ସମଲିଙ୍ଗି ଙ୍କୁ ସତର୍କବାଣୀ; ନମାନିଲେ ହେବ ଏହି ରୋଗ
Advertisement
Article Detail0/zeeodisha/odisha1189044

ସମଲିଙ୍ଗି ଙ୍କୁ ସତର୍କବାଣୀ; ନମାନିଲେ ହେବ ଏହି ରୋଗ

କୋରୋନା ମହାମାରୀର ଆତଙ୍କ କମୁ କମୁ ବ୍ରିଟେନରେ ଆଉ ଏକ ଭାଇରସର ସତର୍କ ଘଣ୍ଟି, ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି।  ଯାହା ଫଳରେ ବ୍ରିଟେନର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସମଲିଙ୍ଗୀ ତଥା ବାଇସେକ୍ସୁଆଲ ମାନଙ୍କୁ ଏକ ସତର୍କବାଣୀ ଦେଇଛନ୍ତି। ଯେଉଁମାନେ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରତି ଆକର୍ଷିତ ହୋଇ ଶାରିରିକ ସମ୍ପର୍କ ରଖୁଛନ୍ତି, ସେହି ବାଇସେକ୍ସୁଆଲ ଙ୍କ ଶରୀରରେ

ସମଲିଙ୍ଗି ଙ୍କୁ ସତର୍କବାଣୀ;  ନମାନିଲେ ହେବ ଏହି  ରୋଗ

କୋରୋନା ମହାମାରୀର ଆତଙ୍କ କମୁ କମୁ ବ୍ରିଟେନରେ ଆଉ ଏକ ଭାଇରସର ସତର୍କ ଘଣ୍ଟି, ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି।  ଯାହା ଫଳରେ ବ୍ରିଟେନର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସମଲିଙ୍ଗୀ ତଥା ବାଇସେକ୍ସୁଆଲ ମାନଙ୍କୁ ଏକ ସତର୍କବାଣୀ ଦେଇଛନ୍ତି। ଯେଉଁମାନେ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରତି ଆକର୍ଷିତ ହୋଇ ଶାରିରିକ ସମ୍ପର୍କ ରଖୁଛନ୍ତି, ସେହି ବାଇସେକ୍ସୁଆଲ ଙ୍କ ଶରୀରରେ ଅସ୍ୱାଭାବିକ ଭାବେ ଲାଲ ରଙ୍ଗର ଦାଗ ଦେଖା ଦେଉଛି। ଏହା ଦ୍ୱାରା ହେଉଥିବ ସଂକ୍ରମଣକୁ "ମଙ୍କିପକ୍ସ" ବୋଲି କୁହାଯାଉଛି। ସୂଚନା ଅନୁଯାଇ "ମଙ୍କିପକ୍ସ" ଭାଇରସର ୪ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି।

ଏବେ ୭ଟି "ମଙ୍କିପକ୍ସ" ମାମଲା ଚିହ୍ନଟ ହୋଇଛି

ଆଉ ୪ଟି ନୂଆ "ମଙ୍କିପକ୍ସ" ମାମଲା ସାମ୍ନାକୁ ଆସିବା ପରେ ଏବେ ପର୍ଯ୍ୟନ୍ତ ୭ଟି ମାମଲା ଚିହ୍ନଟ ହୋଇସାରିଲାଣି।  ୨୦୨୨ ବର୍ଷ ଆରମ୍ଭରୁ ହିଁ ଏହି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଥିଲା। ୟୁକେ ସ୍ଥିତ  ହେଲ୍ଥ   ସିକ୍ୟୁରିଟି  ଏଜେନ୍ସି  (UKHSA) ତଥ୍ୟ ଅନୁଯାଇ ସମସ୍ତ ନୂତନ ମଙ୍କିପକ୍ସ ମାମଲା ମଧ୍ୟରୁ  ଜଣେ ଲଣ୍ଡନରୁ ଏବଂ ଅନ୍ୟ ଜଣେ ପୂର୍ବ ଲଣ୍ଡନରୁ ଚିହ୍ନଟ ହୋଇଛନ୍ତି।

