ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!
Advertisement
Article Detail0/zeeodisha/odisha1240088

ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!

ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ କେଶ, ନଖ ଏବଂ ଦାଢ଼ି କାଟିବା ନିଷେଧ କରାଯାଇଛି । ବାସ୍ତୁ ଅନୁସାରେ ଏହା ବ୍ୟକ୍ତିଙ୍କ ଉପରେ ଋଣ ବୋଝ ଆଣିପାରେ । ଏପରି ପରିସ୍ଥିତିରେ ଅର୍ଥର ଅଭାବ ହୋଇପାରେ ।

ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!

ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ କିଛି କାମ କରିବାକୁ ନିଷେଧ କରାଯାଇଛି । କୁହାଯାଏ ଯେ ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କେଉଁ କାମ କରିବାରୁ ଦୂରେଇ ରଖିବା ଆବଶ୍ୟକ ।

୧. କେଶ, ଦାଢ଼ ଏବଂ ନଖ କାଟିବା 

ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ କେଶ, ନଖ ଏବଂ ଦାଢ଼ି କାଟିବା ନିଷେଧ କରାଯାଇଛି । ବାସ୍ତୁ ଅନୁସାରେ ଏହା ବ୍ୟକ୍ତିଙ୍କ ଉପରେ ଋଣ ବୋଝ ଆଣିପାରେ । ଏପରି ପରିସ୍ଥିତିରେ ଅର୍ଥର ଅଭାବ ହୋଇପାରେ ।

୨. ଅନ୍ତିମ ସଂସ୍କାର

ଗରୁଡ ପୁରାଣ ଅନୁସାରେ, ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରିବା ନିଷେଧ କରାଯାଇଛି । ମନେ କରାଯାଏ ଯେ ଏହି ସମୟରେ ଅନ୍ତିମ ସଂସ୍କାର କରିବାରୁ ମୃତ ବ୍ୟକ୍ତିଙ୍କୁ ପରଲୋକରେ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ । ଏହା ବ୍ୟତୀତ ପରବର୍ତ୍ତୀ ଜନ୍ମରେ ସେମାନଙ୍କର ଶରୀରର କୌଣସି ଅଙ୍ଗରେ ତ୍ରୁଟି ରହିପାରେ । ତେଣୁ ସୂର୍ଯ୍ୟ ଅସ୍ତ ହେବା ପରେ ଶବଦାହ କରିବା ଉଚିତ ନୁହେଁ ।

୩. ଗଛ ଲତାକୁ ପାଣି ଦେବା କିମ୍ବା ପତ୍ର ଭାଙ୍ଗିବା

ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ଗଛ ଲତାକୁ ଜଳ ଦେବା ଓ ପତ୍ର କାଟିବା ଠାରୁ ଦୂରେଇ ରହିବା ଉଚିତ୍ । କୁହାଯାଏ ସନ୍ଧ୍ୟା ସମୟରେ ଉଦ୍ଭିଦ  ଶୋଇବାକୁ ଯାଆନ୍ତି । ତେଣୁ ସୂର୍ଯ୍ୟାସ୍ତ ପରେ ଭୁଲରେ ବି ଗଛରେ ହାତ ଲଗାଇବା ଉଚିତ୍ ନୁହେଁ ।

୪. ସ୍ନାନ କରିବା

ଅନେକ ଲୋକଙ୍କର ସକାଳ ଓ ସନ୍ଧ୍ୟାରେ ଦୁଇଥର ଗାଧୋଇବାର ଅଭ୍ୟାସ ଅଛି । କିନ୍ତୁ ଏପରି କରିବା ଉଚିତ୍ ନୁହେଁ । ଏହା ଜୀବନରେ ଦୁର୍ଭାଗ୍ୟ ଆଣିପାରେ । ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସନ୍ଧ୍ୟାରେ ଗାଧୋଉଛନ୍ତି, ତେବେ କପାଳରେ ତିଲକ ଲଗାଇବା ଉଚିତ୍ ନୁହେଁ ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଚଳିତ ମାସରେ ପୁଣି ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କୁ ନେଇ ଶିବସେନା ଦେଲା ବଡ଼ ବୟାନ, କହିଲା-କ୍ଷମତା ମିଳିଯାଇଛି, କିନ୍ତୁ..

ଏହା ବି ପଢ଼ନ୍ତୁ:-ଦେବେନ୍ଦ୍ର ଫଡନାଭିସଙ୍କୁ କାହିଁକି କରାଗଲା ଉପମୁଖ୍ୟମନ୍ତ୍ରୀ? କାରଣ କହିଲେ ଅମିତ ଶାହ

 

୫. ଦହିର ସେବନ

ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ ଦହି ଖାଇବା ନିଷେଧ କରାଯାଇଛି । ବାସ୍ତବରେ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏହା ସହିତ ସୂର୍ଯ୍ୟାସ୍ତ ପରେ କାହାକୁ ଦହି ଦେବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ ।