RBI Action: ଓଡ଼ିଶା ସମେତ ଏହି ରାଜ୍ୟର ବ୍ୟାଙ୍କଗୁଡିକ ଉପରେ ରିଜର୍ଭ ବ୍ୟାଙ୍କ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1338007

RBI Action: ଓଡ଼ିଶା ସମେତ ଏହି ରାଜ୍ୟର ବ୍ୟାଙ୍କଗୁଡିକ ଉପରେ ରିଜର୍ଭ ବ୍ୟାଙ୍କ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ

RBI Action On Cooperative Banks: ବାଙ୍ଗାଲୁରୁସ୍ଥିତ କର୍ଣ୍ଣାଟକ ଷ୍ଟେଟ୍ କୋଅପରେଟିଭ ଆପେକ୍ସ ବ୍ୟାଙ୍କକୁ ୨୫ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଏହି ବ୍ୟାଙ୍କ “ହାଉସିଂ ଫାଇନାନ୍ସ” ଉପରେ ଆରବିଆଇର ନିର୍ଦ୍ଦେଶ ପାଳନ କରୁନଥିବା ପ୍ରମାଣ ମିଳିଛି। ଗ୍ରାହକ ସୁରକ୍ଷା ଉପରେ ରିଜର୍ଭ ବ୍ୟାଙ୍କ ନିୟମାବଳୀ ଅନୁଯାୟୀ କାର୍ଯ୍ୟ ନକରିବାରୁ ଥାନେ ଭାରତ ସାହକାରି ବ୍ୟାଙ୍କ ଲିମିଟେଡକୁ ୧୫ ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି। 

RBI Action: ଓଡ଼ିଶା ସମେତ ଏହି ରାଜ୍ୟର ବ୍ୟାଙ୍କଗୁଡିକ ଉପରେ ରିଜର୍ଭ ବ୍ୟାଙ୍କ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ

RBI Action On Cooperative Banks, ନୂଆଦିଲ୍ଲୀ: ଆକ୍ସମୁଡରେ ଭାରତୀୟ ରିଜର୍ଭ ବ୍ୟାଙ୍କ। ସୋମବାର ରିଜର୍ଭ ବ୍ୟାଙ୍କ ପାଞ୍ଚଟି ସମବାୟ ବ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ କର୍ଣ୍ଣାଟକ ଷ୍ଟେଟ୍ କୋଅପରେଟିଭ ଆପେକ୍ସ ବ୍ୟାଙ୍କ, ଥାନେ ଭାରତ ସାହାକାରି ବ୍ୟାଙ୍କ ଲିମିଟେଡ, ରାଣୀ ସକ୍ଷ୍ମୀବାଇ ସହରୀ ସମବାୟ ବ୍ୟାଙ୍କ, ତାମିଲନାଡୁର ନିକୋଲସନ୍ ସମୟବାୟ ଟାଉନ୍ ବ୍ୟାଙ୍କ ଓ ରାଉରକେଲାର ସହରୀ ସମବାୟ ବ୍ୟାଙ୍କ ରହିଛି। ସେଣ୍ଟ୍ରାଲ ବ୍ୟାଙ୍କ ଦେଇଥିବା ନିୟମାବଳୀକୁ ପାଳନ ନ କରିବାରୁ ଉକ୍ତ ବ୍ୟାଙ୍କ ଗୁଡିକୁ ଦଣ୍ଡିତ କରାଯାଇଛି। ତେବେ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ଗ୍ରାହକକ କାରବାର କିମ୍ବା ଚୁକ୍ତିନାମା ଉପରେ କୌଣସି ପ୍ରଭାବ ପକାଇବା ଉଦ୍ଦେଶ୍ୟରେ ନିଆଯାଇନାହିଁ।

