Advertisement
photoDetails0hindi

କ’ଣ ଆପଣ ମଧ୍ୟ ସକାଳେ ଉଠିବା ପରେ କରନ୍ତି ଏହି ୭ଟି ଭୁଲ ?

ପ୍ରାୟତଃ କିଛି ଲୋକ ସକାଳୁ ଉଠିବା ମାତ୍ରେ କିଛି ଛୋଟ ଛୋଟ ଭୁଲ କରନ୍ତି, ଯେଉଁ କାରଣରୁ ଆମର ଦିନ ଖରାପ ହୋଇଯାଏ ଏବଂ ସେହି ସମୟରେ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏଠାରେ ଆମେ ଆପଣଙ୍କୁ ଏପରି ୭ଟି ଭୁଲ୍ ବିଷୟରେ କହୁଛୁ ଯାହା ସକାଳେ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।

1/8

ଆମେ ସମସ୍ତେ ସକାଳୁ ଉଠିବା ମାତ୍ରେ ଭଗବାନଙ୍କ ନିକଟରେ ପ୍ରାର୍ଥନା ପ୍ରାର୍ଥନା କରୁ ଯେ ମୋ ପାଇଁ ଦିନଟି ଭଲ ଯାଉ । କିନ୍ତୁ ଆପଣଙ୍କ ଦିନ ସେତେବେଳେ ଭଲ ହେବ ଯେତେବେଳେ ଆପଣଙ୍କ ସକାଳର ଆରମ୍ଭ ସଠିକ୍ ଭାବରେ ହେବ । କିନ୍ତୁ ପ୍ରାୟତଃ କିଛି ଲୋକ ସକାଳୁ ଉଠିବା ମାତ୍ରେ କିଛି ଛୋଟ ଛୋଟ ଭୁଲ କରନ୍ତି, ଯେଉଁ କାରଣରୁ ଆମର ଦିନ ଖରାପ ହୋଇଯାଏ ଏବଂ ସେହି ସମୟରେ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏଠାରେ ଆମେ ଆପଣଙ୍କୁ ଏପରି ୭ଟି ଭୁଲ୍ ବିଷୟରେ କହୁଛୁ ଯାହା ସକାଳେ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।

2/8

୧. ଧୂମପାନ: ସକାଳେ ଉଠିବା ପରେ ତୁରନ୍ତ ଧୂମ୍ରପାନ କରିବା ଉଚିତ୍ ନୁହେଁ । ଖାଲି ପେଟରେ ସିଗାରେଟ୍ ଟାଣିବା ସାଧାରଣ ତୁଳନାରେ କର୍କଟ ରୋଗର ଆଶଙ୍କା ବୃଦ୍ଧି କରିଥାଏ ।

3/8

୨. ଜଳଖିଆ ନ ଖାଇବା: ସକାଳୁ ଉଠିବାର 1 ଘଣ୍ଟା ମଧ୍ୟରେ ଜଳଖିଆ ନ ଖାଇଲେ ଏସିଡିଟିର ସମସ୍ୟା ବଢ଼ିପାରେ । ଜଳଖିଆ ନ କରିବାରୁ ଶରୀରରେ ଶକ୍ତି ଅଭାବ ମଧ୍ୟ ଦେଖାଦିଏ, ଯାହା ଏକ ଦିନସାରା ଦୁର୍ବଳତା ଅନୁଭବ କରାଇଥାଏ ।

4/8

୩. କଫି ପିଇବା: ସକାଳେ ଉଠିବା ମାତ୍ରେ କଫି ପିଇବା କାର୍ଟିସୋଲ ହରମୋନର ସ୍ତରକୁ ବୃଦ୍ଧି କରିଥାଏ | ଏହାଦ୍ୱାରା ଆପଣଙ୍କ ଷ୍ଟ୍ରେସ ବା ମାନସିକ ଚାପ ବଢ଼ିଥାଏ । ଯଦି ଆପଣଙ୍କୁ କଫି ପିଇବାକୁ ଇଚ୍ଛା, ତେବେ ହାଲୁକା କିଛି ଖାଇ ଏବଂ ପିଅନ୍ତୁ ।

5/8

୪. କିଛି ମସଲାଯୁକ୍ତ ଖାଦ୍ୟ: ରାତିରେ ଆମ ପେଟ ଭିତରେ ଏସିଡ୍ ପରିମାଣ ବଢ଼ିଯାଏ, ତେଣୁ ସକାଳେ ତେଲ ମସଲା ସହିତ ଜଳଖିଆ ଖାଇବା ଦ୍ୱାରା ଇନଡାଇଜେଶନ ସମସ୍ୟା ସୃଷ୍ଟି ହୋଇପାରେ ।

6/8

୫. ପାଣି ନ ପିଇବା: ସକାଳୁ ଉଠିବା ମାତ୍ରେ ଅତି କମରେ ଏକ ଗ୍ଲାସ୍ ପାଣି ନ ପିଇଲେ, ଶରୀରର ବର୍ଜ୍ୟବସ୍ତୁ ସଠିକ୍ ଭାବରେ ବାହାରକୁ ଆସେ ନାହିଁ । ଏହା ଡିହାଇଡ୍ରେସନ୍, କିଡନୀ ଏବଂ ଯକୃତ ସମସ୍ୟା ସୃଷ୍ଟି କରିପାରେ ।

7/8

୬. ବ୍ୟାୟାମ ନ କରିବା: ସକାଳେ ବ୍ୟାୟାମ ନକରିବା କାରଣରୁ ଶରୀର ଫିଟ୍ ରୁହେ ନାହିଁ । ଏହା ମେଦବହୁଳତା, ଇନଡାଇଜେଶନ, ଅମ୍ଳତା ଏବଂ କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି କରେ ।

8/8

୭. ମଦ୍ୟପାନ: ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ମଦ୍ୟପାନ କରିବା ଦ୍ୱାରା ଯକୃତ ନଷ୍ଟ ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଯାଏ ।