Surya Gochar 2023: ଏହି ୫ଟି ରାଶିରେ ସୁନା କଳସ ଢାଳିବେ ମାଆ ଲକ୍ଷ୍ମୀ, ପଦୋନ୍ନତି ସାଙ୍ଗକୁ ହେବ ଟଙ୍କାର ବର୍ଷା!
Advertisement

Surya Gochar 2023: ଏହି ୫ଟି ରାଶିରେ ସୁନା କଳସ ଢାଳିବେ ମାଆ ଲକ୍ଷ୍ମୀ, ପଦୋନ୍ନତି ସାଙ୍ଗକୁ ହେବ ଟଙ୍କାର ବର୍ଷା!

Surya Gochar 2023 News In Odia: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି । ଏହି ସମୟରେ,ଏହାର ପ୍ରଭାବ ସମସ୍ତ ରାଶି (zodiac signs) ଉପରେ ପଡିଥାଏ । ୧୫ ମେ'ରେ ସୂର୍ଯ୍ୟ ବୃଷ ରାଶିରେ ଚଳନ କରିବାକୁ ଯାଉଛନ୍ତି (Surya Gochar 2023)। ଫଳରେ ଏହି ପାଞ୍ଚ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ । ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Positive Effects of Sun Transit on Zodiac Signs News In Odia: ଗ୍ରହମାନଙ୍କର ରାଜା ହେଉଛନ୍ତି ସୂର୍ଯ୍ୟ ଭଗବାନ(Lord Surya)। ୧୫ ମେ'ରେ ସୂର୍ଯ୍ୟ ବୃଷ ରାଶିରେ ଚଳନ କରିବାକୁ ଯାଉଛନ୍ତି (Surya Gochar 2023)। ବୌଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏହା ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି । ଏହି ସମୟରେ,ଏହାର ପ୍ରଭାବ ସମସ୍ତ ରାଶି (zodiac signs) ଉପରେ ପଡିଥାଏ । ତେବେ, ବୃଷ ରାଶିରେ ସୂର୍ଯ୍ୟଙ୍କ ଚଳନ(Lord Surya) ହେତୁ ଏହି ପାଞ୍ଚ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ । ଏହି ପାଞ୍ଚ ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜବୁତ ହେବା ସହ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର (zodiac signs) ଲୋକଙ୍କ ଉପରେ ସୂର୍ଯ୍ୟ ଭଗବାନ ମେ ୧୫ରୁ ସୁନା କଳସ ଢାଳିବାକୁ ଯାଉଛନ୍ତି। 

ଏହି ସବୁ ରାଶିଙ୍କ ଭାଗ୍ୟ  ମେ' ୧୫ରୁ ସୂର୍ଯ୍ୟ ପରି ଚମକିବ:

ବୃଷ: ବୃଷ ରାଶିରେ ସୂର୍ଯ୍ୟ ଭଗବାନ (Surya Gochar 2023) ମେ'୧୫ରେ ଚଳନ କରିବାକୁ ଯାଉଛନ୍ତି । ଫଳରେ ଏହି ରାଶିର ଭାଗ୍ୟ ସେହି ଦିନ ଠାରୁ ସୂର୍ଯ୍ୟଙ୍କ ପରି ଚମକିବ । କେବଳ ସେତିକି ନୁହେଁ ଆର୍ଥିକ ସ୍ଥିତି ମଜବୁତ ହେବା ସହ ହଠାତ କେଉଁ ଆଡୁ ଅର୍ଥଲାଭର ଯୋଗ ରହିଛି । ନୂଆ ଚାକିରି ମଧ୍ୟ ମିଳିବାର ଏହି ମାସରେ ସମ୍ଭାବନା ରହିଛି । ଏବଂ କାର୍ଯ୍ୟାଳୟରେ ଆପଣଙ୍କୁ ନୂତନ ଦାୟିତ୍ବ ମଧ୍ୟ ମିଳିପାରେ । ଏହା ସହ ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବା ସହ ଆପଣଙ୍କ ଉପରେ ଲକ୍ଷ୍ମୀମାଆଙ୍କ କୃପା ରହିବ । ଏହାସହ ଦିର୍ଘ ଦିନଧରି ଲାଗିଥିବା ସମସ୍ୟା ମଧ୍ୟ ଦୂର ହେବା ସହ ବିବାହର ଯୋଗ ମଧ୍ୟ ଫିଟିଛି । 

ଏହାବି ପଢନ୍ତୁ: Raghav Chaddha Net Worth: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପରିଣିତିଙ୍କ ଭାବି ସ୍ବାମୀ ରାଘବ!

