Shani Gochar 2024: ନବଗ୍ରହଙ୍କ ମଧ୍ୟରୁ ଶନିଙ୍କୁ ସବୁଠୁ ମନ୍ଥର ଗ୍ରହ ବୋଲି ବିବେଚନା କରାଯାଏ। ଶନି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନେଇ ଥାଆନ୍ତି। ଏହି କ୍ରମରେ, ନ୍ୟାୟର ଦେବତା ବର୍ତ୍ତମାନ କୁମ୍ଭ ରାଶିରେ ଥିବା ବେଳେ ନଭେମ୍ବର ୧୫ ତାରିଖ ସକାଳ ୬ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ। ଶନିଙ୍କ ଓଲଟା ଫଳରେ ଶଶ ରାଜଯୋଗ ସୃଷ୍ଟି ହେଉଛି। ଏହି ରାଜଯୋଗ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଯଦି ଜାତକ ବା ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ଓ ସୁଖି ହୋଇଥାଏ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ, ଆସନ୍ତୁ ଜାଣିବା ଶନି କେଉଁସବୁ ରାଶୁକୁ ଧନବାନ୍ କରିବାକୁ ଯାଉଛନ୍ତି।...
ମେଷ: ଶଶ ରାଜଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଆୟ ବଢିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା । ଯେଉଁମାନେ ବହୁ ଦିନ ଧରି ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବ। ସେୟାର ବଜାରରୁ ଲାଭ ପାଇବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦିର୍ଘ ଦିନଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର ବିବାହ ପ୍ରସ୍ତାବ ପାଇବେ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ।
ट्रेन्डिंग फोटोज़