ଏପରି କଲେ ଓଜନ କମାଇବା ପାଇଁ ଆପଣଙ୍କ କଠିନ ପରିଶ୍ରମ ହେବ ମୂଲ୍ୟହୀନ, ବୃଦ୍ଧି ପାଇବ ଓଜନ
Advertisement

ଏପରି କଲେ ଓଜନ କମାଇବା ପାଇଁ ଆପଣଙ୍କ କଠିନ ପରିଶ୍ରମ ହେବ ମୂଲ୍ୟହୀନ, ବୃଦ୍ଧି ପାଇବ ଓଜନ

 ଆମେ ଆପଣଙ୍କୁ ୱେଟ ଲସ୍ ମିସ୍ଟେକ ବିଷୟରେ ଜଣାଉଛୁ। ଯେଉଁ ଗୁଡ଼ିକ ପ୍ରତି ଆପଣଙ୍କ ଅଣଦେଖା ଆପଣଙ୍କ କଠିନ ପରିଶ୍ରମକୁ ନଷ୍ଟ କରିଦେଇପାରେ ।

ଏପରି କଲେ ଓଜନ କମାଇବା ପାଇଁ ଆପଣଙ୍କ କଠିନ ପରିଶ୍ରମ ହେବ ମୂଲ୍ୟହୀନ, ବୃଦ୍ଧି ପାଇବ ଓଜନ

ଓଜନ ହ୍ରାସ ପାଇଁ କେବଳ ବ୍ୟାୟାମ କରିବା ଯଥେଷ୍ଟ ନୁହେଁ, ଉପଯୁକ୍ତ ଖାଦ୍ୟ ସହିତ ନିଜ ଲାଇଫଷ୍ଟାଇଲ ଅନୁସରଣ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶରୀରକୁ ସକ୍ରିୟ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ ଆବଶ୍ୟକ। ଏହା ଆପଣଙ୍କ ମାଂସପେଶୀ ଏବଂ ହାଡକୁ ମଜବୁତ କରିଥାଏ। ଏହା ଆପଣଙ୍କ ସ୍ମରଣ ଶକ୍ତିକୁ ବଢ଼ାଇବା ସହିତ ହୃଦରୋଗ ଆଶଙ୍କା କମାଇଥାଏ। କିନ୍ତୁ କେବଳ ଦୈନିକ ବ୍ୟାୟାମ ଓଜନ ହ୍ରାସ ପାଇଁ ଯଥେଷ୍ଟ ନୁହେଁ। ଉପଯୁକ୍ତ କ୍ୟାଲୋରୀଯୁକ୍ତ ହାଲକା ଖାଦ୍ୟ ସହିତ କିଛି ଏକ୍ସରସାଇଜ ବେସିକକୁ ମଧ୍ୟ ଗ୍ରହଣ କରିବା ଆବଶ୍ୟକ।  ଆମେ ଆପଣଙ୍କୁ ୱେଟ ଲସ୍ ମିସ୍ଟେକ ବିଷୟରେ ଜଣାଉଛୁ। ଯେଉଁ ଗୁଡ଼ିକ ପ୍ରତି ଆପଣଙ୍କ ଅଣଦେଖା ଆପଣଙ୍କ କଠିନ ପରିଶ୍ରମକୁ ନଷ୍ଟ କରିଦେଇପାରେ ।

ପ୍ରଥମ ଭୁଲ: ଏକ୍ସରସାଇଜ ସ୍କିପ୍
ଏରୋବିକ, ଷ୍ଟ୍ରେଚିଂ ଏକ୍ସରସାଇସ କିଛି ଦିନ ସ୍କିପ୍ କରିବା ପରେ ଶରୀର ଖୁବଶୀଘ୍ର ପୂର୍ବାବସ୍ଥାକୁ ଫେରିଯାଇଥାଏ । ବଡି ବାଲାନ୍ସ ପାଇଁ ଦୈନିକ ବ୍ୟାୟାମ ଅତ୍ୟନ୍ତ ପ୍ରଭାବଶାଳୀ । ଏହାସହିତ ଆପଣ ଦୈନିକ ଯୋଗାସନ ଅଭ୍ୟାସ କରି ମଧ୍ୟ ଶରୀରର ଓଜନ ହ୍ରାସ କରିପାରିବେ। କିନ୍ତୁ କିଛିଦିନର ଅଭ୍ୟାସ ପରେ ଯୋଗ କିମ୍ବା ଏକ୍ସରସାଇଜକୁ ସ୍କିପ୍ କଲେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଯାହା ଆପଣଙ୍କ ଓଜନ ହ୍ରାସ ଲକ୍ଷ୍ୟ ଉପରେ ପାଣି ପକାଇ ଦେଇଥାଏ ।  

