Health Tips: ଆପଣଙ୍କ ଜିଭର ରଙ୍ଗ କହିଥାଏ ଶରୀରରେ କେଉଁ ରୋଗ ବଢୁଛି, ସୁସ୍ଥ ରହିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ!
Advertisement
Article Detail0/zeeodisha/odisha1426640

Health Tips: ଆପଣଙ୍କ ଜିଭର ରଙ୍ଗ କହିଥାଏ ଶରୀରରେ କେଉଁ ରୋଗ ବଢୁଛି, ସୁସ୍ଥ ରହିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ!

Health Tips: ଜିଭ କେବଳ ଖାଦ୍ୟର ସ୍ୱାଦକୁ କହି ନଥାଏ, ବରଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ ଅନେକ ରହସ୍ୟ ମଧ୍ୟ ପ୍ରକାଶ କରିଥାଏ । ଗବେଷଣା ଅନୁଯାୟୀ, ଜିଭର ରଙ୍ଗ ବଦଳିବା ଆପଣଙ୍କ ଶରୀରର ସ୍ଥିତିକୁ ପ୍ରତିଫଳିତ କରିଥାଏ ।

ସୌ: ସୋସିଆଲ ମିଡିଆ

Health Tips: ଜିଭ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କେବଳ ଜିଭ ଯୋଗୁଁ ଆମେ ଖାଦ୍ୟର ସ୍ୱାଦକୁ ଜାଣି ପାରିଥାଉ । ଏସବୁ ବ୍ୟତୀତ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜିଭର ରଙ୍ଗ (Tongue color) ମଧ୍ୟ ଆମର ସ୍ୱାସ୍ଥ୍ୟର ସ୍ଥିତି ଜଡିତ । ଯଦି ଆପଣଙ୍କ ଜିଭର ରଙ୍ଗ ବଦଳୁଛି ତେବେ କୌଣସି ସମୟ ନଷ୍ଟ ନକରି ତୁରନ୍ତ ଡାକ୍ତରଙ୍କୁ ଦେଖା କରିବା ଉଚିତ୍ । ବାସ୍ତବରେ, ନିକଟରେ ଏକ ଗବେଷଣା ସିଦ୍ଧାନ୍ତ ପ୍ରକାଶ ପାଇଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଅନେକ ଗମ୍ଭୀର ରୋଗର ପ୍ରାରମ୍ଭିକ ଲକ୍ଷଣରେ ଜିଭର ରଙ୍ଗ ବଦଳିଯାଏ ।

ଧଳା ରଙ୍ଗର ଜିଭ
ଯଦି ଆପଣଙ୍କ ଜିଭର ରଙ୍ଗ ଧଳା ହୋଇଯାଇଛି, ତେବେ ଏହା ଏକ ପ୍ରମୁଖ ରୋଗର ଲକ୍ଷଣ ଅଟେ । ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଆପଣଙ୍କର ଜିଭ ରଙ୍ଗ ଧଳା ହୋଇଯାଏ, ସେତେବେଳେ ଆପଣଙ୍କ ଶରୀରରେ ଜଳର ଘୋର ଅଭାବ ଦେଖାଯାଏ । ଧଳା ଜିଭ ଲ୍ୟୁକୋପ୍ଲାକିଆ, ଓରାଲ ଲାଇଚେନ ପ୍ଲାନସ ଓ ସିଫିଲିସ୍ ଭଳି ରୋଗର ପ୍ରାରମ୍ଭିକ ଲକ୍ଷଣକୁ ସୂଚିତ କରେ ।

ନାଲି ରଙ୍ଗର ଜିଭ
ଡାକ୍ତରଙ୍କ କହିବାନୁସାରେ, ଯଦି ଆପଣଙ୍କ ଜିଭର ରଙ୍ଗ ଲାଲ୍ ହୋଇଯାଇଛି, ତେବେ ଶରୀରରେ ଫ୍ଲୁ, ଜ୍ୱର କିମ୍ବା ସଂକ୍ରମଣ ହେବା ସମୟରେ ଏହା ଏପରି ପରିସ୍ଥିତିରେ ଥାଏ । ଲାଲ୍ ଜିଭ ଶରୀରରେ ଭିଟାମିନ୍ ବି ଓ ଆଇରନର ଅଭାବକୁ ସୂଚାଏ ।

କଳା ରଙ୍ଗର ଜିଭ
ଜିଭ ରଙ୍ଗ କଳା ପଡିବା ଏକ ଗମ୍ଭୀର ଓ ପ୍ରମୁଖ ରୋଗର ଲକ୍ଷଣ । ବିଶେଷଜ୍ଞଙ୍କ ଅନୁଯାୟୀ ଜିଭ କଳା ପଡିବ କର୍କଟ, ଫଙ୍ଗସ୍ ଓ ଅଲସର ଭଳି ରୋଗକୁ ସୂଚିତ କରେ । ଗଳାରେ ଭୂତାଣୁ କିମ୍ବା ଫଙ୍ଗସ୍ ଯୋଗୁଁ ଜିଭ ରଙ୍ଗ ପ୍ରାୟତଃ କଳା ହୋଇଯାଏ ।

ହଳଦିଆ ରଙ୍ଗର ଜିଭ
ଡାକ୍ତରଙ୍କ କହିବାନୁସାରେ, ଅତ୍ୟଧିକ ଖାଇବା କାରଣରୁ ଜିଭ ରଙ୍ଗ ହଳଦିଆ ମଧ୍ୟ ହୋଇପାରେ । ଅନ୍ୟ ପଟେ, ଯଦି ଆମେ ରୋଗ ବିଷୟରେ କଥାବାର୍ତ୍ତା କରୁ, ତେବେ ଡିହାଇଡ୍ରେସନ୍, ଯକୃତ କିମ୍ବା ପାଟିରେ ଅଧିକ ଭୂତାଣୁ ଯୋଗୁଁ ଜିଭ ରଙ୍ଗ ହଳଦିଆ ହେବାକୁ ଲାଗେ । ଏହି କାରଣରୁ ପାଟିରେ ଖରାପ ନିଶ୍ୱାସ, ଥକାପଣ ଓ ଜ୍ୱର ହୋଇପାରେ ।

ଏହା ବି ପଢ଼ନ୍ତୁ: Sugar Free: ସୁଗାର-ଫ୍ରି ବିଷୟରେ ଆପଣ ଯାହା ଜାଣନ୍ତି ତାହା କେତେ ସତ? ଡାଇବେଟିସ ରୋଗୀଙ୍କୁ ପଢ଼ିବା ଜରୁରୀ ଏହି ରିପୋର୍ଟ

ଏହା ବି ପଢ଼ନ୍ତୁ: Health Tips: ଖବରକାଗଜରେ ଖାଦ୍ୟ ରଖି ଖାଉଥିଲେ ହୋଇଯାଆନ୍ତୁ ସତର୍କ, ହୋଇପାରେ ଏହି ବିପଜ୍ଜନକ ରୋଗ

ଏହା ବି ପଢ଼ନ୍ତୁ: Health Tips: ଭୁଲରେ ବି ଅଧିକ ସେବନ କରନ୍ତୁ ନାହିଁ ଏସବୁ ଜିନିଷ, ଆପଣଙ୍କ ଠାରୁ ଛଡାଇ ନେବ ବାପା-ମା' ହେବାର ସୁଖ!