Vastu Tips: ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!
trendingNow,recommendedStories0/zeeodisha/odisha1627789

Vastu Tips: ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!

Vastu Tips: କୁହାଯାଏ ଯେ ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟା (Health and Financial Problems) ର ସାମ୍ନା କରିବାକୁ ପଡିପାରେ । ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କେଉଁ କାମ କରିବାରୁ ଦୂରେଇ ରଖିବା ଆବଶ୍ୟକ ।

Vastu Tips: ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!

Vastu Shastra For Sunset: ଶାସ୍ତ୍ରରେ ସୂର୍ଯ୍ୟାସ୍ତ (Sunset) ପରେ କିଛି କାମ କରିବାକୁ ନିଷେଧ କରାଯାଇଛି । କୁହାଯାଏ ଯେ ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟା (Health and Financial Problems) ର ସାମ୍ନା କରିବାକୁ ପଡିପାରେ । ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କେଉଁ କାମ କରିବାରୁ ଦୂରେଇ ରଖିବା ଆବଶ୍ୟକ ।

୧. କେଶ, ଦାଢ଼ ଏବଂ ନଖ କାଟିବା 

ଶାସ୍ତ୍ରରେ ସୂର୍ଯ୍ୟାସ୍ତ (Sunset) ପରେ କେଶ, ନଖ ଏବଂ ଦାଢ଼ି କାଟିବା ନିଷେଧ କରାଯାଇଛି । ବାସ୍ତୁ ଅନୁସାରେ ଏହା ବ୍ୟକ୍ତିଙ୍କ ଉପରେ ଋଣ ବୋଝ ଆଣିପାରେ । ଏପରି ପରିସ୍ଥିତିରେ ଅର୍ଥର ଅଭାବ ହୋଇପାରେ ।

୨. ଅନ୍ତିମ ସଂସ୍କାର

ଗରୁଡ ପୁରାଣ (Garuda Purana) ଅନୁସାରେ, ସୂର୍ଯ୍ୟାସ୍ତ (Sunset) ପରେ ଅନ୍ତିମ ସଂସ୍କାର କରିବା ନିଷେଧ କରାଯାଇଛି । ମନେ କରାଯାଏ ଯେ ଏହି ସମୟରେ ଅନ୍ତିମ ସଂସ୍କାର କରିବାରୁ ମୃତ ବ୍ୟକ୍ତିଙ୍କୁ ପରଲୋକରେ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ । ଏହା ବ୍ୟତୀତ ପରବର୍ତ୍ତୀ ଜନ୍ମରେ ସେମାନଙ୍କର ଶରୀରର କୌଣସି ଅଙ୍ଗରେ ତ୍ରୁଟି ରହିପାରେ । ତେଣୁ ସୂର୍ଯ୍ୟ ଅସ୍ତ ହେବା ପରେ ଶବଦାହ କରିବା ଉଚିତ ନୁହେଁ ।

୩. ଗଛ ଲତାକୁ ପାଣି ଦେବା କିମ୍ବା ପତ୍ର ଭାଙ୍ଗିବା

ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରୀ (Vastu Shastra) ଅନୁଯାୟୀ, ସୂର୍ଯ୍ୟାସ୍ତ (Sunset) ପରେ ଗଛ ଲତାକୁ ଜଳ ଦେବା ଓ ପତ୍ର କାଟିବା ଠାରୁ ଦୂରେଇ ରହିବା ଉଚିତ୍ । କୁହାଯାଏ ସନ୍ଧ୍ୟା ସମୟରେ ଉଦ୍ଭିଦ  ଶୋଇବାକୁ ଯାଆନ୍ତି । ତେଣୁ ସୂର୍ଯ୍ୟାସ୍ତ ପରେ ଭୁଲରେ ବି ଗଛରେ ହାତ ଲଗାଇବା ଉଚିତ୍ ନୁହେଁ ।

୪. ସ୍ନାନ କରିବା

ଅନେକ ଲୋକଙ୍କର ସକାଳ (Morning) ଓ ସନ୍ଧ୍ୟା (Evening) ରେ ଦୁଇଥର ଗାଧୋଇବା (Bath) ର ଅଭ୍ୟାସ ଅଛି । କିନ୍ତୁ ଏପରି କରିବା ଉଚିତ୍ ନୁହେଁ । ଏହା ଜୀବନରେ ଦୁର୍ଭାଗ୍ୟ ଆଣିପାରେ । ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସନ୍ଧ୍ୟାରେ ଗାଧୋଉଛନ୍ତି, ତେବେ କପାଳରେ ତିଲକ ଲଗାଇବା ଉଚିତ୍ ନୁହେଁ ।

୫. ଦହିର ସେବନ

ଶାସ୍ତ୍ରରେ ସୂର୍ଯ୍ୟାସ୍ତ (SunSet) ପରେ ଦହି (Curd) ଖାଇବା ନିଷେଧ କରାଯାଇଛି । ବାସ୍ତବରେ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏହା ସହିତ ସୂର୍ଯ୍ୟାସ୍ତ ପରେ କାହାକୁ ଦହି ଦେବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ଜ୍ଞାନ ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)

ଅଧିକ ପଢ଼ନ୍ତୁ:-ଆଇପିଏଲରେ ଖେଳିପାରିବେନି ବାଂଲାଦେଶ-ଶ୍ରୀଲଙ୍କାର ଖେଳାଳି! ଜାଣନ୍ତୁ କ'ଣ ରହିଛି BCCIର ପ୍ଲାନ୍

ଅଧିକ ପଢ଼ନ୍ତୁ:-'ମୋତେ ବିଷ ଦିଆଯାଇଛି', ଏହି କ୍ରିକେଟରଙ୍କ ଖୁଲାସାରୁ କ୍ରିକେଟ ଜଗତରେ ହଇଚଇ

ଅଧିକ ପଢ଼ନ୍ତୁ:-BCCI ଲଗାଇଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ବ୍ୟାନ୍! ଜସପ୍ରୀତ ବୁମ୍ରାଙ୍କ ସହ ହୋଇପାରିବେନି କଥା