ସମଲିଙ୍ଗିଙ୍କୁ ଚେତାବନୀ

ମଙ୍କିପକ୍ସ ପୀଡ଼ିତ ମାନେ ନିଜେ ସ୍ୱୀକାର କରିଛନ୍ତି ଯେ ସେମାନେ ହେଉଛନ୍ତି ସମଲିଙ୍ଗି। ଏଜେନ୍ସି କହିବା ଅନୁଯାଇ ମଙ୍କିପକ୍ସ ସଂକ୍ରମଣର ଯେଉଁଠି ଏଣ୍ଡେମିକ୍ ସ୍ଥିତି ଅଛି, ସେଠାକୁ ଯାତ୍ରା କରିବା ବା ସେହି ସ୍ଥାନରୁ ଅନ୍ୟତ୍ର ଯାତ୍ରା କଲେ ଏହି ସଂକ୍ରମଣ ବ୍ୟାପିବାର କୌଣସି ସମ୍ପର୍କ ନାହିଁ।  UKHSA ମୁଖ୍ୟ ଚିକିତ୍ସା ପରାମର୍ଶଦାତା କହିଛନ୍ତି ଯେ ବିଶେଷ ଭାବରେ ପୁରୁଷ ଏବଂ ସମଲିଙ୍ଗୀ ତଥା  ବାଇସେକ୍ସୁଆଲ୍  ଙ୍କୁ ଆମେ ଅନୁରୋଧ କରୁଛୁ ଯଦି ଆପଣଙ୍କ ଦେହରେ ଅସାଧାରଣ ଲାଲ ରଙ୍ଗ ଦେଖା ଦେଉଛି ତାହେଲେ ସାବଧାନ ହୋଇଯାନ୍ତୁ ଅଥବା ସତର୍କ ରୁହନ୍ତୁ। ବିଳମ୍ବ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

ଜାଣନ୍ତୁ କଣ ରହିଛି ମଙ୍କିପକ୍ସର ଲକ୍ଷଣ?
ମଙ୍କିପକ୍ସ ଆକ୍ରାନ୍ତର ପ୍ରାଥମିକ ଲକ୍ଷଣ ହେଉଛି ଜ୍ୱର , ମୁଣ୍ଡ ବିନ୍ଧା, ମାଂଶପେଶୀ ଦରଜ ହେବା, ପିଠି ଦରଜ, ଲସିକା ଗ୍ରନ୍ଥି ଫୁଳିଯିବା, ଶୀତ ଓ ଥକାପଣ ଲାଗିବା। ପରେ ଶରୀରରେ ଲାଲ ରଙ୍ଗର ଦାଗ ଦେଖାଦେବ, ବ୍ରଣ ପରି ଶରୀରରେ ଫଲିଯିବା। ଆଉ ଏହାର ଆରମ୍ଭ ମୁହଁରୁ ହୋଇଥାଏ।

ସମଲିଙ୍ଗି ସମ୍ପ୍ରଦାୟରେ ମଙ୍କିପକ୍ସ ବ୍ୟାପିବାର ଆଶଙ୍କା ରହିଛି

ଡକ୍ଟର ଶୁସାନ୍ ହପକିନ୍ସ କହିଛନ୍ତି, 'ଏହ ମଙ୍କିପକ୍ସ ସଂକ୍ରମଣ ବିରଳ ଏବଂ ଅଭାବନୀୟ। UKHSA ଏହି ସଂକ୍ରମଣର ଉତ୍ସକୁ ଶୀଘ୍ର ଅନୁସନ୍ଧାନ କରୁଛି, କାରଣ ପ୍ରମାଣରୁ ଜଣାପଡିଛି ସମଲିଙ୍ଗି ଯୌନ ସମ୍ପର୍କ ସମ୍ପ୍ରଦାୟର ଲୋକଙ୍କ ଠାରୁ  ମାଙ୍କିପକ୍ସ ଜୀବାଣୁ ବିସ୍ତାର କରିପାରେ।