Basant Panchami 2023: ମାଆ ସରସ୍ୱତୀଙ୍କୁ ପସନ୍ଦ ହଳଦୀ ରଙ୍ଗ, ଜାଣନ୍ତୁ ଏହା ପଛର କାରଣ
Advertisement

Basant Panchami 2023: ମାଆ ସରସ୍ୱତୀଙ୍କୁ ପସନ୍ଦ ହଳଦୀ ରଙ୍ଗ, ଜାଣନ୍ତୁ ଏହା ପଛର କାରଣ

Basant Panchami 2023: ଜ୍ଞାନ, ବୁଦ୍ଧି, ବିଦ୍ୟା ପ୍ରଦାୟନୀ, ସକଳ ପାଠର ଅଧିକାରିଣୀ ବିଦ୍ୟା ସ୍ୱରୂପା ଦେବୀ ବୀଣାପାଣି, ହଂସବାହିନୀ ଭଗବତୀ, ଭାରତୀଙ୍କ ଆଗମନ। ଦେବୀ ସରସ୍ବତୀଙ୍କ ବନ୍ଦନାର ମନ୍ତ୍ରରେ ପ୍ରକମ୍ପିତ ହେଉଛି ପୁର ପଲ୍ଲୀ । ତେବେ ମଣିଷଙ୍କ ପରି ମାଆ ସରସ୍ୱତୀଙ୍କର ମଧ୍ୟ ରହିଛି ପସନ୍ଦିତା ରଙ୍ଗ । 

ସୌ(ସୋସିଆଲ ମିଡିଆ)

Basant Panchami 2023: ଆଜି ହେଉଛି ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ପୂଜା । ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ବିହାର ସମେତ ଉତ୍ତର ଭାରତରେ ଏହାକୁ ବସନ୍ତ ପଞ୍ଚମୀ ଭାବେ ପାଳନ କରାଯାଏ  । ବସନ୍ତ ପଞ୍ଚମୀ ବ୍ୟତିତ ଏହା ଶ୍ରୀ ପଞ୍ଚମୀ ଓ ସରସ୍ୱତୀ ପଞ୍ଚମୀ ନାମରେ ମଧ୍ୟ ଜଣାଶୁଣା। ଆଜିର ଦିନରେ ଖଡି଼ ଛୁଆଁଇ ବିଦ୍ଯା ଆରମ୍ଭ କରିଥାଆନ୍ତି ଛୋଟ ପିଲା ।

ଜ୍ଞାନ, ଶିକ୍ଷା, ସଙ୍ଗୀତ, କଳା, ଭାଗ୍ୟର ଦେବୀ ହେଉଛନ୍ତି ମାଆ ସରସ୍ୱତୀ। ବସନ୍ତ ପଞ୍ଚମୀ ବସନ୍ତ ଋତୁ ଆଗମନକୁ  ବୁଝାଇଥାଏ । ଖାଦ୍ୟ, ସାଜସଜ୍ଜା କିମ୍ବା ପୋଷାକ ହେଉ ଏହି ଉତ୍ସବରେ ହଳଦିଆ ଏକ ପ୍ରମୁଖ ରଙ୍ଗ । ବସନ୍ତ ପଞ୍ଚମୀ ସମୟରେ ଦେଶର ଗାଁ ଗହଳିରେ ସୋରିଷ, ଗେଣ୍ତୁ, ହଳଦିଆ ଲିଲି ଆଦି ଫୁଲ ଫୁଟି ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟମୟ କରିଥାଏ । ଯେହେତୁ ହଳଦିଆ ରଙ୍ଗ ସରସ୍ୱତୀ ମାତାଙ୍କ ସହ ସଂଯୁକ୍ତ ଓ ଏହା ଜ୍ଞାନ ଆହୋରଣକୁ ଦର୍ଶାଇଥାଏ, ଏହା ସହ ସୋରିଷ କ୍ଷେତ, ଯାହା ବସନ୍ତର ଆଗମନକୁ ସୂଚାଇ ଥାଏ, ତେଣୁ ଏହି ଦିବସରେ ମାଆ ସରସ୍ୱତୀଙ୍କୁ ହଳଦୀଆ ଫୁଲ ଓ ମିଷ୍ଠାନ୍ନ ସମର୍ପିତ କରାଯାଏ ।

ବିଶ୍ୱାସ କରାଯାଏ ଯେ ବ୍ରହ୍ମାଙ୍କ ପତ୍ନୀ ସରସ୍ୱତୀ ମାଘ ମାସର ପଞ୍ଚମ ଦିନ ବସନ୍ତ ପଞ୍ଚମୀରେ ଜନ୍ମ ଗ୍ରହଣ କରିଥିଲେ ଯାହାକି ଜାନୁଆରୀ କିମ୍ବା ଫେବୃଆରୀ ମାସରେ ପଡିଥାଏ। ଯେହେତୁ ହଳଦିଆ ରଙ୍ଗ ବସନ୍ତ ଋତୁ କିମ୍ବା ବସନ୍ତର ପ୍ରତୀକ ଅଟେ, ଏହାକୁ ବସନ୍ତ ପଞ୍ଚମୀର ରଙ୍ଗ ଭାବେ ଧରାଯାଏ ଓ ମହିଳାମାନେ ମାତା ସରସ୍ୱତୀଙ୍କୁ ସମ୍ମାନ ଦେବା ପାଇଁ ସମାନ ରଙ୍ଗର ପୋଷାକ ପରିଧାନ କରିଥାନ୍ତି ।

Also Read- Vasant Panchami 2023: ସରସ୍ୱତୀ ପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ, ନଚେତ୍...

Also Read-Oscar 2023 ରେସରେ'ନାଟୁନାଟୁ'କୁ ଟକ୍କର ଦେବ ସିଂହଳ ସୁନ୍ଦରୀଙ୍କ ଏହି ଗୀତ

ଦେବୀ ସରସ୍ୱତୀଙ୍କ ପ୍ରିୟ ରଙ୍ଗ ହଳଦିଆ ଅଟେ ଯାହାକି ନୂତନ ସୂର୍ଯ୍ୟର ଉଜ୍ଜ୍ୱଳତା ଓ ଏକ ନୂତନ ଆରମ୍ଭର ପ୍ରତୀକ ଅଟେ । ହଳଦିଆ ରଙ୍ଗ ଶାନ୍ତି ଓ ସମୃଦ୍ଧତାକୁ ବୁଝାଏ, ଏହା ଉତ୍ତମ ସ୍ୱାସ୍ଥ୍ୟର ପ୍ରତୀକ ଏବଂ ନୂତନ ସୂର୍ଯ୍ୟ ଏବଂ ନୂତନ ଜୀବନର ଉଜ୍ଜ୍ୱଳତାକୁ ପ୍ରତିପାଦିତ କରେ । ହଳଦିଆକୁ ବାସନ୍ତୀ କୁହାଯାଏ କାରଣ ଏହା ଦୃଶ୍ୟମାନ ଭାବରେ ବସନ୍ତ ଋତୁ ସହିତ ଜଡିତ, ଏହା ମଧ୍ୟ ହୋଲି ପାଇଁ ମୁଖ୍ୟ ରଙ୍ଗ ଅଟେ ଓ ବସନ୍ତ ପଞ୍ଚମୀ ଏକ ନୂତନ ଋତୁର ଆରମ୍ଭ ହୋଇଥିବାରୁ ଏହାକୁ ଏକ ଶୁଭ ରଙ୍ଗ ଭାବରେ ମଧ୍ୟ ବିବେଚନା କରାଯାଏ ।