Shani Upay: ଶନିବାର ଦିନ କରନ୍ତୁ କେବଳ ଏହି ୫ଟି କାମ, ଦୂର ହେବ ଶନିଦଶା ମାଡ଼ିଯିବ ଧନସମୃଦ୍ଧି!
Advertisement

Shani Upay: ଶନିବାର ଦିନ କରନ୍ତୁ କେବଳ ଏହି ୫ଟି କାମ, ଦୂର ହେବ ଶନିଦଶା ମାଡ଼ିଯିବ ଧନସମୃଦ୍ଧି!

Shani Upay News In Odia: ଶନିଦେବଙ୍କୁ ପୂଜା କରିବା ପାଇଁ ଶନିବାର ସବୁଠୁ ଭଲ ଦିନ ବୋଲି ଗଣାଯାଇଥାଏ । ଶନିଦେବଙ୍କୁ(lord shani) ନ୍ୟାୟର ଦେବତା ବୋଲି କୁହାଯାଏ। ସୂର୍ଯ୍ୟଙ୍କ ପୁଅ ଶନି କର୍ମ ଅନୁସାରେ,ମଣିଷକୁ ତାର ଭଲ ଓ ଖରାପ ଫଳ ପ୍ରଦାନ କରନ୍ତି । ଯଦି ଜଣେ ବ୍ୟକ୍ତିଙ୍କ ରାଶିରେ ଶନି ଚଳନ କରନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Shani Upay News In Odia: ଶନିଦେବଙ୍କୁ ପୂଜା କରିବା ପାଇଁ ଶନିବାର ସବୁଠୁ ଭଲ ଦିନ ବୋଲି ଗଣାଯାଇଥାଏ । ଶନିଦେବଙ୍କୁ(lord shani) ନ୍ୟାୟର ଦେବତା ବୋଲି କୁହାଯାଏ। ସୂର୍ଯ୍ୟଙ୍କ ପୁଅ ଶନି କର୍ମ ଅନୁସାରେ,ମଣିଷକୁ ତାର ଭଲ ଓ ଖରାପ ଫଳ ପ୍ରଦାନ କରନ୍ତି ।  ଯଦି ଜଣେ ବ୍ୟକ୍ତିଙ୍କ ରାଶିରେ ଶନି ଚଳନ କରନ୍ତି । ତେବେ, ସେହି ବ୍ୟକ୍ତିଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ସଫଳତା ପାଇବାତ ଦୂରର କଥା ,ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଇଥାଏ । ସେଥିପାଇଁ କିଛି ସରଳ ଉପାୟ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଏହି ସରଳ ଉପାୟ ଅବଲମ୍ବନ କରିବା ଦ୍ବାରା ଶନି ଆପଣଙ୍କ ରାଶିରେ ରହିଲେ ମଧ୍ୟ କୌଣସି ପ୍ରକାର ସମସ୍ୟା ହେବ ନାହିଁ (shani upay easy remedies)। ବରଂ ଶନିଦେବଙ୍କ ଆର୍ଶିବାଦ ଆପଣଙ୍କୁ ପ୍ରାପ୍ତ ହେବ। 

ହନୁମାନ ଚାଲିସା ପାଠ କରନ୍ତୁ : ଶନିଙ୍କ (lord shani) କୋପରୁ ରକ୍ଷା ପାଇବା ପାଇଁ ଆପଣ ଖାସ୍ କରି ଶନିବାର ଦିନ ହନୁମାନ ଚାଳିସା ପାଠ କରନ୍ତୁ । ଯଦି ଆପଣଙ୍କ ରାଶିରେ ସାଢେ ଶନି ଅଛନ୍ତି ଅର୍ଥାତ୍ ଆପଣଙ୍କ ଉପରେ ଶନିଙ୍କ କୋପ ରହିଛି । ତେବେ,ପ୍ରତ୍ୟକ ଶନିବାର ପ୍ରାତଃ ସମୟରେ ହନୁମାନ ଚାଳିସା ପାଠ କଲେ ଶନିଙ୍କ କୋପ ଆପଣଙ୍କ ଉପରୁ ଦୂର ହୋଇଯିବ । 

Also Read: Lunar Eclipse: ବୁଦ୍ଧ ପୂର୍ଣ୍ଣିମା ଦିନ ଲାଗିବ ପ୍ରଥମ ଚନ୍ଦ୍ର ଗ୍ରହଣ: ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ, ମାଡ଼ି ଆସିବ ବଡ଼ ବିପତ୍ତି

