Sawan Purnima 2023: ଦୀର୍ଘ ଦଶନ୍ଧି ପରେ ଶ୍ରାବଣ ପୂର୍ଣ୍ଣିମାରେ ପଡୁଛି ଦୁର୍ଲଭ ସଂଯୋଗ, ଏହି ଛୋଟ ଭୁଲ୍ ନର୍କ କରିଦେବ ଜୀବନ!
Advertisement
Article Detail0/zeeodisha/odisha1803158

Sawan Purnima 2023: ଦୀର୍ଘ ଦଶନ୍ଧି ପରେ ଶ୍ରାବଣ ପୂର୍ଣ୍ଣିମାରେ ପଡୁଛି ଦୁର୍ଲଭ ସଂଯୋଗ, ଏହି ଛୋଟ ଭୁଲ୍ ନର୍କ କରିଦେବ ଜୀବନ!

Sawan Purnima: ଶ୍ରାବଣ ପରି ପବିତ୍ର ମାସରେ ଲୋକେ ପୂଜାର୍ଚ୍ଚନା, ଦାନ ଧର୍ମ କରିବା ଲାଗି ଦୁଇଗୁଣ ସୁଯୋଗ ପାଇବେ । ଚଳିତ ବର୍ଷ ଶ୍ରାବଣ ପୂର୍ଣ୍ଣିମା ବେଶ ସ୍ବତନ୍ତ୍ର ହୋଇଥିବା ବେଳେ ଏହି ସମୟରେ ଦୁର୍ଲଭ ସଂଯୋଗ ଘଟିବାକୁ ଯାଉଛି ।

ସୌ(ସୋସିଆଲ ମିଡିଆ)

Sawan Purnima 2023: ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବେଶ ମହତ୍ବ ରହିଛି । ଏହି ମାସରେ ପଡୁଥିବା କିଛି ତିଥି ଅତ୍ୟନ୍ତ ଶୁଭ ହୋଇଥାଏ । ଏଇ ଯେମିତି- ମାସିକ ଶିବରାତ୍ରୀ, ପ୍ରଦୋଷ ବତ୍ର, ଶ୍ରାବଣ ପୂର୍ଣ୍ଣିମା ଓ ଶ୍ରାବଣ ଅମବାସ୍ୟା ଇତ୍ୟାଦି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ହୋଇଥିବାରୁ ଏହି ବର୍ଷ ୨ଟି ପୂର୍ଣ୍ଣିମା ଓ ଦୁଇଟି ଅମବାସ୍ୟା ପଡୁଛି । ଏହି କାରଣରୁ, ଶ୍ରାବଣ ପରି ପବିତ୍ର ମାସରେ ଲୋକେ ପୂଜାର୍ଚ୍ଚନା, ଦାନ ଧର୍ମ କରିବା ଲାଗି ଦୁଇଗୁଣ ସୁଯୋଗ ପାଇବେ । ଚଳିତ ବର୍ଷ ଶ୍ରାବଣ ପୂର୍ଣ୍ଣିମା (Sawan Purnima) ବେଶ ସ୍ବତନ୍ତ୍ର ହୋଇଥିବା ବେଳେ ଏହି ସମୟରେ ଦୁର୍ଲଭ ସଂଯୋଗ ଘଟିବାକୁ ଯାଉଛି ।

