଣାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।