Also Read: Angul Road Accident: ଖେଳୁଥିବା ବେଳେ ଶିଶୁଙ୍କ ଉପରେ ମାଡିଗଲା କାର୍, ଘଟଣାସ୍ଥଳରେ ତିନି ମୃତ

ଶନି ମନ୍ତ୍ର ଜପ କରନ୍ତୁ  : ଓଁ ପ୍ରାଂ ପ୍ରିଂ ପ୍ରୌଂ ସଃ ଶନୀଶ୍ଚରାୟ ନମଃ ।  ଏହି ମନ୍ତ୍ର ଖାସ୍ କରି ଶନିବାର ଦିନ ସ୍ନାନ କରି ଠାକୁର ପୂଜା ପରେ ଏହି ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ବାରା ଶନିଦଶା ଦୂର ବା ଶନିଙ୍କ (shani)କୋପ ଆପଣଙ୍କ ଉପରୁ ଦୂର ହୋଇଯିବ। 

ତେଲ ଏବଂ ରାଶି ଦାନ କରନ୍ତୁ: ସେହିପରି ଶନିବାର ଦିନ, ଶନିଦେବଙ୍କ ମନ୍ଦିରରେ ଆପଣ ତେଲ ବା ରାଶି ଚଢାନ୍ତୁ । ଶନିଦେବଙ୍କର ଅତିପ୍ରିୟ ହେଉଛି ରାଶି । ବିଶ୍ୱାସ କରାଯାଏ ଯେ, ଏହି ଜିନିଷଗୁଡିକ ଦାନ କରିବା ଦ୍ୱାରା ଶନିଗ୍ରହ ଶାନ୍ତ ହୋଇଥାନ୍ତି। ଏବଂ ଜଣେ ଶନି ଦେବଙ୍କ ଆଶୀର୍ବାଦ ପାଇଥାଏ । ଶାସ୍ତ୍ର ଅନୁଯାୟୀ,ଶନିବାର ଦିନ,ଦାନ କରିବା ଦ୍ବାରା ଜଣେ ବ୍ୟକ୍ତିର ବିଭିନ୍ନ ସମସ୍ୟା ଦୂର ହୋଇଥାଏ 

ଦୁଦୁରା ଗଛର ଚେର ଧାରଣ କରନ୍ତୁ: ଶନିଙ୍କ ଆର୍ଶିବାଦ ପାଇବା ପାଇଁ ଆପଣ, ଦୁଦୁରା ଗଛର ମୂଳ ଚେରକୁ ଆଣି ହସ୍ତରେ ଧାରଣ କରିପାରିବେ। ଶନିବାର ଦିନ ସ୍ନାନ ପରେ , ସକାଳୁ ଦୁଦୁରା ଗଛର ଚେରର ମୂଳକୁ ବେକ କିମ୍ବା ବାମ ହାତରେ ଧାରଣ କରିପାରିବେ। ଶନିବାର ସକାଳ ସମୟ କିମ୍ବା ଶନି ନକ୍ଷତ୍ରରେ ଏହି ଗଛର ମୂଳ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ।

ସାତ ମୁଖୀ ରୁଦ୍ରାକ୍ଷ ମାଳା ଧାରଣ କରନ୍ତୁ: ସେହିପରି ଶନିଙ୍କ କୋପରୁ ନିଜକୁ ରକ୍ଷା କରିବାର ଆଉ ଏକ ସରଳ ଉପାୟ ହେଉଛି ସାତ ମୁଖୀ ରୁଦ୍ରାକ୍ଷ ମାଳା ଧାରଣ କରିବା। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସାତ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ଦ୍ବାରା ଶନିଦେବଙ୍କ କୃଷା ସହଜରେ ପ୍ରାପ୍ତ ହୋଇଥାଏ। ଏବଂ ଶନିଦଶା କଟିଥାଏ । ସୋମବାର କିମ୍ବା ଶନିବାର ଦିନ ଗଙ୍ଗା ପାଣିରେ ଧୋଇବା ପରେ ଏହି ସା ମୁଖି ରୁଦ୍ରାକ୍ଷ ପିନ୍ଧିବା ଦ୍ବାରା ଶାନିଙ୍କ କୋପରୁ ମୁକ୍ତି ପାଇବା ସହ ସୁଖ ସମୃଦ୍ଧି ଓ ଧନଧାନ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)