ଶ୍ରାବଣ ପୂର୍ଣ୍ଣିମା ତିଥି

ଯୋଡ଼ା ଶ୍ରାବଣ ଆରମ୍ଭ ହୋଇସାରିଥିବା ବେଳେ ଏହା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ଶ୍ରାବଣ ମାସ ୫୯ ଦିନର ଅଟେ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଶ୍ରାବଣ ମାସର ପ୍ରଥମ ପୂର୍ଣ୍ଣିମା ଅଗଷ୍ଟ ୧ ତାରିଖରେ ପଡୁଛି। ଏହା ଭୋର ୫:୨୧ ମିନିଟ୍ ରୁ ଆରମ୍ଭ ହୋଇ ୨ ଅଗଷ୍ଟ ରାତି ୧:୩୧ ମିନିଟରେ ଶେଷ ହେବ । ଉଦୟା ତିଥି ଅନୁଯାୟୀ, ଶ୍ରାବଣ ପୂର୍ଣ୍ଣିମା ୧ ଅଗଷ୍ଟ ଅର୍ଥାତ୍ ମଙ୍ଗଳବାର ପାଳନ କରାଯିବ। ଏହି ପୂର୍ଣ୍ଣିମା ମଙ୍ଗଳବାର ଦିନ ପଡୁଥିବାରୁ ଏହି ଦିନ ମଙ୍ଗଳା ଗୌରୀଙ୍କ ବ୍ରତ ପାଳନ କରାଯିବ।

ଶ୍ରାବଣ ପୂର୍ଣ୍ଣିମା ଶୁଭ ଯୋଗ

ଚଳିତ ଥର ଶ୍ରାବଣ ପୂର୍ଣ୍ଣିମାରେ ମଙ୍ଗଳା ଗୌରୀଙ୍କ ବ୍ରତ ପାଳନ କରାଯିବ । ଏହା ବ୍ୟତୀତ ପୂର୍ଣ୍ଣିମାର ୩ ଦିନ ପରେ ଅନେକ ଶୁଭ ଯୋଗ ମଧ୍ୟ ଗଠନ ହେବାକୁ ଯାଉଛି । ଏଇ ଯେମିତି ପ୍ରୀତି, ଆୟୁଷ୍ମାନ ଓ ଉତ୍ତର ଆଷାଢ ନକ୍ଷତ୍ର ଯୋଗ ।  ଏହି ଯୋଗରେ ପୂଜାପାଠ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ଶ୍ରାବଣ ପୂର୍ଣ୍ଣିମା ଦିନ ଭୁଲରେ ମଧ୍ଯ କରନ୍ତୁ ନାହିଁ ଏହି ସବୁ କାମ

ଶ୍ରାବଣ ପୂର୍ଣ୍ଣିମା ଦିନ ଅନେକ ଶୁଭ ସଂଯୋଗ ଘଟିବାକୁ ଯାଉଛି। ଏହା ବିରଳ ଯୋଗ ଅଟେ । ତେଣୁ, ଶ୍ରାବଣ ପୂର୍ଣ୍ଣିମା ଦିନ ସ୍ନାନ ଓ ଦାନ କରିବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ସମ୍ଭବ, ଏହି ଦିନ ଉପବାସ ସହ ବିଧି ଅନୁଯାୟୀ ପୂଜାପାଠ କରନ୍ତୁ । ପୂର୍ଣ୍ଣିମା ଦିନ କିଛି ଭୁଲ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଏହା ଆପଣଙ୍କ ଜୀବନରେ ଦୁଃଖ, କଷ୍ଟ ଓ ଯନ୍ତ୍ରଣାର କାରଣ ହୋଇପାରେ ।

  • ଶ୍ରାବଣ ପୂର୍ଣ୍ଣିମା ଦିନ ଆମିଷ ଖାଦ୍ୟ ଖାଆନ୍ତୁ ନାହିଁ । ଏହି ଦିନ ରସୁଣ, ପିଆଜ ଓ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ ।
  • ପୂର୍ଣ୍ଣିମା ଦିନ କୌଣସି ଅସହାୟ ବା ଭିକ୍ଷୁଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ । ଏହି ଦିନ ଅସହାୟ ଲୋକଙ୍କୁ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।
  • ଏହି ଦିନ ବିଳମ୍ବ ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ । ଭୋରୁ ଶୀଘ୍ର ଉଠି ସ୍ନାନ କରିବା ପରେ ଭୋଲେନାଥଙ୍କ ସହିତ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।

​Also Read- Horoscope Today 31 July 2023: ଏହି ରାଶିର ଲୋକେ ରୁହନ୍ତୁ ସାବଧାନ୍! ରହିଛି ଧନ ହାନୀ ପ୍ରାଣପୀଡା ଦୁର୍ଯୋଗ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)