Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୁଏତର ସର୍ବୋଚ୍ଚ ନାଗରିକ ସମ୍ମାନ 'ଦି ଅର୍ଡର ଅଫ୍ ମୁବାରକ ଅଲ୍ କବିର' ପ୍ରଦାନ କରାଯାଇଛି। କୁଏତ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କହିରଖୁଛୁ ଯେ ୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ କୁଏତ ଗସ୍ତ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।
Headlines 02- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାକ ବଜେଟ୍ ବୈଠକରେ ଯୋଗଦେଇଛନ୍ତି । ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦ୍ରବ୍ୟ, ସେବା କର ଉପରେ ତଥ୍ୟ ରଖିଲି। ଆସନ୍ତା ଆର୍ଥିକ ବର୍ଷରେ ଅଧିକ ଅର୍ଥ ପାଇଁ ଦାବି ରଖିଛି। ଓଡ଼ିଶାର ରେଳ ଏବଂ ସଡ଼କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଗୁରୁତ୍ଵ ରହିଛି। ଚଳତବର୍ଷ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ଗୁରୁତ୍ଵ ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶାକୁ ଭଲ ପାଆନ୍ତି ତେଣୁ ସେ ଅନେକ ସମୟରେ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥାନ୍ତି। ତାଙ୍କୁ ସମ୍ମାନିତ କରିବା ପାଇଁ ମହାପ୍ରସାଦ, ମୂର୍ତ୍ତି ଦେଇଥିଲି ।
Headlines 03- ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗାଣା ଜିଲ୍ଲାରେ ଜଣେ ଖତରନାକ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଜମ୍ମୁ କାଶ୍ମୀର ପୋଲିସ ଏବଂ ବେଙ୍ଗାଲୁରୁ ପୋଲିସର ଏସଟିଏଫ ଟିମ୍ କାଶ୍ମୀର ଆତଙ୍କବାଦୀ ଜାଭେଦ୍ ମୁନ୍ସିଙ୍କୁ କ୍ୟାନିଂ ହସ୍ପିଟାଲ ନିକଟରୁ ଗିରଫ କରିଛି। କହିରଖୁଛୁ ଜାଭେଦ୍ ମୁନ୍ସି କାଶ୍ମୀରରେ ନିଷିଦ୍ଧ ତେହେରିକ୍-ଇ-ମୁଜାହିଦ୍ଦିନ ସଂଗଠନର ସଦସ୍ୟ ବୋଲି କୁହାଯାଉଛି। ସେ ଅନେକ ବିଦ୍ରୋହୀ କାର୍ଯ୍ୟକଳାପରେ ଜଡିତ ରହିଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ଦୀର୍ଘ ଦିନ ଧରି ଜାଭେଦ୍ ମୁନ୍ସିଙ୍କୁ ଖୋଜୁଥିଲା।
Headlines 04- କୁଏତରେ ଭାରତୀୟ ଶ୍ରମିକଙ୍କ ସହ ମୋଦୀ ବାର୍ତ୍ତାଳାପ କରିଛନ୍ତି । କ୍ୟାମ୍ପରେ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ଓଡ଼ିଆ ଯୁବକଙ୍କ ସହ ମଧ୍ୟ କଥା ହୋଇଥିଲେ । ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ନେଇ ଧନ୍ୟବାଦ ଜଣାଇଛନ୍ତି ଯୁବକ । ଜୟ ଜଗନ୍ନାଥ କହି ଯୁବକଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ
Headlines 05- ଭୁବନେଶ୍ୱର ମଧ୍ୟ ବିଜେଡି ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ୬୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ବିଜୟଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।
Headlines 06- ଷ୍ଟିଲ ସିଟି ରାଉରକେଲାରେ ଏକ ମାରାଥନ ସମୟରେ ଫୁଟିଛି ଗୁଳି । ରାଉରକେଲା ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆରେ ମାରାଥନ ଚାଲିଥିବା ସମୟରେ ଆୟୋଜକଙ୍କୁ ଗୁଳିମାଡ଼ କରିଛନ୍ତି ଜଣେ ଅପରିଚିତ ଯୁବକ । ଗୁଳିମାଡ଼ରେ ଗୁରୁତର ହୋଇ ଚିକିତ୍ସାଧିନ ଅଛନ୍ତି ଯୁବକ।
Headlines 07- ୨୦୨୫ ମାର୍ଚ୍ଚରେ ଲଞ୍ଚ୍ ହେବ ଇସ୍ରୋ ଓ ନାସାର ମିଳିତ ମିଶନ୍। ମହାକାଶକୁ ଯିବ ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର୍ ରାଡାର୍ ବା ନିସାର୍ ସାଟେଲାଇଟ୍। ଭୂପୃଷ୍ଠରେ ପରିବର୍ତ୍ତନ ଉପରେ ନଜର ରଖିବ ଏହି ଆର୍ଥ ଅବଜର୍ଭିଂ ସାଟେଲାଇଟ୍ ।
Headlines 08- ନୂଆବର୍ଷ ଅର୍ଥାତ ୨୦୨୫ ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପରୀକ୍ଷା ମୂଳକ ଭାବେ ଡିସେମ୍ୱର ୩୦ ଓ ୩୧ରେ ଧାଡ଼ି ଦର୍ଶନ କରାଯିବ । ସାତ ପାହାଚ ଦ୍ବାର ଦେଇ ପ୍ରବେଶ, ଘଣ୍ଟି ଏବଂ ଗାରଦ ଦ୍ବାରରେ ପ୍ରସ୍ଥାନ କରିବେ ଭକ୍ତ।
Headlines 09- ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରିବ। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଇଂଲଣ୍ଡ ନିଜ ଦଳ ଘୋଷଣା କରିଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ଇଭେଣ୍ଟ ଏକ ହାଇବ୍ରିଡ ମଡେଲରେ ଫେବ୍ରୁଆରୀ ଏବଂ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କିନ୍ତୁ ଭାରତ ଗସ୍ତ ଏବଂ ଚାମ୍ପିଅନ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ଇଂଲଣ୍ଡ ନିଜ ଦଳ ଘୋଷଣା କରିଛି। ଜୋସ୍ ବଟଲରଙ୍କୁ ଦଳର ଅଧିନାୟକ ନଜର ଆସିବେ। ଏହା ବ୍ୟତୀତ ଜୋ ରୁଟ୍ ମଧ୍ୟ ଦଳକୁ ଫେରିଛନ୍ତି।
Headlines 10- ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିଛି କିନ୍ତୁ କିଛି ଜିଲ୍ଲାରେ କୋହଲା ପାଗ ରହିଛି । ଦକ୍ଷିଣ ଉପକୂଳର କିଛି ସ୍ଥାନରେ ଆଜି ବର୍ଷା ହେବ ବୋଲି କୁହାଯାଇଛି । କିନ୍ତୁ ପୁଣି ଦୁଇଦିନ ପରେ ରାଜ୍ୟରେ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଆଜି ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, ଡିସେମ୍ୱର ୨୪ ତାରିଖରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି ।
Also Read- Lucky Zodiac Sign: ୨୩ ଡିସେମ୍ୱରରେ ସୌଭାଗ୍ୟ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ
Also Read- Mouth Ulcer Home Remedy: ପାଟିରେ ଘା' ହୋଇଛି କି ? କରନ୍ତୁ ଏହି ଘରୋଇ ଉପଚାର