ଶୀଘ୍ର ଓଜନ ବଢ଼ାଇବାକୁ ଚାହୁଁଛନ୍ତି କି? କ୍ଷୀର ଓ ମହୁ ଖୁବଶୀଘ୍ର ଆପଣଙ୍କ ପାଇଁ କରିପାରେ ଚମତ୍କାର
Advertisement

ଶୀଘ୍ର ଓଜନ ବଢ଼ାଇବାକୁ ଚାହୁଁଛନ୍ତି କି? କ୍ଷୀର ଓ ମହୁ ଖୁବଶୀଘ୍ର ଆପଣଙ୍କ ପାଇଁ କରିପାରେ ଚମତ୍କାର

କ୍ଷୀରରେ ଉଚ୍ଚ କ୍ୟାଲୋରୀ ସହିତ ମହୁ ଖୁବଶୀଘ୍ର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣିପାରିବେ।

ଶୀଘ୍ର ଓଜନ ବଢ଼ାଇବାକୁ ଚାହୁଁଛନ୍ତି କି? କ୍ଷୀର ଓ ମହୁ ଖୁବଶୀଘ୍ର ଆପଣଙ୍କ ପାଇଁ କରିପାରେ ଚମତ୍କାର

ଦୁର୍ବଳ ଓ ପତଳା ଲୋକମାନେ ସର୍ବଦା ଓଜମ ବଢ଼ାଇବା ପାଇଁ ପ୍ରୟାସ କରିଥାନ୍ତି। ଅନେକ ସମୟରେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଷ୍ଟେରଏଡ ପାଉଡର, ଇନହେଲର ବ୍ୟବହାର କରିଥାନ୍ତି ଯୁବବର୍ଗ । କିନ୍ତୁ ଅଳ୍ପ ଦିନ ପରେ ଏହାର ପରିଣାମ ସାଙ୍ଘାତିକ ହୋଇଥାଏ । ତେଣୁ ପତଳା ଶରୀର ଥିବା ବ୍ୟକ୍ତି ଓଜନ ବଢା଼ଇବାକୁ ଚାହୁଁଥିଲେ ସକାଳ ଜଳଖିଆରେ ହାଇ କ୍ୟାଲୋରୀ ଯୁକ୍ତ ଫ୍ରୁଟ୍ସ ସହ କ୍ଷୀରକୁ ମଧ୍ୟ ସାମଲ କରିବା ଆବଶ୍ୟକ । ଏହାସହିତ ଯଦି ଆପଣ କ୍ଷୀରରେ ମହୁ ମିଶାଇ ସେବନ କରନ୍ତି ଏହା ଆପଣଙ୍କୁ ଖୁବଶୀଘ୍ର ଲକ୍ଷ୍ୟ ହାସଲରେ ସାହାଯ୍ୟ କରିବ। କ୍ଷୀରରେ ଉଚ୍ଚ କ୍ୟାଲୋରୀ ସହିତ ମହୁ ଖୁବଶୀଘ୍ର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣିପାରିବ । କ୍ଷୀରରେ ମହୁ ମିଶାଇବା ପରେ ଏହାକୁ କ୍ରିମ ମିଲ୍କ (Cream Milk) ବୋଲି କୁହାଯାଉଛି ।

ଓଜନ ବଢ଼ାଇବା ପାଇଁ କ୍ଷୀର ସେବନ
କ୍ଷୀର ଶରୀର ପାଇଁ ଉତ୍ତମ ପୋଷକ ତତ୍ତ୍ୱ ଯୋଗାଇଥାଏ। ଏଥିପାଇଁ ସବୁ ଲୋକଙ୍କୁ ପ୍ରତିଦିନ ଅନ୍ତତଃ ଗୋଟିଏ ଗ୍ଲାସ କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି ବିଶେଷଜ୍ଞ । ଓଜନ ବଢ଼ାଇବାକୁ ଚାହୁଁ ଥିବା ଲୋକଙ୍କ ପାଇଁ ଏହା ଅଧିକ ଜରୁରୀ ହୋଇଥାଏ । କ୍ଷୀର ୱେଟ୍ ଗେନ୍ କରିବା ପାଇଁ ଓ ଶାରୀରିକ ଦୁର୍ବଳତା ଦୂର କରିବାକୁ ବେଶ ଲାଭଦାୟକ ଖାଦ୍ୟ । କ୍ଷୀରରେ ମହୁ ମିଶାଇ ପିଇବା ଦ୍ୱାରା ଏହା ଶରୀର ପାଇଁ ସର୍ବୋତ୍ତମ ପୋଷକ ପରି କାମ କରିଥାଏ । ଆପଣ କ୍ଷୀର ସହିତ ମହୁ ମିଶାଇ ସକାଳ କିମ୍ବା ରାତିରେ ଶୋଇବା ପୂର୍ବରୁ ପିଇ ପାରିବେ ।

କିପରି ବଢ଼ାଇବେ ଓଜନ
ମହୁ ମିଶ୍ରିତ କ୍ଷୀର ଓଜନ ବଢ଼ାଇବା ପାଇଁ ସର୍ବୋତ୍ତମ। କିନ୍ତୁ କେବଳ କ୍ଷୀର ସହିତ ମହୁ ପିଇଲେ ଓଜନ ବୃଦ୍ଧି ପାଇବ ଏପରି ଭାବିବା ଠିକ୍ ହେବ ନାହିଁ । ଏହାସହିତ ଆପଣଙ୍କ ଡାଏଟରେ ମଧ୍ୟ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ସାମିଲ କରିବା ଆବଶ୍ୟକ। ନିଜ ଲାଇଫ ଷ୍ଟାଇଲକୁ ସୁସ୍ଥ ରଖିବା ସହ ସତେଜ ପନିପରିବା ଖାଇବା ଆବଶ୍ୟକ ।

ଓଜନ ବଢ଼ାଇବା ପାଇଁ ଡାଏଟରେ ସାମିଲ କରନ୍ତୁ ହାଇ କ୍ୟାଲୋରୀ ଫ୍ରୁଟ୍ସ । ବାଦାମ, କିସମିସ, ଖଜୁରୀକୁ ଡାଏଟରେ କରନ୍ତୁ ସାମିଲ । ଓଜନ ବଢ଼ାଇବା ପାଇଁ ଶାରୀରିକ ଭାବେ ଆପଣଙ୍କୁ ସକ୍ରିୟ ରହିବା ଜରୁରୀ । ଏଥିପାଇଁ ପ୍ରତିଦିନ ବ୍ୟାୟାମ, ଯୋଗ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ । ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ସମୟରେ ଯଦି ଆପଣ ଶାରୀରିକ ପରିଶ୍ରମ ନକରନ୍ତି ଏହା ଆପଣଙ୍କ ପାଚନ କ୍ରିୟାକୁ ପ୍ରଭାବିତ କରିବ ନିଶ୍ଚୟ । ଏକଥା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ । ଓଜନ ବଢ଼ାଇବା ଲକ୍ଷ୍ୟ ସମୟରେ ଫାଷ୍ଟଫୁଡ, ଜଙ୍କଫୁଡ ସହିତ ଅନ୍ୟାନ୍ୟ ପ୍ରୋସେସ୍ଡ  ଫୁଡଠାରୁ ଦୂରେଇ ରହିବା ଆବଶ୍ୟକ ।