ଦ୍ୱିତୀୟ ଭୁଲ: ଆଳସ୍ୟ
ଆପଣ ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଆଳସ୍ୟକୁ ତ୍ୟାଗ କରିବା ଜରୁରୀ ଅଟେ । ପ୍ରତିଦିନ ଶାରୀରିକ କାର୍ଯ୍ୟକଳାପରେ ସକ୍ରିୟ ରହିବା ଦ୍ୱାରା, ଶରୀର ଓଜନ ବୃଦ୍ଧି ପାଇନଥାଏ । କିନ୍ତୁ, ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସବୁଦିନ ସମାନ ଏକ୍ସରସାଇଜ ନକରି ଭିନ୍ନ ଭିନ୍ନ ବ୍ୟାୟାମ କରିପାରନ୍ତି ।

ତୃତୀୟ ଭୁଲ: ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ
ଯେତେବେଳେ ଆପଣ ଦିନଚର୍ଯାରେ ବ୍ୟାୟାମକୁ ସ୍ଥାନିତ କରିନିଅ,  ଅଧିକ ଭୋକିଲା ଅନୁଭବ କରିବା ସ୍ୱାଭାବିକ । ବିଶେଷକରି ଯଦି ଆପଣ ପ୍ରତିଦିନ ବ୍ୟାୟାମ କରନ୍ତି, ତେବେ ହଜମ ପ୍ରକିୟା ଦ୍ରୁତ ହେବା କାରଣରୁ ଅଧିକ ଖାଦ୍ୟ ଆବଶ୍ୟକ ହୋଇଥାଏ । କିନ୍ତୁ ଯଦି ଆପଣ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତି ଏହା ଆପଣଙ୍କ ଶରୀରର ଓଜନ କମାଇବା ପରିବର୍ତ୍ତେ ବୃଦ୍ଧି କରିବା ଆଶଙ୍କା ରହିଛି । ଯଦି ଆପଣ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଆପଣ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ତ୍ୟାଗ କରିବା ଆବଶ୍ୟକ । ସନ୍ତୁଳିତ ଆହାର ହିଁ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏକଥା ମନେରଖନ୍ତୁ ।

ଚତୁର୍ଥ ଭୁଲ: ଅଧିକ ସପ୍ଲିମେଣ୍ଟ
ଯଦି ଆପଣ ବ୍ୟାୟାମ ସମୟରେ ଆକ୍ଟିଭ ରହିବା ପାଇଁ ସ୍ପୋର୍ଟ୍ସ ପାନୀୟ ବ୍ୟବହାର କରୁଥାନ୍ତି, ଏହା ଆପଣଙ୍କ ଶରୀରର ଓଜନ କମାଇବା ବଦଳରେ ବୃଦ୍ଧି କରିବା ଆଶଙ୍କା ରହିଛି। ଆଥଲେଟଙ୍କ ପାଇଁ କ୍ରୀଡା ପାନୀୟର ଆବଶ୍ୟକତା ରହିଛି କିନ୍ତୁ ଅଧିକ ଓଜନ ଶରୀର ପାଇଁ ଏହାର ଆବଶ୍ୟକତା ପ୍ରାୟତଃ ନଥାଏ। ଯଦି ଆପଣ ଖୁବଶୀଘ୍ର ମସଲ୍ସ ବନାଇବା ପାଇଁ ସପ୍ଲେମେଣ୍ଟ୍ସ ନେଉଛନ୍ତ ଏହା ଆପଣଙ୍କ ପାଇଁ ବୁମେରାଂ ସଦୃଶ ହୋଇପାରେ।