Gajlaxmi Rajyog: ଦୀର୍ଘ ଦଶନ୍ଧି ପରେ ପଡ଼ୁଛ ମହାସଂଯୋଗ, ଏହି ରାଶିଙ୍କର ଶେଷ ହେବ ଶନୀ ସାଢେସତୀ,ବର୍ଷିବ ଧନଧାନ୍ୟ
Advertisement
Article Detail0/zeeodisha/odisha1681634

Gajlaxmi Rajyog: ଦୀର୍ଘ ଦଶନ୍ଧି ପରେ ପଡ଼ୁଛ ମହାସଂଯୋଗ, ଏହି ରାଶିଙ୍କର ଶେଷ ହେବ ଶନୀ ସାଢେସତୀ,ବର୍ଷିବ ଧନଧାନ୍ୟ

Gajlaxmi Rajyog News In Odia:ଯେତେବେଳେ ବି ଗ୍ରହର ସ୍ଥିତି ଏବଂ ନକ୍ଷତ୍ରଗୁଡ଼ିକରେ ପରିବର୍ତ୍ତନ ଆସେ, ଜ୍ୟୋତିଷ ଶାସ୍ତ୍ରରେ ସେମାନଙ୍କର ବିଶେଷ ମହତ୍ତ୍ବ ରହିଥାଏ। ସେହିଭଳି ଯେତେବେଳେ ଗ୍ରହମାନେ ଏକ ରାଶିରୁ (zodiac signs) ଅନ୍ୟଏକ ରାଶିକୁ ଯାଆନ୍ତି । ସେତେବେଳେ କିଛି ରାଶିରେ ବାରାଟ ପରିବର୍ତ୍ତନ ଆସେ। ଗତ ମାସ ୨୨ ତାରିଖରୁ ଗଜଲକ୍ଷ୍ମୀ ରାଜଯୋଗ(Gajlaxmi Rajyog) ଆରମ୍ଭ ହୋଇଛି । ଫଳସ୍ୱରୂପ ଏହି ୪ ରାଶିରୁ ଶନୀ ସାଢେସତୀରୁ ଆଜିଠୁ ମୁକ୍ତି ପାଇଛନ୍ତି। ତେବେ ଆସନ୍ତୁ ଜାଣିବା ଗଜଲକ୍ଷ୍ମୀ ରାଜଯୋଗ କାରଣରୁ କେଉଁ ରାଶି ଗୁଡିକରେ ଭାଗ୍ୟ ଚମକିବାକୁ ଯାଇଛି।

Gajlaxmi Rajyog: ଦୀର୍ଘ ଦଶନ୍ଧି ପରେ ପଡ଼ୁଛ ମହାସଂଯୋଗ, ଏହି ରାଶିଙ୍କର ଶେଷ ହେବ ଶନୀ ସାଢେସତୀ,ବର୍ଷିବ ଧନଧାନ୍ୟ

Gajlaxmi Rajyog News In Odia: ରାଶି(zodiac signs) ଗୁଡିକରେ ଗ୍ରହ ନକ୍ଷେତ୍ରର ସ୍ଥିତି ଆପଣଙ୍କ ଭାଗ୍ୟରେ ଢେର ସାରା ପରିବର୍ତ୍ତନ ଆଣେ ।  ଯେତେବେଳେ ବି ଗ୍ରହର ସ୍ଥିତି ଏବଂ ନକ୍ଷତ୍ରଗୁଡ଼ିକରେ ପରିବର୍ତ୍ତନ ଆସେ, ଜ୍ୟୋତିଷ ଶାସ୍ତ୍ରରେ ସେମାନଙ୍କର ବିଶେଷ ମହତ୍ତ୍ବ ରହିଥାଏ। ସେହିଭଳି ଯେତେବେଳେ ଗ୍ରହମାନେ ଏକ ରାଶିରୁ (zodiac signs)  ଅନ୍ୟଏକ ରାଶିକୁ ଯାଆନ୍ତି । ଗ୍ରହ ମାନଙ୍କର ରାଶିରେ ପ୍ରଭାବ ଯୋଗୁଁ ରାଶି ଗୁଡିକରେ ରାଜଯୋଗ ସୃଷ୍ଟି ହୁଏ । ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ୩୨ ରାଜଯୋଗ ରହିଛି । ଯେଉଁଥିରୁ ଗତ ମାସ ୨୨ ତାରିଖରୁ ଗଜଲକ୍ଷ୍ମୀ ରାଜଯୋଗ(Gajlaxmi Rajyog) ଆରମ୍ଭ  ହୋଇଛି । ଫଳସ୍ୱରୂପ ଏହି ୪ ରାଶିରୁ ଶନୀ ସାଢେସତୀରୁ ଆଜିଠୁ ମୁକ୍ତି ପାଇଛନ୍ତି। ଦିର୍ଘ ଅଢେଇ ବର୍ଷ ପରେ  ଏହି ମହାସଂଯୋଗ ୪ ରାଶିରେ(4 zodiac signs) ପଡିଛି । ଫଳରେ ଏହି ୪ ରାଶିରେ ଭାଗ୍ୟରେ ଆଜିଠୁ ବିରାଟ ପରିବର୍ତ୍ତନ ହେବ । ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବା ସହ ନୂଆ ଚାକିରୀ ଓ ପଦୋନ୍ନତି ମଧ୍ୟ ମିଳିବାକୁ ଯାଉଛି । 

