Television Industry: ଟେଲିଭିଜନ ଓ ସୋସିଆଲ ମିଡିଆକୁ ନେଇ ଆସିଲା ବଡ ଅପଡେଟ୍, ରୁହନ୍ତୁ ସାବଧାନ ନହେଲେ ଲାଗିବ ଜରିମାନା
Advertisement
Article Detail0/zeeodisha/odisha1330569

Television Industry: ଟେଲିଭିଜନ ଓ ସୋସିଆଲ ମିଡିଆକୁ ନେଇ ଆସିଲା ବଡ ଅପଡେଟ୍, ରୁହନ୍ତୁ ସାବଧାନ ନହେଲେ ଲାଗିବ ଜରିମାନା

New CCPA Guidelines: ସରୋଗେଟ୍  ଓ ବିଭ୍ରାନ୍ତିକର ବିଜ୍ଞାପନଦାତାଙ୍କୁ ଚେତାବନୀ ।  CCPA ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।  ନିଷିଦ୍ଧ ଜିନିଷଗୁଡିକୁ ଅନ୍ୟ ମାଧ୍ୟମରେ ବିଜ୍ଞାପିତ କରାଗଲେ ୫୦ ଲକ୍ଷ ଯାଏ ଜରିମାନା ଆଦାୟ ସହ ୩ ବର୍ଷ ଯାଏ ବିଜ୍ଞାପନ ଏଜେନ୍ସି  ଉପରେ ଲାଗିବ ପ୍ରତିବନ୍ଧକ। 

Television Industry: ଟେଲିଭିଜନ ଓ ସୋସିଆଲ ମିଡିଆକୁ ନେଇ ଆସିଲା ବଡ ଅପଡେଟ୍, ରୁହନ୍ତୁ ସାବଧାନ ନହେଲେ ଲାଗିବ ଜରିମାନା

New CCPA Guidelines: ଟେଲିଭିଜନ ଏବଂ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଲାଗିବ ଲଗାମ । କେନ୍ଦ୍ର ସରକାର ବିଜ୍ଞାପନଦାତାଙ୍କୁ ଶୁଣାଇଛନ୍ତି କଠୋର ଚେତାବନୀ । ସରୋଗେଟ୍ ବିଜ୍ଞାପନ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର CCPA ଗାଇଡଲାଇନ ଜାରି କରିଛନ୍ତି ।  ନିର୍ଦ୍ଦେଶାବଳୀକୁ କଡାକଡ଼ି ପାଳନ କରିବାକୁ ନିଶ୍ଚିତ କରିବାକୁ ବୁଧବାର ବିଜ୍ଞାପନ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  

ଦେଶରେ ଏବେ ଅନେକ ବିଜ୍ଞାପନ ଏଜେନ୍ସି, କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଦ୍ୱାରା ଜାରି  ନିର୍ଦ୍ଦେଶାବଳୀକୁ ଅନୁସରଣ କରୁନାହାଁନ୍ତି । ଏହାସହିତ ନିଷିଦ୍ଧ ଜିନିଷଗୁଡିକୁ ଅନ୍ୟ ମାଧ୍ୟମରେ ବିଜ୍ଞାପିତ କରାଯାଉଛି । 

ସେଲିବ୍ରିଟିଙ୍କୁ ବ୍ୟବହାର କରୁଛନ୍ତି ବ୍ରାଣ୍ଡ

ବିଶ୍ୱ ସ୍ତରରେ ଆୟୋଜିତ ଅନେକ କ୍ରୀଡ଼ାରେ ସରୋଗେଟ୍ ବିଜ୍ଞାପନ ଦେଖିବାକୁ ମିଳୁଛି। ଏପରିକି ମ୍ୟୁଜିକ୍ ସିଡି, କ୍ଲବ୍ ସୋଡା ଏବଂ କୋଲ୍ଡ ଡ୍ରିଂକ୍ସ ନାମରେ ଅନେକ ମଦ ବ୍ରାଣ୍ଡକୁ ବିଜ୍ଞାପିତ କରାଯାଉଛି । ଏହାସହିତ ଗୁଟଖା ଏବଂ ତମାଖୁର ଖୋଲାଖୋଲି ପ୍ରଚାର ହେଉଛି । ଅନେକ ବଡ଼ ବ୍ରାଣ୍ଡ ବିଜ୍ଞାପନରେ ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ବ୍ୟବହାର କରୁଛନ୍ତି, ଯାହା ଯୁବପିଢ଼ିଙ୍କୁ ଖୁବ ସହଜରେ ପ୍ରଭାବିତ କରୁଛି । 

ଆଇନ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ନୂଆ ଗାଇଡଲାଇନ ଜାରି ହେବା ପରେ ପ୍ରତାରଣାକାରୀ ବିଜ୍ଞାପନ ଏବଂ ସରୋଗେଟ୍ ବିଜ୍ଞାପନ (Surrogate advertising) ପ୍ରସ୍ତୁତ ନକରିବା ପାଇଁ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି, ଆସୋଚାମ, ଇଣ୍ଟରନ୍ୟାସନାଲ ସ୍ପିରିଟ୍ସ ଆଣ୍ଡ ୱାଇନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ଆଡଭାଟାଇଜର୍ସକୁ ନିର୍ଦ୍ଦେଶ ଜାରି ହୋଇଛି । ନିୟମ ପାଳନ ନହେଲେ, CCPA ଦ୍ୱାରା ବିଜ୍ଞାପନ ଏଜେନ୍ସି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ସରୋଗେଟ୍ ବିଜ୍ଞାପନ ନିଷେଧ 

