କଣ ପନିର ଓ ଅଣ୍ଡା ଏକାଠି ଖାଇବା ଦ୍ବାରା ଓଜନ କମିଥାଏ, ଜାଣନ୍ତୁ ସତ କଣ
Advertisement
Article Detail0/zeeodisha/odisha1284926

କଣ ପନିର ଓ ଅଣ୍ଡା ଏକାଠି ଖାଇବା ଦ୍ବାରା ଓଜନ କମିଥାଏ, ଜାଣନ୍ତୁ ସତ କଣ

 ପନିର ଓ ଅଣ୍ଡା ଉଭୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୁହାଯାଏ କିନ୍ତୁ ଅନେକ ଲୋକେ ଏହାକୁ ଏକାଠି ଖାଇବା ଉଚିତ୍ କି ନୁହେଁ ସେ ନେଇ ଦ୍ବନ୍ଦ୍ବରେ ଥାଆନ୍ତି ।

 

ପ୍ରତିକାତ୍ମକ ଫଟୋ

ଦୈନନ୍ଦିନ ଜୀବନରେ ଅନେକ ଲୋକେ ଅଛନ୍ତି ଯେଉଁ ମାନେ ଓଜନ କମ୍ କରିବା ପାଇଁ ବ୍ୟସ୍ତ ଅଛନ୍ତି କିନ୍ତୁ ସମସ୍ତ ଚେଷ୍ଟା ସତ୍ତେ ମନ ଇଚ୍ଛା ଫଳ ମିଳି ନଥାଏ । ଓଜନକୁ ନିୟନ୍ତ୍ରଣ କରିବା ପାଇଁ କିଛି ଲୋକେ ଅଣ୍ଡା ଆଉ ପନିର ଖାଆନ୍ତି କାରଣ ଉଭୟରେ କ୍ୟାଲୋରୀ କମ୍ ଥାଏ ଏବଂ ପ୍ରୋଟିନ ଅଧିକ ରହିଛି । ଯେବେ ପ୍ରୋଟିନ୍ ବିଳମ୍ବରେ ହଜମ ହୁଏ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଏହା ବ୍ୟତୀତ ଦୁଇଟି ଜିନିଷ ଭୋକ କମ୍ ଲାଗିଥାଏ ଓ ହରମୋନ୍ କୁ ବୃଦ୍ଧି କରିଥାଏ । ପ୍ରାୟତଃ ସମସ୍ତଙ୍କ ମନରେ ଆସିଥାଏ କି ପନିର ଏବଂ ଅଣ୍ଡା ଏକାଠି ଖାଇବା ଦ୍ବାରା ଶରୀରକୁ ଲାଭ ମିଳେ କି ନାହିଁ ତେବେ ଆସନ୍ତୁ ଜାଣିବା ଏହା ପଛର ସତ୍ୟତା କଣ ରହିଛି । 
ପନିର କିପରି ଓଜନ ହ୍ରାସ କରେ-
ପନିର ଆମ ପାଇଁ ତତକ୍ଷଣାତ୍ ଶକ୍ତିର ଉତ୍ସ ଅଟେ । ଯାହା ଆମକୁ ପ୍ରତିଦିନର କାର୍ଯ୍ୟକଳାପ କରିବାରେ ସହାୟକ ହୋଇଥାଏ । କିନ୍ତୁ ଆପଣ ଧ୍ୟାନ ରଖିବା ଜରୁରୀ କି ପନିରରେ ତିଆରି ସୁସ୍ବାଦ ଜିନିଷ ତିଆରି ଖାଦ୍ୟ ଖାଇଲେ ଆମ ଓଜନ ବୃଦ୍ଧି ହୋଇଥାଏ। ବିଶେଷତଃ ତେଲ,ମସଲା ବ୍ୟବହାର ଅଧିକ ହୋଇଥାଏ । ଯେଉଁ ମାନେ ଓଜନ ହ୍ରାସ କରିବାକୁ ଚାହାନ୍ତି ସେମାନେ ପନିର ଟିକା ଭଳି ବିକଳ୍ପ ବାଛି ପାରିବେ । ଗୋଟିଏ ଦିନରେ ଅଧିକ ପନିର ଖାଇବା ଠାରୁ ଦୂରେଇ ରୁହନ୍ତୁ ନ ହେଲେ ଲାଭ ବଦଳରେ କ୍ଷତି ଘଟାଇପାରେ । 

fallback

Also Read ; ପ୍ରତିଦିନ ନିମ୍ବପତ୍ର ପାଣିରେ ଚେହେରା ଧୁଅନ୍ତୁ, ଅନେକ ସମସ୍ୟାରୁ ମିଳିବ ମୁକ୍ତି

ଅଣ୍ଡା କିପରି କରେ ଓଜନ ହ୍ରାସ-
ଏଥିରେ କୌଣସି ସନ୍ଦେହ ନାହିଁ କି ଅଣ୍ଡା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଖାଦ୍ୟ । ଏହାକୁ ଖାଇବା ଆମ ଶରୀରରେ ଅତ୍ୟାବଶ୍ୟକ ଆମିନୋ ଏସିଡ୍ ସନ୍ତୁଳନ ରକ୍ଷା କରିଥାଏ । ଅଣ୍ଡା ଆମର ମେଟାବୋଲିଜିମକୁ ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ଅଣ୍ଟା ଏବଂ ପେଟରେ ଥିବା ଚର୍ବିକୁ ହ୍ରାସ କରିଥାଏ । 

fallback

ଏକା ସହ ପନିର ଓ ଅଣ୍ଡା ଖାଇବା ଦ୍ବାରା ଲାଭ ହେବ କି -
ଓଜନ କମାଇବା ଏବଂ ମାଂସପେଶୀକୁ ମଜବୁତ କରିବା ପାଇଁ ପ୍ରୋଟିନ୍ ଯୁକ୍ତ ଅଣ୍ଡା ଏବଂ ପନିରର ମହତ୍ତ୍ବ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଡାଏଟିସିଆନଙ୍କ ସୂଚନା ଅନୁସାରେ ଉଭୟ ଜିନିଷ ଓଜନ କମାଇବା ପାଇଁ ଉପଯୁକ୍ତ ଖାଦ୍ୟ। ପ୍ରୋଟିନ୍ ଧୀରେ ଧୀରେ ହଜମ ହୋଇଥାଏ ତେଣୁ ଆପଣଙ୍କ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ । ଆପଣ ଏକା ସାଙ୍ଗରେ ଅଣ୍ଡା ଏବଂ ପନିର ଖାଇପାରିବେ । ଏଥିରେ କୌଣସି କ୍ଷତି ନାହିଁ କିନ୍ତୁ ଏହା ଅଧିକ ଖାଇବା ସ୍ବାସ୍ଥ୍ୟ ପାଇଁ ଉଚିତ୍ ନୁହେଁ ।