ବାଙ୍ଗାଲୁରୁସ୍ଥିତ କର୍ଣ୍ଣାଟକ ଷ୍ଟେଟ୍ କୋଅପରେଟିଭ ଆପେକ୍ସ ବ୍ୟାଙ୍କକୁ ୨୫ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଏହି ବ୍ୟାଙ୍କ “ହାଉସିଂ ଫାଇନାନ୍ସ” ଉପରେ ଆରବିଆଇର ନିର୍ଦ୍ଦେଶ ପାଳନ କରୁନଥିବା ପ୍ରମାଣ ମିଳିଛି। ଗ୍ରାହକ ସୁରକ୍ଷା ଉପରେ ରିଜର୍ଭ ବ୍ୟାଙ୍କ (Reserve Bank) ନିୟମାବଳୀ ଅନୁଯାୟୀ କାର୍ଯ୍ୟ ନକରିବାରୁ ଥାନେ ଭାରତ ସାହକାରି ବ୍ୟାଙ୍କ ଲିମିଟେଡକୁ ୧୫ ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି। ରିଜର୍ଭ ବ୍ୟାଙ୍କର Customer Protection - Limiting Liability of Customers of Co-operative Banksକୁ ଉଲ୍ଲଙ୍ଘନ କରି ଭାରତ ସାହକାରି ବ୍ୟାଙ୍କ ଅନଧିକୃତ ଇଲେକ୍ଟ୍ରୋନିକ୍ କାରବାର କରୁଥିଲା।

Also Read: Petrol-Diesel Price Today: ଖାଉଟିଙ୍କୁ ଆଶ୍ୱସ୍ତି! ଜାଣନ୍ତୁ, ଆଜି ଆପଣଙ୍କ ସହରରେ କେତେ ଅଛି ତୈଳ ଦର?

 

ସୁପରଭାଇଜରୀ ଆକ୍ସନ ଫ୍ରେମୱାର୍କ (SAF) ଅଧୀନରେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଥିବାରୁ ଝାନ୍ସିସ୍ଥିତ ରାଣୀ ଲକ୍ଷ୍ମୀବାଇ ସହରୀ ସମବାୟ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି। ସେହିପରି ନିୟମ ଉଲ୍ଲଙ୍ଘନ ପାଇଁ ତାମିଲନାଡୁର ଥାନଜାଭୁର ଜିଲ୍ଲାର ନିକୋଲସନ୍ କୋପରେଟିଭ୍ ଟାଉନ୍ ବ୍ୟାଙ୍କ (ନଂ-୮), କେନ୍ଦ୍ରୀୟ ବ୍ୟାଙ୍କ (Reserve Bank of India) କୁ ୨ ଲକ୍ଷ ଟଙ୍କା ଜରିମାନା ଦେବ। ଦଣ୍ଡିତ ହୋଇଥିବା ବ୍ୟାଙ୍କ ମଧ୍ୟରେ ଓଡିଶାର ମଧ୍ୟ ଏକ ବ୍ୟାଙ୍କ ରହିଛି। ଜମାକାରୀ ଶିକ୍ଷା ଏବଂ ସଚେତନତା ପାଣ୍ଠି ସହ ଜଡିତ ନିୟମ ଭଙ୍ଗ କରିଥିବାରୁ ରାଉରକେଲାର ସହରୀ ସମବାୟ ବ୍ୟାଙ୍କକୁ ସର୍ବନିମ୍ନ ୧୦୦୦୦ ଟଙ୍କା ଜରିମାନା ଲାଗିଛି। 

ସୂଚନାଯୋଗ୍ୟ, ସମବାୟ ବ୍ୟାଙ୍କ (Cooperative Bank) ଗୁଡିକର ନିୟମାବଳୀ ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କାରଣ ଏହି ବ୍ୟାଙ୍କଗୁଡିକ ମୁଖ୍ୟତଃ ସମାଜର ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ସହ କାରବାର କରିଥାନ୍ତି। ଗ୍ରାମାଞ୍ଚଳରେ ସମବାୟ ବ୍ୟାଙ୍କଗୁଡିକ ମୁଖ୍ୟତଃ କୃଷି କିମ୍ବା ଅର୍ଥନୀତିର ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରକୁ ଋଣ ପ୍ରଦାନ ନିଶ୍ଚିତ କରିବାକୁ କାର୍ଯ୍ୟ କରନ୍ତି। ସହରୀ ସମବାୟ ବ୍ୟାଙ୍କ (Urban Cooperative Banks) ଗୁଡିକ ସହରାଞ୍ଚଳ ଏବଂ ଅର୍ଦ୍ଧ ସହରୀ ଜନସଂଖ୍ୟାର ଋଣ ଆବଶ୍ୟକତା ପୂରଣ କରନ୍ତି।

Also Read: ଓଡ଼ିଶାକୁ ନେଇ ମିସ୍ତ୍ରୀ-ଟାଟାଙ୍କ ସେହି ବିବାଦ, ଯାହା ପୂରା କର୍ପୋରେଟ୍ ଦୁନିଆକୁ ହଲାଇ ଦେଇଥିଲା