ଫ୍ରି ଆଡଭାଟାଇଜମେଣ୍ଟକୁ ବିଭ୍ରାନ୍ତିକର ବିଚାର କରାଯିବ ।
ପିଲାମାନଙ୍କ ମାଧ୍ୟମରେ ଚ୍ୟାରିଟି, ପୋଷଣ ସମ୍ବନ୍ଧୀୟ ଦାବି ବିଭ୍ରାନ୍ତିକର ବିଚାର କରାଯିବ । 
ବ୍ରାଣ୍ଡ ପ୍ରମୋସନ ପାଇଁ କୌଣସି ପ୍ରଫେସନାଲଙ୍କ ବ୍ୟବହାର ଉପରୋ ରୋକ୍ । 
ସର୍ତ୍ତଗୁଡିକରେ ଯାହା ଫ୍ରି କରାଯିବ, ତାହା ପ୍ରାଞ୍ଜଳ ଭାବେ ଉଲ୍ଲେଖ ରହିବ ।

ପ୍ରତାରଣାକାରୀ ବିଜ୍ଞାପନ କ’ଣ ?

ଯଦି ବିଜ୍ଞାପନରେ ଦିଆଯାଇଥିବା ସୂଚନା ଉତ୍ପାଦରେ ମିଳୁନାହିଁ, ତେବେ ସେହି ବିଜ୍ଞାପନଗୁଡିକ ବିଭ୍ରାନ୍ତିକର ବିଜ୍ଞାପନ ଭାବରେ ବିବେଚନା କରାଯିବ । ଯେଉଁ ବିଜ୍ଞାପନ, ଡିସକ୍ଲେମରଠାରୁ ଭିନ୍ନ, ତାହା ମଧ୍ୟ ବିଭ୍ରାନ୍ତିକର ବିଜ୍ଞାପନ ଭାବରେ ବିବେଚନା କରାଯିବ । ଏଥିସହ, ଯଦି ଜଣେ ସେଲିବ୍ରିଟି ଏକ ବିଜ୍ଞାପନରେ କିଛି ଦାବି କରୁଛନ୍ତି ଏବଂ ଏହା ଅସତ୍ୟ ପ୍ରମାଣିତ ହୁଏ, ତେବେ ସେହି ବିଜ୍ଞାପନକୁ ମଧ୍ୟ ବିଭ୍ରାନ୍ତିକର ବିଜ୍ଞାପନ ବର୍ଗରେ ସାମିଲ କରାଯିବ । 

ସରୋଗେଟ୍ ବିଜ୍ଞାପନ କ’ଣ ?

ଆପଣ ନିଶ୍ଚିତ ଭାବରେ ଟିଭିରେ ମଦ, ତମାଖୁ ଉତ୍ପାଦର ବିଜ୍ଞାପନ ଦେଖିଥିବେ, ଯେଉଁଥିରେ ଉତ୍ପାଦକୁ ସିଧାସଳଖ ବର୍ଣ୍ଣନା ନକରି ଏହାକୁ ଅନ୍ୟ ଉତ୍ପାଦ କିମ୍ବା ସଂପୂର୍ଣ୍ଣ ଭିନ୍ନ ଉତ୍ପାଦ ଦ୍ୱାରା ବିଜ୍ଞାପିତ କରାଯାଇଥାଏ । ଉଦାହରଣ ସ୍ୱରୂପ, ମଦ୍ୟ ବିଜ୍ଞାପନକୁ ସିଧାସଳଖ ନଦେଖାଇ ମ୍ୟୁଜିକ୍ ସିଡି କିମ୍ବା ସୋଡା ମାଧ୍ୟମରେ ପ୍ରଦର୍ଶିତ କରାଯାଇଥାଏ । ଯେଉଁ ବିଜ୍ଞାପନରେ ସିଧାସଳଖ ଉତ୍ପାଦକୁ ପ୍ରଦର୍ଶିତ ନକରି, ଅନ୍ୟ ଉତ୍ପାଦ ଦ୍ୱାରା ବିଜ୍ଞାପିତ କରାଯାଏ, ତାହାକୁ ସରୋଗେଟ ବିଜ୍ଞାପନ କୁହାଯାଏ । 

 

ଏହାବି ପଢ଼ନ୍ତୁ New DoT Policy: ବଦଳିଲା  DoT  ପଲିସୀ, ଭାରତ ସୀମାନ୍ତରେ ବି ମିଳିବ ଉନ୍ନତ କନେକ୍ଟିଭିଟି

 

୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଯେକୌଣସି ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ନିର୍ମାତା, ବିଜ୍ଞାପନଦାତା ଏବଂ ଏଣ୍ଡୋର୍ସଙ୍କ ଉପରେ CCPA, ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇପାରିବ । ପୂନର୍ବାର ଆଇନ ଉଲ୍ଲଂଘନ କଲେ ଜରିମାନା ରାଶି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ । କେବଳ ଏତିକି ନୁହେଁ ବିଜ୍ଞାପନ ଏଜେନ୍ସି ଉପରେ ୧ ବର୍ଷ ପ୍ରତିବନ୍ଧକ ଲଗାଇବ CCPA । ଏହା ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଏହି ନିୟମ ଗ୍ରାହକଙ୍କୁ ବିଭ୍ରାନ୍ତିକର ବିଜ୍ଞାପନ ବିରୁଦ୍ଧରେ ଅଭିଯୋଗ ଦାଖଲ କରିବାକୁ ମଧ୍ୟ ଅଧିକାର ପ୍ରଦାନ କରିଛି ।