ତେବେ ଆସନ୍ତୁ ଜାଣିବା ଗଜଲକ୍ଷ୍ମୀ ରାଜଯୋଗ କାରଣରୁ କେଉଁ ରାଶି ଗୁଡିକରେ ଭାଗ୍ୟ ଚମକିବାକୁ ଯାଇଛି:

ମିଥୁନ: ମିଥୁନ ରାଶିରେ ବୃହସ୍ପତି ଏକାଦଶ ଘରେ ରହିଛି । ଏ-ହି କାରଣରୁ ମିଥୁନ ରାଶିରେ ଗଜଲକ୍ଷ୍ମୀ ରାଜଯୋଗ (Gajlaxmi Rajyog) ସୃଷ୍ଟି ହୋଇଛି । ଫଳରେ ଏହି ରାଶିର ଲୋକମାନଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବାକୁ ଯାଉଛି । ଗଜଲକ୍ଷ୍ମୀ ରାଜଯୋଗ କାରଣରୁ (Gajlaxmi Rajyog) ଏହି ରାଶିର ବ୍ୟକ୍ତିମାନଙ୍କୁ ନୂଆ ଚାକିରୀ ସାଙ୍ଗକୁ ପଦୋନ୍ନତି ମିଳିବାର ସମ୍ଭାବନା ମଧ୍ୟ ରହିଛି । କେବଳ ସେତିକି ନୁହେଁ,  ବିବାହ ପାଇଁ ଏକ ଶୁଭ ମୁହୂର୍ତ୍ତ ମଧ୍ୟ ଏହି ରାଶିର ଲୋକଙ୍କ ପାଇଁ ଆସିଛି । ଏହି ସମୟରେ ଆପଣ ନୂଆ ବ୍ୟବସାୟ ଆରମ୍ଭ କଲେ  ଆଶାନୁରୂପକ ଫଳ ମଧ୍ୟ ଆପଣଙ୍କୁ ମିଳିବ । 

Also Read: Cyclone: ୯ରେ ବାତ୍ୟା ସମ୍ଭାବନା! ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ, ଜାଣନ୍ତୁ ଓଡି଼ଶା ଉପରେ କେମିତି ରହିବ ପ୍ରଭାବ?

Also Read: Mahadhan Rajyog 2023: ଆଜିଠୁ ଏହି ତିନି ରାଶିରେ ଲାଗିଲା ଲଟେରୀ, ନୂଆ ଚାକିରି ସାଙ୍ଗକୁ ମିଳିବ ପୁଳା ପୁଳା ଟଙ୍କା!

କର୍କଟ: କର୍କଟ ରାଶିର ଲୋକଙ୍କ ପାଇଁ ଏହା ଏକ ଶୁଭ ସମୟ କହିଲେ ଅତୃକ୍ତି ହେବ ନାହିଁ । ଏହି ସମୟରେ ଆପଣଙ୍କୁ ସରକାରୀ ଚାକିରୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଗଜଲକ୍ଷ୍ମୀ ରାଜାଯୋଗ  (Gajlaxmi Rajyog) କାରଣରୁ, କ୍ୟାରିୟରରେ ଆପଣଙ୍କୁ ନୂଆ ଏକ ଦାୟିତ୍ବ ମିଳିପାରେ। ଏହା ସହ ଆପଣଙ୍କର ଦିର୍ଘ ଦିନ ଧରି ଅଟକି ରହିଥିବା ପଦୋନ୍ନତି ମଧ୍ୟ ହୋଇପାରେ। କେବେଳେ ସେତିକି ନୁହେଁ, ହଠାତ୍ କେଉଁ ଆଡୁ ଆପଣଙ୍କୁ ଅର୍ଥପ୍ରାପ୍ତି ହେବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ନିଜ ବ୍ୟବସାୟରେ ବିପୁଳ ସଫଳତା ପାଇବାକୁ ଯାଉଛନ୍ତି । ଏହି ସମୟରେ ଆପଣ ନୂଆ ଯୋଜନା ବା ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ। ଯାହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । 

ତୁଳା: ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସମୟ । ଗଜଲକ୍ଷ୍ମୀ ରାଜାଯୋଗ (Gajlaxmi Rajyog)  କାରଣରୁ, ଏହି ରାଶିର ଲୋକଙ୍କୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ଏବଂ ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି । କୋର୍ଟ କଚେରୀ ମାମଲାରେ ଆପଣଙ୍କ ସପକ୍ଷରେ ରାୟ ଆସିବାର ସମ୍ଭାବନା ରହିଛି । ଏପରିକି ନୂଆ ଚାକିରୀ ଆପଣଙ୍କୁ ମିଳିବାର ଅଧିକ ସମ୍ଭାବନା ରହିଛି । ଏହି ସମୟରେ ଆପଣ ନୂଆ ଘର ଓ ଗାଡି ମଧ୍ୟ କିଣି ପାରିବେ । 

ମୀନ: ଗଜଲକ୍ଷ୍ମୀ ରାଜାଯୋଗ କାରଣରୁ(Gajlaxmi Rajyog) , ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ପାରିବାରିକ ସମ୍ପର୍କରେ ମଧୁରତା ଆସିବ । ଏହି ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ଥିବାରୁ ବିବାହ ପାଇଁ ଭଲ ଯୋଗ ଆରମ୍ଭ ହୋଇଛି ।  ଚାକିରୀ କ୍ଷେତ୍ରରେ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି । ଏହାସହ ନୂତନ ଚାକିରୀ ମଧ୍ୟ ମିଳିପାରେ।

(Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୈଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)