ଏହାବି ପଢନ୍ତୁ: Parineeti and Raghav Engagement: ଆଜି ହେବ ପରିଣୀତି ଓ ରାଘବ ଚଢାଙ୍କ ନିର୍ବନ୍ଧ, ଜାଣନ୍ତୁ କେଉଁଠାରେ ହେବ କାର୍ଯ୍ୟକ୍ରମ

କର୍କଟ: ବୃଷ ରାଶିରେ ସୂର୍ଯ୍ୟ ଭଗବାନ ମେ'୧୫ରେ  (Surya Gochar 2023) ଚଳନ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ କର୍କଟ ରାଶି ଉପରେ ପଡିବାକୁ ଯାଉଛି । ଫଳରେ  ଏହି ରାଶିର ଲୋକଙ୍କ ଭାଗ୍ୟରେ ମଧ୍ୟ ଲଟେରୀ ଲାଗିବ । ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରାପ୍ତ ହେବା ସହ ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। ଆୟ ବୃଦ୍ଧି ହେବ। ଏହି ସମୟରେ ଆପଣ ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ। ଯାହା ଫଳରେ ଆପଣ ଆଶାନୁରୂପକ ଲାଭ ପାଇବେ। ପରିବାରରେ ସୁଖ ସମୃଦ୍ଧି ଲାଭ ହେବା ସହ ପଦୋନ୍ନତିର ଯୋଗ ମଧ୍ୟ ରହିଛି। 

ସିଂହ : ସିଂହ ରାଶିର ଲୋକଙ୍କ ପାଇଁ ଏହି ସମୟ ବେଶ ଅନୁକୂଳ ରହିବ । କ୍ୟାରିୟରେ ଆପଣଙ୍କୁ ବେଶ ଶୁଭଫଳ ମିଳିବ । ଅର୍ଥାତ ନୂତନ ଚାକିରି ପାଇବାର ସମ୍ଭାବନା ରହିଛି । ଏହି ସମୟରେ ଆପଣଙ୍କର ଆୟ ବୃଦ୍ଧି ହେବ।  ବିବାହ ପାଇଁ ରାଜଯୋଗ ମଧ୍ୟ ସୃଷ୍ଟି ହୋଇଛି ।  ପ୍ରେମ ଜନିତ ଜୀବନରେ ସାଥୀଙ୍କ ପୁରା ସମର୍ଥନ ପାଇବେ। ଏବଂ ବିଦେଶ ଯାତ୍ରାର ମଧ୍ୟ ଯୋଗ ରହିଛି। ସ୍ବାସ୍ଥ୍ୟ ଜନିତ ସମସ୍ୟା କିଛି ଦେଖାଯାଇପାରେ। 

କନ୍ୟା: ବୃଷ ରାଶିରେ ସୂର୍ଯ୍ୟଙ୍କ ଚଳନ ହେତୁ ଏହି ରାଶିର ଲୋକେ ବେଶ ଲାଭବାନ ହେବେ। ବ୍ୟବସାୟୀମାନେ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ। ଏହି ସମୟରେ ସେମାନେ ନୂଆ ଡିଲ୍ ମଧ୍ୟ କରିପାରିବେ। ଯାହା ସେମାନଙ୍କୁ ଫାଇଦା ଦେବ।  ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜବୁତ ହେବା ସହ କ୍ୟାରିୟରରେ ସଫଳତା ମଧ୍ୟ ମିଳିବ। ଏବଂ ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। ଏହି ସମୟରେ ତିର୍ଥସ୍ଥାନର ଭ୍ରମଣ ମଧ୍ୟ ଆପଣ କରିପାରିବେ। 

ଧନୁ: ବୃଷ ରାଶିରେ ସୂର୍ଯ୍ୟ ଭଗବାନ ମେ'୧୫ରେ ଚଳନ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ ଧନୁ ରାଶିରେ ମଧ୍ୟ ଦେଖିବାକୁ  ମିଳିବ ।  ଏହି ସମୟରେ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ ।  ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଆପଣ ଫେରସ୍ତ ପାଇବେ। ବ୍ୟାଙ୍କରୁ ନେଇଥିବା ଋଣ ମଧ୍ୟ ଆପଣ ପରିଶୋଧ କରିପାରିବେ।  କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷାରେ ସଫଳତା ପାଇବେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)