Advertisement
Photo Details/zeeodisha/odisha853010
photoDetails0hindi

କୋରୋନା ପରେ ଆମେରିକାରେ ବରଫର ତାଣ୍ଡବ: ଘରେ-କାରରେ ମରୁଛନ୍ତି ଲୋକ, ଖାଦ୍ୟ-ଜଳ ପାଇଁ ଲାଗିଛି ଲମ୍ବା ଲାଇନ

ଟେକ୍ସାସରେ ଜଳ ଓ ବିଦ୍ୟୁତ ସଙ୍କଟ ଦେଖାଦେଇଛି । ବର୍ତ୍ତମାନ ସରକାରଙ୍କ ଦ୍ୱାରା ଖାଦ୍ୟ ପ୍ୟାକେଟ ଲୋକମାନଙ୍କୁ ବଣ୍ଟନ କରାଯାଉଛି । ଏଥିପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ତୁଷାରପାତ ଯୋଗୁଁ ଇଲେକ୍ଟ୍ରିକାଲ୍ ଗ୍ରୀଡ୍ ଫେଲ ହୋଇଯାଇଛି । 

1/8

ନୂଆଦିଲ୍ଲୀ: ଦୁନିଆର ସୁପର ପାୱାର ଆମେରିକା (America) ର ଲୋକଙ୍କ ସମସ୍ୟା କମ୍ ହେବାର ନାଁ ନେଉନାହିଁ । କୋରୋନା ପରେ ବର୍ତ୍ତମାନ ଥଣ୍ଡା ଯୋଗୁଁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସବୁଠାରୁ ଖରାପ ସ୍ଥିତି ଟେକ୍ସାସ (Texas) ରେ ଦେଖାଦେଇଛି । ଘର ଭିତରେ ବରଫ (Ice) ର ମୋଟା ଚାଦର ଜମି ଯାଇଛି । ପଙ୍ଖା ଉପରେ ବରଫର ମୋଟା ସ୍ତରଗୁଡ଼ିକ ଚଢ଼ିବା ଆରମ୍ଭ କରି ଦେଇଛି । ଅତ୍ୟାଧିକ ଥଣ୍ଡା ଯୋଗୁଁ ଲୋକମାନେ ନିଜ ଘର ଓ କାରରେ ମରୁଛନ୍ତି ।

2/8

ଟେକ୍ସାସରେ ଜଳ ଓ ବିଦ୍ୟୁତ ସଙ୍କଟ ଦେଖାଦେଇଛି । ବର୍ତ୍ତମାନ ସରକାରଙ୍କ ଦ୍ୱାରା ଖାଦ୍ୟ ପ୍ୟାକେଟ ଲୋକମାନଙ୍କୁ ବଣ୍ଟନ କରାଯାଉଛି । ଏଥିପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ତୁଷାରପାତ ଯୋଗୁଁ ଇଲେକ୍ଟ୍ରିକାଲ୍ ଗ୍ରୀଡ୍ ଫେଲ ହୋଇଯାଇଛି । ଏହି କାରଣରୁ ରାଜ୍ୟର ବହୁ ଭାଗରେ ବିଦ୍ୟୁତ୍ ଓ ଗ୍ୟାସ୍ ଯୋଗାଣ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା ।

3/8

ଅସହ୍ୟ ଶୀତରେ ହିଟର ଚାଲିଲା ନାହିଁ । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜକୁ କୋଠରୀ ଓ କାରରେ ପ୍ୟାକ୍ କରିନେଇଛନ୍ତି । ଏହା ଦ୍ୱାରା କାର୍ବନ ମନୋକ୍ସାଇଡ୍ ବୃଦ୍ଧି ପାଇଥିଲା ଓ ସେମାନେ ମୃତ୍ୟୁ ବରଣ କରିଛନ୍ତି । କେତେକ ହାଇପୋଥର୍ମିଆରେ ମୃତ୍ୟୁ ବରଣ କରିଛନ୍ତି । ଓହିଓ ସମେତ ଏଭଳି ଅନେକ ଘଟଣାରେ ଏପର୍ଯ୍ୟନ୍ତ ୫୮ ଜଣଙ୍କର ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲା ବଢ଼ିବା ପରେ ମହାରାଷ୍ଟ୍ରର ଏହି ଜିଲ୍ଲାରେ ଲାଗିଲା ଲକଡାଉନ

4/8

ପ୍ରବଳ ଶୀତ ହେତୁ ଟେକ୍ସାସରେ ଜଳ ଯୋଗାଣ ପାଇପ୍ ଫାଟି ଯାଇଛି । ଫଳରେ ରାଜ୍ୟର ୨.୯ କୋଟି ଜନସଂଖ୍ୟାର ଅର୍ଦ୍ଧେକ ଲୋକ ଜଳ ସଙ୍କଟର ସାମ୍ନା କରୁଛନ୍ତି । ହ୍ୟୁଷ୍ଟେନର ଏକ ଷ୍ଟାଡିୟମ ବାହାରେ ପାଣି ବୋତଲ ଆଣିବାକୁ ଶହ ଶହ ଲୋକ ଧାଡ଼ି ଲାଗିଛି ।

5/8

ଯେଉଁ ଅଞ୍ଚଳରେ ଜଳ ଯୋଗାଣ ବ୍ୟାହତ ହୋଇଛି । ସେଠାରେ ଲୋକମାନେ ବରଫ ସଂଗ୍ରହ କରୁଛନ୍ତି ଏବଂ ତରଳାଉଛନ୍ତି । ତଥାପି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହା କରିବା ଦ୍ୱାରା ବିପଦ ବଢ଼ିପାରେ ।

ଅଧିକ ପଢ଼ନ୍ତୁ:-କୋରୋନାର ନୂଆ ଷ୍ଟ୍ରେନକୁ ନେଇ ବହୁତ ବଡ଼ ଖରାପ ଖବର ଦେଲେ ଏମ୍ସ ନିର୍ଦ୍ଦେଶକ

6/8

ଜଳ ଯୋଗାଣ ନହେବା ପରେ ଅନେକ ଲୋକ ବରଫ ସଂଗ୍ରହ କରି ଏହାକୁ ଗରମ କରୁଛନ୍ତି ଏବଂ ସେହି ପାଣିରେ କାମ ଚଳାଉଛନ୍ତି ।

7/8

ତୁଷାରପାତ ଯୋଗୁଁ ସମସ୍ତେ ଅସୁବିଧାର ସାମ୍ନା କରୁଛନ୍ତି । ଲୋକମାନେ ରାସ୍ତାକୁ ସଫା କରିବା ପାଇଁ ନିଜ ଘର ବାହାରେ ବରଫର ମୋଟା ସ୍ତରକୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ଯାହା ଦ୍ୱାରା ଯାତାୟତ ପାଇଁ ପଥ ପରିଷ୍କାର ହୋଇପାରିବ ।

ଅଧିକ ପଢ଼ନ୍ତୁ:-ବଦଳିଯିବ ଅଫିସର ନିୟମ, କର୍ମଚାରୀଙ୍କୁ ମିଳିବ ଏସବୁ ସୁବିଧା

8/8

ଟେକ୍ସାସରେ ପାଣିର କୃତ୍ରିମ ଝରଣା ଜମି ଯାଇଛି । କର୍ମଚାରୀମାନେ ଏହି ଝରଣା  ନିକଟରେ ଜମିଥିବା ବରଫ ହଟାଇବାକୁ ଚେଷ୍ଟା କରୁଛନ୍ତି ।